Airtel ଲଞ୍ଚ କଲା ନୂଆ Xstream Bundle ପ୍ଲାନ, ଗ୍ରାହକଙ୍କୁ ମିଳିବ ଏହି ସବୁ ସୁବିଧା

ରବିବାର ଦେଶର ଅନ୍ୟତମ ନାମୀ କମ୍ପାନୀ airtel ନିଜର ଏକ ଏକ୍ସଟ୍ରିମ ବଂଡଲ ପ୍ଲାନ ଲଂଚ କରିଛି । କମ୍ପାନୀର ଏହି Xstream Bundleର ନୂଆ ପ୍ଲାନ ୪୯୯ ଟଙ୍କାରୁ ଆରମ୍ଭ ହେଉଥିବା ଜଣାଯାଇଛି । ରିଲାଏନ୍ସ ଜିଓ ନିଜର ଏକ ନୂଆ ବ୍ରଡ଼ବ୍ୟାଣ୍ଡ ନୀତିରେ କିଛିଟା ପରିବର୍ତ୍ତନ ଆଣିଥିବା ବେଳେ ଏୟାରଟେଲ ମଧ୍ୟ ନିଜର ଏକ ନୂଆ ପ୍ଲାନ ଲଞ୍ଚ କରିଛି | ଏୟାରଟେଲର ୪୯୯ ଟଙ୍କିଆ ବଂଡଲ ପ୍ୟାକରେ ୪୦
Mbps ଇଣ୍ଟରନେଟ ସ୍ପୀଡ, ୭୯୯ ଟଙ୍କିଆ ପଳନରେ ୧୦୦ Mbps ସ୍ପୀଡ, ୯୯୯ ଟଙ୍କିଆ ପ୍ଲାନରେ ୨୦୦ Mbps ସ୍ପୀଡ ଓ ୧୪୯୯
ଟଙ୍କିଆ ପ୍ଲାନରେ ୩୦୦ Mbps ସ୍ପୀଡ, ୩୯୯୯ ଟଙ୍କିଆ ପ୍ଲାନରେ ୧ Gbps ସ୍ପୀଡ ପର୍ଯ୍ୟନ୍ତର ଡାଟା ସୁବିଧା ମିଳିଯାଇପାରିବ । ଏହି ସମସ୍ତ ପ୍ଲାନରେ ଅନଲିମିଟେଡ଼ ଡାଟା, ଅନଲିମିଟେଡ଼ କଲ ଓ ଏୟାରଟେଲ ଏକ୍ସଟ୍ରିମ 4କେ ଟିଭି ବକ୍ସ ଅଫର ମିଳିଯାଇପାରିବ ।

କହିରଖିବା ଉଚିତ ହେବକି ଏୟାରଟେଲ ଏକଷ୍ଟ୍ରିମ ଆଣ୍ଡ୍ରଏଡ 4k TV Boxରେ 550 ପର୍ଯ୍ୟନ୍ତ ଟିଭି ଚ୍ୟାନେଲ ବି ଦେଖିହେବ । ଏକଷ୍ଟ୍ରିମ ଆପରେ OTT କଣ୍ଣଟେକ୍ଟ ଅଫର ଦିଆଯାଇଛି | ଯେଉଁଥିରେ 10 ହଜାରରୁ ଅଧିକ ସଂଖ୍ୟକ ମୁଭି ଦେଖିପରିବାର ମଜା ଉଠାଇପାରିବେ ।

 

 

 

 

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.