Below header

ମୁମ୍ବାଇରେ ଲକ୍‌ଡାଉନ ଯୋଗୁ ଘରେ ମନ ଲାଗୁନି ଏହି ଅଭିନେତ୍ରୀଙ୍କର, ବୁଲି ବାହାରିଲେ ମାଳଦ୍ୱୀପ

ମୁମ୍ବାଇ : ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍‌ ଭାଇ ଇବ୍ରାହିମ୍‌ ଓ ମା’ ଅମୃତାଙ୍କ ସହ ନିକଟରେ କଶ୍ମୀରରୁ ଫେରିଛନ୍ତି । ଏବେ ପୁଣି ମୁମ୍ବାଇରେ ଆରମ୍ଭ ହୋଇଛି ଲକ୍‌ଡାଉନ୍‌ । ଘରେ ବସି ଆଉ ବୋର୍‌ ହେବାକୁ ଚାହାଁନ୍ତି ନାହିଁ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍‌ । ଏବେ ମା’ଙ୍କ ସହ ମାଳଦ୍ୱୀପ ବୁଲିବାକୁ ଯାଉଛନ୍ତି ଏହି ଅଭିନେତ୍ରୀ ।

sara
photo credit: bollywoodtadka.in

ଏୟାରପୋର୍ଟ କୁଲି ନଂ ୧ ଅଭିନେତ୍ରୀ ବହୁତ ଥଣ୍ଡା ମିଜାଜରେ ଦେଖିବାକୁ ମିଳିଛନ୍ତି । ହ୍ଵାଇଟ୍‌ ଇନର ସହିତ ମ୍ୟାଚିଂ ଓପନ୍‌ ସାର୍ଟ ଓ ଡେନିମ୍‌ କଲର ସର୍ଟ ରେ ଖୁବ୍‌ ହଟ୍‌ ଲାଗୁଛନ୍ତି ସାରା । ମୁହଁରେ ପ୍ରିଣ୍ଟିଂ ମାକ୍ସ ମଧ୍ୟ ଲଗାଇଛନ୍ତି । ମା’ ଅମୃତା ହ୍ଵାଇଟ୍‌ ଲେଗିନ୍ସ ସହ ଲାଇନିଂ କୁର୍ତ୍ତିରେ ପରଫ୍ୟାକ୍ଟ ଲାଗୁଛନ୍ତି ।

sara
photo credit: bollywoodtadka.in

ସାରା ଅଲ୍ଲୀ ଖାନ୍‌ ଶେଷ ଥର ଫିଲ୍ମ କୁଲି ନଂ ୧ ରେ ଦେଖିବାକୁ ମିଳିଥିଲେ । ତାଙ୍କର ଏହି ଫିଲ୍ମ କରୋନା ଲକ୍‌ଡାଉନ ଯୋଗୁଁ ଅମାଜନ୍‌ ରେ ରିଲିଜ ହୋଇଥିଲା । ଏହି ଫିଲ୍ମରେ ସେ ଅଭିନେତା ବରୁଣ ଧାଓ୍ଵନଙ୍କ ସହ ଦେଖିବାକୁ ମିଳିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.