ଜାଣନ୍ତୁ ଖାଲି ପାଦରେ ଚାଲିବାକୁ ନେଇ ରିସର୍ଚ୍ଚ କଣ କହୁଛି

ସମୟ ବଦଳିଗଲାଣି, ରହଣୀ ସହଣୀରେ ପରିବର୍ତ୍ତନ ଆସିଲାଣି କିନ୍ତୁ ପୁରୁଣା ଉପାୟ ସବୁ ଫେରିବାକୁ ଲାଗିଲାଣି । ଏହାର ଅର୍ଥ ଆପଣ ଭଲଭାବେ ଜାଣିସାରିବେଣି । ପୂର୍ବରୁ ମଣିଷ କେତେ କଣ ଘରୋଇ ଉପାୟ ଆପଣାଉଥିଲା । ଆଉ ଏବେ ବି ଲୋକେ ସେହି ଘରୋଇ ଉପାୟକୁ ପସନ୍ଦ କରୁଛନ୍ତି । ପୂର୍ବରୁ ଲୋକେ ସୁସ୍ଥ ରହୁଥିଲେ । ରୋଗ ପାଖ ମାଡୁନଥିଲା । ତେଣୁ ବର୍ତତ୍ମାନର ସମୟ ପୁଣିଥରେ ମଣିଷକୁ ପଛକୁ ନେଉଛି ।

ଉଦାହରଣ ସ୍ୱରୁପ ଖାଲି ପାଦରେ ଚାଲିବା । ଯାହା ପୂର୍ବରୁ ଲୋକେ ବହୁତ ମାତ୍ରାରେ କରୁଥିଲେ । ତାର ଅର୍ଥ ନୁହେଁ ଯେ କୋଉଠି ବି ବାହାରେ ଖାଲି ପାଦରେ ଚାଲିବା । ଘର ଭିତରେ, ଘର ବାରଣ୍ଡାରେ ହେଉ କିମ୍ବା ନିଜର ପରିବେଶ ମଧ୍ୟରେ ଖାଲି ପାଦରେ ଚାଲିବା ଗୋଟେ ଭଲ ଅଭ୍ୟାସ । କିନ୍ତୁ ବର୍ତ୍ତମାନର ପିଢୀଙ୍କୁ ତ ଖଟ ତଳକୁ ଆସିଲେ ଚପଲ ଦରକାର ପଡୁଛି ।

କିନ୍ତୁ କହିରଖୁଛୁ ଖାଲି ପାଦରେ ଚାଲିବା ଶରୀର ପକ୍ଷେ ବହୁ ଲାଭଦାୟକ । ସ୍ୱିଡେନ ୟୁନିଭରସିଟି ଅଫ କାଲ୍ମରରେ ୧୪ଜଣ ରିସର୍ଚ୍ଚର ଏକ ଷ୍ଟଡିରେ ଏହା ପ୍ରମାଣ କରିଛନ୍ତି କି ଖାଲି ପାଦରେ ଚାଲିବା ଦ୍ୱାରା ତାର କେତେ ଫାଇଦା ରହିଛି । ଆଉ ଏହା ବି କହିଛନ୍ତି କି କେତେ ବୟସର ଲୋକଙ୍କୁ କେତେ ଦୂରତା ଚାଲିବା ଆବଶ୍ୟକ ।

ବୟସ ଅନୁସାରେ ଖାଲି ପାଦରେ ଚାଲିବା ଦ୍ୱାରା ନା କେବଳ ମଣିଷ ଫିଟ ରୁହେ ବରଂ ଓଜନ କମେ ତା ସହିତ ଅନେକ ରୋଗ ଉପରେ ବି ନିୟନ୍ତ୍ରଣ ଆଣିପାରେ । ଯେମିତିକି ହାର୍ଟଡିଜିଜ, ଡାଇବେଟିସ ଓ ହାଇ ବ୍ଲଡପ୍ରେସର ଭଳି ରୋଗ । ହେଲେ ଏସବୁ ରୋଗ ନୂଆ ଜୀବନଶୈଳୀ ପାଇଁ ବର୍ତ୍ତମାନ ସମୟରେ ଅଧିକ ମାତ୍ରାରେ ସୃଷ୍ଟି ହେଉଛି ।

