ପୁଅ ଗିରଫ ପରେ ରିୟାଙ୍କ ବାପା ଦେଲେ ଏଭଳି ପ୍ରତିକ୍ରିୟା, ଯାହାକୁ ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ

ରିୟା ଚକ୍ରବର୍ତ୍ତୀଙ୍କ ଭାଇ ସୌଭିକଙ୍କ ଗିରଫ ପରେ ତାଙ୍କ ବାପା ଇନ୍ଦ୍ରଜୀତ ଚକ୍ରବର୍ତ୍ତୀଙ୍କର ଅଫିସିଆଲ ଷ୍ଟେଟମେଣ୍ଟ ଜାରି କରାଯାଇଛି। ଏହି ଷ୍ଟେଟମେଣ୍ଟରେ ଆପଣ ରିୟାଙ୍କ ବାପାଙ୍କ ପ୍ରତିକ୍ରୀୟା ଜାଣିଲେ ହତବାକ୍‌ ହୋଇଯିବେ। ସେ କହିଛନ୍ତି, ‘ଦେଶବାସୀଙ୍କୁ ଧନ୍ୟବାଦ। ଆପଣମାନେ ମୋ ପୁଅକୁ ଗିରଫ କରିଦେଲେ। ମୋର ବିଶ୍ୱାସ ୟାପର ନମ୍ବର ମୋ ଝିଅର ହେବ ଆଉ ତାପରେ କଣ ହେବ ମୁଁ ଜାଣିନି ?

ଏକ ଜାତୀୟ ଗଣମାଧ୍ୟମରେ ସାକ୍ଷାତକାର ସମୟରେ ରିୟାଙ୍କ ବାପା ଇନ୍ଦ୍ରଜିତ୍‌ ଚକ୍ରବର୍ତ୍ତୀ କହିଛନ୍ତି, ‘ଆପଣମାନେ ଏକ ମଧ୍ୟବିତ୍ତ ପରିବାରକୁ ଶେଷ କରିଦେଲେ। କିନ୍ତୁ ନ୍ୟାୟ ସବୁବେଳେ ନ୍ୟା। ଜୟ ହିନ୍ଦ।’ସେ ଆହୁରି ମଧ୍ୟ କହିଛନ୍ତି ସୋସିଆଲ ମିଡିଆରେ ତାଙ୍କ ପରିବାର ବିପକ୍ଷରେ ଲଗାତାର ଚର୍ଚ୍ଚା ହେଉଛି।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ କାର୍ଯ୍ୟାନୁଷ୍ଠାନରେ ଶୁକ୍ରବାର ସୌଭିକ ଏବଂ ତାଙ୍କର ସହଯୋଗୀ ସାମୁଏଲ ମିରାଣ୍ଡାଙ୍କୁ ଗିରଫ କରାଯାଇଥିଲା। ଉଭୟଙ୍କୁ ୯ ସେପ୍ଟେମ୍ବର ପର୍ଯ୍ୟନ୍ତ ଏନସିବି କଷ୍ଟଡୀରେ ପଠାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.