ଦିଲ୍ଲୀରେ ସଂକ୍ରମଣ ଦ୍ରୁତ ଗତିରେ ବଢ଼ିବା ସହ ସ୍ୱାସ୍ଥ୍ୟ ଭିତ୍ତିଭୂମି ବିଗିଡ଼ିବାରେ ଲାଗିଲାଣି, କେନ୍ଦ୍ରର ସହାୟତା ଲୋଡ଼ିଲେ କେଜ୍ରିଓ୍ଵାଲ

କେନ୍ୟୁଜ୍(ବ୍ୟୁରୋ):  ଦିଲ୍ଲୀରେ ଭୟାନକ ହେଲାଣି କରୋନା ସ୍ଥିତି । ଗତ ୨୪ ଘଣ୍ଟାରେ ୨୪ ହଜାର ପଜିଟିଭ୍‌ । ସଂକ୍ରମଣ ଦ୍ରୁତ ଗତିରେ ବଢ଼ିବା ସହ ସ୍ୱାସ୍ଥ୍ୟ ଭିତ୍ତିଭୂମି ବିଗିଡ଼ିବାରେ ଲାଗିଛି । କୋଭିଡ୍‌ ରୋଗୀଙ୍କ ଜୀବନ ରକ୍ଷାକାରୀ ଭାବେ ବିବେଚିତ ହେଉଥିବା ଆଇସିୟୁ, ଅକ୍ସିଜେନ୍‌ ଓ ରେମଡେସିଭର ସଂକଟ ସୃଷ୍ଟି ହୋଇଛି । ଯାହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ । ମେଡିକାଲ ବି ଉଛୁଳିଲାଣି । ରୋଗୀଙ୍କ ପାଇଁ ଶଯ୍ୟା ନାହିଁ । ୨/୩ ଦିନ ଭିତରେ ୬ ହଜାର ବେଡ୍‌ ବ୍ୟବସ୍ଥା କରିବେ ଦିଲ୍ଲୀ ସରକାର ।

ଦିଲ୍ଲୀ ପାଇଁ ଅଧିକ ବେଡ୍‌ ବ୍ୟବସ୍ଥା କରିବାକୁ କେନ୍ଦ୍ରକୁ କୁହାଯାଇଛି । ସବୁ ମେଡିକାଲରେ କୋଭିଡ ରୋଗୀଙ୍କ ପାଇଁ ୫୦ ପ୍ରତିଶତ ବେଡ୍‌ ସଂରକ୍ଷିତ ରଖିବାକୁ ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷ ବର୍ଦ୍ଧନଙ୍କୁ ଅନୁରୋଧ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ସ୍ଥିତି ଉପରେ ତୀକ୍ଷ୍‌ଣ ନଜର ରଖାଯାଇଛି। ସ୍ଥିତି ଅଧିକ ବିଗିଡ଼ିଲେ ଆବଶ୍ୟକ ପଦକ୍ଷେପ ନିଆଯିବ । ସଂକ୍ରମଣ କେବେ ଶୀର୍ଷରେ ପହଞ୍ଚିବ କାହାକୁ ଜଣା ନାହିଁ ବୋଲି କେଜ୍ରିଓ୍ଵାଲ କହିଛନ୍ତି। ସେହିଭଳି ଆରଟିପିସିଆର ଟେଷ୍ଟ ରିପୋର୍ଟ ୨୪ ଘଣ୍ଟା ଭିତରେ ନଦେଲେ ଲ୍ୟାବ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଚେତାବନୀ ଦେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.