ରିସର୍ଚ୍ଚ ଅନୁସାରେ ୬ବର୍ଷରୁ ୧୭ବର୍ଷର ପିଲାଙ୍କୁ ଖାଲି ପାଦରେ ଚାଲିବା ଖେଳିବା ଜରୁରୀ । ସେମାନଙ୍କ ୁଗୋଟିଏ ଦିନରେ ୧୫୦୦୦ଷ୍ଟେପ୍ସ ନେବା ଦରକାର । ଆଉ ଝିଅମାନେ ୧୨୦୦୦ପାଦ ଚାଲିବା ଭଳ । କିନ୍ତୁ ବୟସ ହେବା ପରେ ଶରୀରରେ ମେଟାବୋଲିଜିମ ପାୱାର ବଦଳିଥାଏ । ଏନର୍ଜି ମଧ୍ୟ କମ ହେବାରେ ଲାଗେ । ତେଣୁ ୪୦ବର୍ଷର ପୁରୁଷଙ୍କୁ ୧୨୦୦୦ପାଦ ଚାଲିବା ଉଚିତ । ୪୦ରୁ ୪୫ବର୍ଷର ମହିଳାଙ୍କୁ ସାଧାରଣତ ଶରୀରରେ ଅନେକ ପ୍ରକାରର ସମସ୍ୟା ସହ ଓଜନ ବଢିବାର ଅଭିଯୋଗ ଥାଏ । ତେଣୁ ସେମାନଙ୍କୁ ମଧ୍ୟ ପ୍ରତିଦିନ ୧୧୦୦୦ଷ୍ଟେପ୍ସର ଅଭ୍ୟାସ କରିବା ଜରୁରୀ ।

୫୦ବର୍ଷରୁ ଅଧିକ ପୁରୁଷଙ୍କ ମଧ୍ୟରେ ଏନର୍ଜି କମ ହୋଇ ଆସିଥାଏ । ଯଦି କହିବା ସେମାନଙ୍କ ପାଇଁ ୧୧୦୦୦ ଷ୍ଟେପ୍ସ କମ୍ପ୍ଲିଟ ଟନିକ ପରି କାମ ଦେବ । କିନ୍ତୁ ୫୦ରୁ ୬୦ବର୍ଷର ମହିଳାଙ୍କୁ ୧୦ହଜାର ପାଦ ଚାଲିବା ଭଲ । ଏମିତି ନୁହେଁ ଯେ ୬୦ବର୍ଷ ହେଲେ ଚାଲିବା ବନ୍ଦ କରିଦେବା ଉଚିତ ବରଂ ଚାଲିବା ଦ୍ୱାରା ଏନର୍ଜେଟିକ ଅନୁଭବ ହେବା ସହ ସୁସ୍ଥ ଅନୁଭବ କରିବେ । ତା ସହିତ ଏକ ସକରାତ୍ମକ ଅନୁଭବ ମଧ୍ୟ ଜାଗ୍ରତ ହୋଇଥାଏ । ଯଦି ଆପଣ ୬୦ରୁ ଉର୍ଦ୍ଧ୍ୱ ତେବେ ୮୦୦୦ଷ୍ଟେପ ନିଶ୍ଚୟ ଚାଲନ୍ତୁ । ପ୍ରତିଦିନ ୩୦ରୁ ୪୦ମିନିଟ ଯାଏଁ ଚାଲିବା ନିହାତି ଦରକାର । ଏମିତିକି ଡକ୍ଟର ବିି ପ୍ରତିଦିନ ରୁଟିନରେ ଚାଲିବାକୁ ପରାମର୍ଶ ଦିଅନ୍ତ।

