Below header

ମୁକେଶ ଅମ୍ବାନୀଙ୍କ ନୂଆ ପ୍ରପର୍ଟି କେମିତି ଜାଣନ୍ତି, ଦେଖିଲେ ହେବେ ଆଶ୍ଚର୍ଯ୍ୟ

ରିଲାଏନ୍ସ ଇଣ୍ଡଷ୍ଟିଜ ଚେୟାରମ୍ୟାନ ମୁକେଶ ଅମ୍ବାନୀ ଦୁବାଇ ପାଖରେ ଥିବା ଜୁମେରାହ ଆଇଲ୍ୟାଣ୍ଡରେ ନୂଆଁ ପ୍ରପର୍ଟି ନେଇଛନ୍ତି । ଏକ ରିପୋର୍ଟ ଅନୁସାରେ ଏହି ବିଚ ସାଇଡ ବିଲାର ମୂଲ୍ୟ ୮୦ ମିଲିୟନ ଡଲାର ଅର୍ଥାତ ପାଖାପାଖି ୬୪୦କୋଟି ଟଙ୍କା ହୋଇଥିବାର କୁହାଯାଉଛି । ଯାହା ଏଠାକାର ଏପର୍ଯ୍ୟନ୍ତ ଭିତରେ ସବୁଠୁ ମହଙ୍ଗା ରେସିଡେନ୍ସିଆଲ ପ୍ରପର୍ଟି । ଆରପିଜି ଏଣ୍ଟରପ୍ରାଇଜର ଚେୟାରମ୍ୟାନ ହର୍ଷ ଗୋୟନକା ମଧ୍ୟ ଏକ ଲକଜରୀ ବିଲାର ଭିଡିଓ ଟ୍ଵିଟ କରିବା ସହ ଲେଖିଥିଲେ କି ଦୁବାଇର ସୁନ୍ଦର ଘର ଜଣେ କୋଟିପତିଙ୍କୁ ବିକାଯାଇଛି । ଏହି ଟ୍ଵିଟକୁ ମଧ୍ୟ ଅମ୍ବାନୀଙ୍କ ସହ ଯୋଡା ଯାଉଛି । ଯଦି ମିଡିଆ ରିପୋର୍ଟ ହିସାବରେ କୁହାଯାଏ ତେବେ ପାମ ଜୁମେରାହ ଆଇଲ୍ୟାଣ୍ଡ ଏବଂ ଏହାର ସୁନ୍ଦରତା କୋଉ ସ୍ୱର୍ଗଠୁ କମ ନୁହେଁ ।

ତାଳ ଗଛ ଆକାରର ବନିଥିବା ଏହି ଦ୍ୱୀପ ଦୁବାଇର ପରିଚୟ ବୋଲି କୁହାଯାଉଛି । ତାଳ ଗଛ ପରି ଆକାର ହେତୁ ଏହି ଦ୍ୱୀପର ନାମ ପାମ ଜୁମେରାହ ଦ୍ୱୀପ ରଖାଯାଇଛି । ଆଜିଠୁ ୨୧ବର୍ଷ ପୂର୍ବରୁ ୨୦୦୧ରେ ଏହାର ନିର୍ମାଣ ଆରମ୍ଭ ହୋଇଥିଲା । ଯେବେ କି ୨୦୦୭ରୁ ଏଠାରେ ଲୋକେ ରହିବା ଆରମ୍ଭ କରିଦେଲେ ।

ସୂର୍ଯ୍ୟ ରଶ୍ମୀରେ ଚମକୁଥିବା ନିଳ ପାଣି ମଧ୍ୟରେ ବସିଥିବା ଏହି ଦ୍ୱୀପ ଲୋକଙ୍କର ଧ୍ୟାନ ଆକର୍ଷଣ କରୁଛି । ଏହା ବର୍ତ୍ତମାନ ଏକ ଅଦ୍ଭୁତ ଟୁରିଷ୍ଟ ଡେଷ୍ଟିନେସନ ଭାବରେ ଉଭା ହେଲାଣି । ଅଲଗା ଅଲଗା ଦେଶରୁ ବଡ ସଂଖ୍ୟାରେ ପର୍ଯ୍ୟଟକ ଏଠାକୁ ଆସୁଛନ୍ତି ।

