୨୯ ଜାନୁଆରୀରେ ଭାରତର ସବୁ ଫିଲ୍ମ ହଲ୍‌ରେ ରିଲିଜ୍‌ ହେବ ସତ୍ୟସାଇ ବାବାଙ୍କ ବାୟୋପିକ୍‌ ‘ଓମ୍‌ ଶ୍ରୀ ସତ୍ୟସାଇ ବାବା’

ଦିବଂଗତ ଗଡ୍‌ମ୍ୟାନ୍‌ ସତ୍ୟସାଇ ବାବାଙ୍କ ବାୟୋପିକ୍‌ ‘ଓମ୍‌ ଶ୍ରୀ ସତ୍ୟସାଇ ବାବା’ ୨୯ ଜାନୁଆରୀରେ ଭାରତର ସବୁ ଫିଲ୍ମ ହଲ୍‌ରେ ରିଲିଜ୍‌ ହେବ। ଫିଲ୍ମରେ ଗାୟକ ଅନୁପ ଜଲୋଟା ସାଇ ବାବାଙ୍କ ଭୂମିକାରେ ନଜର ଆସିବେ। ଏନେଇ ଜଲୋଟା କହିଛନ୍ତି, ମୋ ଲାଗୁନି ସତ୍ୟ ସାଇ ବାବାଙ୍କ ତୁଳନାରେ କେହି ସୁପରଷ୍ଟାର ଅଛନ୍ତି। ଏବେ କୌଣସି ଫିଲ୍ମ ସିନେମା ହଲ୍‌ରେ ରିଲିଜ୍‌ ହେଉନାହିଁ। କିନ୍ତୁ ଆମର ଏହି ଫିଲ୍ମ ଦେଶ ତଥା ଦୁନିଆର ସବୁ ହଲ୍‌ରେ ରିଲିଜ୍‌ ହେବ। ଫିଲ୍ମ ରିଲିଜ୍‌ ହେବାକୁ ଆଉ ମାତ୍ର ଦିନ କେଇଟା ବାକି ଅଛି। ମୁଁ ଭାଗ୍ୟଶାଳୀ ଯେ ଏତେ ଲୋକ ଆମ ଫିଲ୍ମ ଦେଖିବାକୁ ଯାଉଛନ୍ତି’।

 

View this post on Instagram

 

A post shared by Anup Jalota (@anupjalotaonline)


ନିକଟରେ ଏକ ଇଣ୍ଟରଭ୍ୟୁରେ ଅନୁପ ଜଲୋଟା କହିଥିଲେ, ମୁଁ ୫୫ ବର୍ଷ ତଳେ ପ୍ରଥମ ଥର ପାଇଁ ସାଇ ବାବାଙ୍କୁ ପ୍ରଥମେ ସାକ୍ଷାତ କରିଥିଲି। ୧୨ ବର୍ଷର ହୋଇଥିବା ବେଳେ ମୁଁ ତାଙ୍କୁ ଲକ୍ଷ୍ନୌରେ ଭେଟିଥିଲି। ସେତେବେଳେ ସେ ମୋର ଓ ବାପାଙ୍କ ଭଜନ ଶୁଣି ଆଶୀର୍ବାଦ ଦେଇଥିଲେ। ସେବେଠାରୁ ମୁଁ ତାଙ୍କ ସହ ଯୋଗାଯୋଗରେ ଅଛି। ତାଙ୍କୁ ଭେଟିବାକୁ ମୁଁ ଅନେକ ଥର ପୁଟ୍ଟପତ୍ତି ବି ଯାଇଛି। ତାଙ୍କର ବସିବା, କଥା କହିବା, ବୁଝାଇବା ଶୈଳୀ ମୁଁ କିଛି କିଛି ଜାଣିଛି। ତାଙ୍କ ଭୂମିକାକୁ ନ୍ୟାୟ ଦେବାକୁ ମୁଁ ଯଥାସାଧ୍ୟ ଚେଷ୍ଟା କରିବି।

 

View this post on Instagram

 

A post shared by Anup Jalota (@anupjalotaonline)

ସତ୍ୟ ସାଇବାବାଙ୍କ ଜୀବନୀ ଉପରେ ଆଧାରିତ ଏହି ବାୟୋପିକ୍‌ ୨୯ ଜାନୁଆରୀରେ ଫିଲ୍ମ ହଲରେ ରିଲିଜ୍‌ ହେବ। ଏହା ହିନ୍ଦୀ, ଇଂରାଜୀ, ତେଲୁଗୁ ଓ ମରାଠୀ ଭାଷାରେ ରିଲିଜ୍‌ ହେବ। ଭିକ୍କି ରାଣାଓ୍ଵତ୍‌ଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମରେ ଜ୍ୟାକି ଶ୍ରଫ୍‌, ସାଧିକା ରନ୍ଧାଓ୍ଵା, ଗୋବିନ୍ଦ ନାମଦେବ, ଅରୁଣ ବକ୍ସି, ସୁଧୀର ଦଲବୀ ଓ ମୁସ୍କାନ୍‌ ଖାନ୍‌ ପ୍ରମୁଖ ନଜର ଆସିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.