ପ୍ରତିଦିନ ଚାଲିବା ଦ୍ୱାରା ରିସର୍ଚ୍ଚ କହୁଛି କି ମସ୍ତିଷ୍କରେ ଷ୍ଟ୍ରେସ ଲେବଲ କମ ହୋଇଥାଏ । ତେଣୁ ମଣିଷକୁ ଅଲଜାଇମର ଓ ଡିମେନ୍ସିଆ ହେବାର ବିପଦ କମ ହୁଏ । ରନିଙ୍ଗ ବା ୱାକ କରିବା ଦ୍ୱାରା ହାର୍ଟ ପାଇଁ ଭଲ । ଏହା ହାର୍ଟରେ ସର୍କୁଲେସନ ବଢାଇଥାଏ । କୋଲେଷ୍ଟ୍ରେରଲ କମ କରିଥାଏ । ତା ସହିତ ବ୍ଲଡ ପ୍ରେସରକୁ ବି ସ୍ଥିର ରଖିଥାଏ ।

ଖଲି ପାଦରେ ଚାଲିବା ଦ୍ୱାରା ଫୁସଫୁସ ସୁସ୍ଥ ରହେ ତା ସହ ରୋଗ ଠାରୁ ଦୂରେଇ ରଖିବାରେ ସାହାଯ୍ୟ କରେ । କାରଣ ଏହାଦ୍ୱାରା ଶରୀରରେ ଅକ୍ସିଜେନର ମାତ୍ରା ଭଲ ରହେ । ଯେଉଁମାନେ ଚାଲିଥାନ୍ତି ସେମାନଙ୍କ ଶରୀରରେ ଗ୍ଲୁକୋଜର ମାତ୍ରା ଭଲ ଥାଏ । ଫଳରେ ଡାଇବେଟିକ୍ସ ବି ନିୟନ୍ତ୍ରଣରେ ରହିଥାଏ । ଯଦି ବି ଆପଣଙ୍କ ମଧ୍ୟରେ ଡାଇବେଟିକ ଅଛି ତେବେ ଆପଣ ଚାଲିବା ଦ୍ୱାରା ତାକୁ ନିୟନ୍ତ୍ରଣରେ ରଖିପାରିବେ ।

ପ୍ରତିଦିନ ଚାଲିବା ଦ୍ୱାରା ଆପଣ ଫିଟ ରହିବେ । କାରଣ ଶରୀରରେ ଥିବା ଚର୍ବିକୁ ହଟାଇବାରେ ଏହା ସାହାଯ୍ୟ କରେ । ମାଂସଫେଶୀ ସୁସ୍ଥ ରହେ । ଚାଲିବା ଦ୍ୱାରା ହାଡ ଓ ଜଏଣ୍ଟ ମଧ୍ୟ ମଜବୁତ ହୁଏ । ଆଥ୍ରାଇଟିସ ଭଳି ରୋଗ ପାଇଁ ଚାଲିବା ବହୁତ ଲାଭଦାୟକ ।

ଯେଉଁମାନଙ୍କର ଅଣ୍ଟାରେ ସମସ୍ୟା ରହିଛି ସେମାନଙ୍କ ପାଇଁ ଅଧିକ ବାୟାମ, ସମସ୍ୟା ସୃଷ୍ଟି କରିପାରେ କିନ୍ତୁ ଚାଲିବା ସେମାନଙ୍କ ପାଇଁ ଲାଭ ଆଣେ । କାରଣ ଅଣ୍ଟାରେ ସମସ୍ୟା ଫଳରେ ସବୁପ୍ରକାରର କ୍ଷମତା କମିଯାଏ ଏବଂ ଶକ୍ତି ମଧ୍ୟ କମ ହୋଇଥାଏ । କିନ୍ତୁ ଚାଲିବା ସେମାନଙ୍କ ପାଇଁ ଔଷଧ ଭଳି କାମ ଦିଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.