ତାଳ ଗଛର ଆକାରରେ ବସାଯାଇଥିବା ଏହି ଦ୍ୱୀପ ସମୂହରେ ଲକଜରୀ ହୋଟେଲ୍ସ, ରେଷ୍ଟୁରାଣ୍ଟ, ସ୍ପା, ସାନଦାର କ୍ଲବ ଓ ଆପାଟମେଣ୍ଟ ସବୁ ତିଆରି ହୋଇଛି । ସୁନ୍ଦର ସମୁଦ୍ରୀ ତଟ ଏଠାକାର ଆକର୍ଷଣ । ରିପୋର୍ଟ ହିସାବରେ ଏଠାରେ ପାଖାପାଖି ୮୦ହଜାର ଲୋକଙ୍କର ରହିବାର ବ୍ୟବସ୍ଥା ଅଛି ।

ଅନ୍ୟ ଏକ ରିପୋର୍ଟ ଅନୁସାରେ ପାମ ଜୁମେରାହ ଦ୍ୱୀପର ନିର୍ମାଣ କାମ କରୁଥିବା ସିଭିଲ ଇଞ୍ଜିନିୟର ଅଲୀ ମଂସୁରଙ୍କର କହିବା କଥା କି ଏହା ଏକ ଅଦ୍ଭୁତପୂର୍ବ ପ୍ରୋଜେକ୍ଟ ଥିଲା । ୧୯୯୮ରେ ଏକ କନସଲଟାନ୍ସି ଫର୍ମ ସହ କାମ କରିବା ପାଇଁ କାନାଡାରୁ ଦୁବାଇ ଆସିଥିଲେ । ଯେବେ ୨୦୦୧ରେ ପାମ ପ୍ରୋଜେକ୍ଟ ଆରମ୍ଭ ହୋଇଥିଲା ସେତେବେଳେ ସେ ବହୁତ ଉତ୍ସାହିତ ହୋଇଥିଲେ । ୨୦୦୨ରେ ଯେବେ ଏହାର ପ୍ରଥମ ସାଟେଲାଇଟ ଫଟୋ ଛପାହେଲା ତେବେ ସେ ଏହି ପ୍ରୋଜେକ୍ଟ କାମ କରିବାକୁ ଚାହିଁଲେ । ଆଉ ଏହାର ପ୍ରସ୍ତୁତିରେ ଲାଗିଗଲେ । ବର୍ଷକ ପରେ ମଂସୁର ପାମ ଡେଭଲପର କମ୍ପାନୀ ନଖିଲ ସହ ଯୋଡି ହୋଇ କାମ କରିବା ଆରମ୍ଭ କଲେ ।

ଆପଣଙ୍କୁ ଜାଣି ଆଶ୍ଚର୍ଯ୍ୟ ବି ଲାଗିପାରେ କି ଏହି ଦ୍ୱୀପର ଆଧାର ତିଆରି କରିବା ପାଇଁ କଂକ୍ରିଟ ଅଥବା ଷ୍ଟିଲର ବ୍ୟବହାର କରାଯାଇନାହିଁ । ବରଂ ଏହାକୁ ବାଲି ଓ ଚଟ୍ଟାଣରେ ବନାଯାଇଛି । ଆଉ ଏହି ବାଲି ବାହାରୁ ମଗାଯାଇଛି । ଏବେ ଆପଣ ଭାବୁଥିବେ ଦୁବାଇ ସହର ତ ନିଜେ ବାଲି ଉପରେ ରହିଛି ତେବେ ଏଠାକାର ବାଲି ବ୍ୟବହାର ନହୋଇ ଇଞ୍ଜିନିୟର ମାନେ ଅନ୍ୟ କେଉଁଠୁ ବାଲି କାହିଁକି ମଗାଇଲେ । ମଂସୁର ଅଲ୍ଲିଙ୍କ ଅନୁସାରେ ଦୁବାଇର ବାଲି ପାଣିରେ ମିଶିଯାଏ । ତେଣୁ ଏହା ଉପରେ ଭରଷା କରାଯାଇପାରିବ ନାହିଁ ।

