Below header

ସାଟେଲାଇଟକୁ ଦିଆଯାଇଛି ପୁନୀତ ରାଜକୁମାରଙ୍କ ନାମ, ମହାକାଶକୁ ଉତକ୍ଷେପଣ ହେବ ଉପଗ୍ରହ

କନ୍ନଡ ଫିଲ୍ମ ଇଣ୍ଡଷ୍ଟ୍ରୀର ଲୋକପ୍ରିୟ ଅଭିନେତା ପୁନୀତ ରାଜକୁମାର ବର୍ତ୍ତମାନ ଆମ ଗହଣରେ ନାହାଁନ୍ତି। ଆକ୍ଟରଙ୍କ ମୃତ୍ୟୁକୁ କିଛି ଦିନ ବିତି ଯାଇଛି ସତ, କିନ୍ତୁ ଅଭିନେତାଙ୍କୁ ଆଜି ବି ମନେ ରଖିଛନ୍ତି ତାଙ୍କ ଫ୍ୟାନ୍ସ ଏବଂ ପ୍ରଶଂସକ। ତାଙ୍କ ଫ୍ୟାନମାନେ ପ୍ରାୟ ସମୟରେ ତାଙ୍କୁ ମନେ ପକାଇବାକୁ କିଛି ନା କିଛି କରନ୍ତି। ତେବେ ଏହାରି ଭିତରେ ତାଙ୍କୁ ନେଇ ଏକ ନୂଆ ଖବର ସାମ୍ନାକୁ ଆସିଛି।

ସ୍ୱର୍ଗତଃ କନ୍ନଡ ଚଳଚ୍ଚିତ୍ର ତାରକା ପୁନିତ୍ ରାଜକୁମାରଙ୍କ ନାମରେ ଏକ ଉପଗ୍ରହ ଉତକ୍ଷେପଣ କରାଯିବ । ବାସ୍ତବରେ ବାଙ୍ଗାଲୋରର ଏକ ସରକାରୀ ବିଦ୍ୟାଳୟର ପିଲାମାନେ ପୁନିତଙ୍କୁ ଏକ ନିଆରା ଢ଼ଙ୍ଗରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି । ଏହି ଉପଗ୍ରହ ଶ୍ରୀହରିକୋଟା ଷ୍ଟେସନରୁ ଉତକ୍ଷେପଣ କରାଯିବ । କର୍ଣ୍ଣାଟକ ସରକାରଙ୍କ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି । ନଭେମ୍ବର ୧୫ରୁ ଡିସେମ୍ବର ୩୧ ମଧ୍ୟରେ ଏହି ଉପଗ୍ରହ ଉତକ୍ଷେପଣ କରାଯିବ ବୋଲି ସେ କହିଛନ୍ତି । ଏହାପୂର୍ବରୁ ରାଜ୍ୟ ସରକାର ପୁନିତଙ୍କୁ କର୍ଣ୍ଣାଟକ ରତ୍ନ ଦେବା ପାଇଁ ପୁରସ୍କାର ଘୋଷଣା କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.