Below header

ଭେଜ ହଉ ବା ନନଭେଜ ସବୁର ମଜା ବଢ଼ାଇଦିଏ “ରୁମାଲ ରୋଟି”, ଆଜି ଘରେ ପ୍ରସ୍ତୁତ କରି ମଜା ନିଅନ୍ତୁ

ସାଧାରଣତଃ ଆମେ କୌଣସି ବାହାଘର ଭୋଜି କିମ୍ବା ଢାବାରେ ହିଁ ରୁମାଲ ରୋଟୀର ମଜା ନେଇଥାଉ । ଏହି ସବୁ ବାଦ ଘରେ କେବେ କେମିତି ଖାଇବାକୁ ଇଛା ହେଲେ ବି ଏହାକୁ ବନେଇବା ତରିକା ଜାଣିନଥିବାରୁ ଆମକୁ ଏହି ରୋଟୀ ଖାଇବାର ଇଛାକୁ ମାରିବାକୁ ପଡିଥାଏ । ନଚେତ ଢ଼ାବା ପର୍ଯ୍ୟନ୍ତ ଯିବାକୁ ହୋଇଥାଏ । କିନ୍ତୁ ଆପଣ ବାହାଘର ଭୋଜିକୁ ଅପେକ୍ଷା ନକରି କି ଢ଼ାବାକୁ ନଯାଇ ଅତି ସହଜରେ ଏହାକୁ ପ୍ରସ୍ତୁତ କରିପାରିବେ । ତେବେ ଆଜି ଜାଣି ରଖନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ ।

ଆବଶ୍ୟକୀୟ ସାମଗ୍ରୀ:

ମଇଦା -୨୦୦ ଗ୍ରାମ

କ୍ଷୀର- ୨୫୦ ଗ୍ରାମ

ଲୁଣ- ଗୋଟେ ଚାମଚ

ବେକିଙ୍ଗ ସୋଢା- ଅଧା ଚାମଚ

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ ଏକ ବଉଳରେ ମୈଦା, ଲୁଣ, ବେକିଙ୍ଗ ସୋଢା, କ୍ଷୀର କୁ ଭଲ ଭାବେ ମିଶେଇ ଦିଅନ୍ତୁ । ଅଟା ଚକଟିବା ଭଳି ଚକଟି ଏକ ଓଦା ସୁତା କପଡା ଗୁଡେଇ  ୧୦ ମିନିଟ ପାଇଁ ଛାଡି ଦିଅନ୍ତୁ । ଏବେ ଏକ କଡେଇ ନିଅନ୍ତୁ । ଏହାକୁ ଓଲଟା କରି ଗ୍ୟାସ ଉପରେ ଥୋଇ ଭଲକି ଗରମ କରି ନିଅନ୍ତୁ । ଏବେ ଏକ ବାଉଲରେ ପାଣି ନେଇ ସେଥିରେ କିଛି ଲୁଣ ମିଶେଇ ଦିଅନ୍ତୁ । ଏବେ ପୂର୍ବରୁ ଚକଟା ଯାଇଥିବା ଅଟାକୁ ପୁଣି ଥରେ ହାତରେ ଗୁନ୍ଥି ଦିଅନ୍ତୁ । ଗରମ କଡେଇ ଲୁଣ ମିଶା ପାଣି ଛିଞ୍ଚନ୍ତୁ । ଏବେ ପତଳା ପତଳା କରି ରୁଟି ବେଲି କଡେଇରେ ସେକି ଦିଅନ୍ତୁ । ତିନି ରୁ ଚାରି ସେକେଣ୍ଡ ପାଇଁ ସେକି ଦିଅନ୍ତୁ । ପ୍ରସ୍ତୁତ ହୋଇଗଲେ ଗରମ ଗରମ ତରକାରୀ ସହ ନିଜେ ଖାଆନ୍ତୁ ଓ ଖାଇବାକୁ ଦିଅନ୍ତୁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.