ଇଞ୍ଜିନିୟର୍ସ ପଶ୍ଚିମ ଏସିଆର ହିନ୍ଦ ମହାସାଗରରୁ ବାଲି ବାହାର କରିବାକୁ ନିଷ୍ପତ୍ତି ନେଲେ । ଆଉ ସେଠାରୁ ପାଖାପାଖି ୧୨୦ମିଲିୟନ କ୍ୟୁବିକ ମିଟର ବାଲି ବାହାର କରାଗଲା । ଏହା ପରେ ୟୁଏଇ କିମ୍ବା ସଂଯୁକ୍ତ ଅରବ ଅମୀରାତର ଉତ୍ତର ପାହାଡରୁ ୭୦ ଲକ୍ଷ ଟନରୁ ଅଧିକ ପାହାଡକୁ ଖୋଳାଗଲା ।

ଏହି ଦ୍ୱୀପକୁ ବନାଇବା ପାଇଁ ପଥରରୁ ଅଧା ଚନ୍ଦ୍ରମା ଆକାରର ୧୧କିଲୋମିଟର ଲମ୍ବା ବ୍ରେକ ୱାଟର ତିଆରି କରାଗଲା । ଏହା ଏଥିପାଇଁ କି ସମୁଦ୍ରର ଲହଡୀ ଓ ଅତ୍ୟଧିକ ପବନରେ ବି ଏହି ଦ୍ୱୀପ ସୁରକ୍ଷିତ ରହିପାରୁ ।

ଏହା କୁତ୍ରିମ ଓ ମାନବ ନିର୍ମିତ ଦ୍ୱୀପ । ଯାହା ୫୬୦ହେକ୍ଟର ମାନେ ପାଖାପାଖି ୧୩୮୦ ଏକରରେ ବ୍ୟାପିଛି । ଏମିତିକି ଏହାର ନିର୍ମାଣ ଠିକ ଭାବରେ ହେଉଛି କି ନାହିଁ ତାହା ଦେଖିବା ପାଇଁ ସାଟେଲାଇଟରୁ ଫଟୋ ନିଆଯାଉଥିଲା ।

ପାମ ଜୁମେରାହ ଦ୍ୱୀପ ଦୁନିଆରେ କୌଣସି ଆଶ୍ଚର୍ଯ୍ୟ ଠାରୁ କମ ନୁହେଁ । ଏହାକୁ ଦେଖିବା ପାଇଁ ଟୁରିଷ୍ଟଙ୍କୁ ହେଲିକପ୍ଟର ଅବା ପ୍ଲେନ ଜମ୍ପିଙ୍ଗର ସାହାରା ନେବାକୁ ପଡେ ।

ହଁ ଏହାକୁ ବନାଇଥିବା କମ୍ପାନୀ ନଖିଲ ଏଠାରେ ଏକ ୫୨ ମହଲା କୋଠା ନିର୍ମାଣ କରିଛି । ଆଉ ଏହିଠାରୁ ଲୋକେ ଏହି ସ୍ଥାନର ସୌନ୍ଦର୍ଯ୍ୟକୁ ଉପଭୋଗ କରିଥାନ୍ତି । ପୂର୍ବ ବର୍ଷ ଏପ୍ରିଲରେ ଏହାକୁ ଖୋଲା ଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.