Below header

ଛେନା କି ପନୀର ନୁହେଁ, ବ୍ରେଡରେ ବନାନ୍ତୁ ଟେଷ୍ଟୀ ସଫ୍ଟ ରସମଲାଇ

ଆପଣଙ୍କର ଯଦି ରସମଲାଇ ଖାଇବାକୁ ଇଚ୍ଛା ହେଉଛି, ତାହେଲେ ଘରେ ପନୀର କିମ୍ବା ଛେନା ନାହିଁ ବୋଲି ବ୍ୟସ୍ତ ହୁଅନ୍ତୁନି। ସେତେବେଳେ ଆପଣ ଘରେ ଯଦି ବ୍ରେଡ ଥିବ ତାହେଲେ ସେଥିରେ ମଧ୍ୟ ରସମଲାଇ ବନାଇ ଖାଇପାରିବେ। ତେବେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

  • ବ୍ରେଡ – ୮ ପିସ୍‌
  • କ୍ଷୀର – ୨ ଗ୍ଲାସ
  • କଣ୍ଡେସଡ୍‌ ମିଲ୍କ
  • ଚିନି
  • ଦେଶୀ ଘିଅ
  • କାଜୁ, ବାଦାମ, ପିସ୍ତା, କେସର, ଅଳେଇଚ ଏବଂ ଚିରୋଞ୍ଜି

ପ୍ରସ୍ତୁତି ପ୍ରଣାଳୀ

ସର୍ବପ୍ରଥମେ କ୍ଷୀରକୁ ଫୁଟାଇ ଦିଅନ୍ତୁ। ଯେତେବେଳେ ଏହା ଫୁଟିଯିବ ସେଥିରେ ଅଳ୍ପ କେସର ପକାଇ ଘୋଡାଇ ଦିଅନ୍ତୁ। ଦୁଇ ରୁ ତିନି ମିନିଟରେ କ୍ଷୀର ନିଜର ରଙ୍ଗ ଛାଡିଦେବ। କ୍ଷୀରରେ କେସରର ରଙ୍ଗ ଆସିବା ପରେ ପୁର୍ନବାର ଆଞ୍ଚ ଉପରେ ଚଢ଼ାଇ ଦିଅନ୍ତୁ। ଏଥିରେ କାଜୁ, ବାଦାମ୍‌, ପିସ୍ତା, ଚିରୋଞ୍ଜୀ ପକାଇ ଦିଅନ୍ତୁ ଏବଂ ଧୀମା ଆଞ୍ଚରେ ଫୁଟାନ୍ତୁ। ଏବେ ଏଥିରେ କଣ୍ଡେସଡ୍‌ ମିଲ୍କ ଏବଂ ଚିନି ମିଶାଇ ଫୁଟାନ୍ତୁ।

ଏହାପରେ ବ୍ରେଡ ସ୍ଲାଇସ୍‌ ନେଇ ତାହାକୁ କୌଣସି ଗିନା କିମ୍ବା ଗ୍ଲାସରେ କାଟି ଦିଅନ୍ତୁ। ଯେତେବେଳେ ସବୁ ବ୍ରେଡ ଗୋଲ ଆକାରରେ କଟିଯିବ ସେତେବେଳେ କଡାରେ ଦେଶୀ ଘିଅ ଗରମ କରନ୍ତୁ। ଏବେ ସେଥିରେ କାଟି ରଖିଥିବା ବ୍ରେଡ ଖଣ୍ଡକୁ ଘିଅରେ ଟିକେ ଭାଜି ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଥିବା କ୍ଷୀରରେ ଭାଜି ରଖିଥିବା ବ୍ରେଡ ଖଣ୍ଡକୁ ପକାଇ ଦିଅନ୍ତୁ। ଏବେ ଏହା ଥଣ୍ଡା ହେବା ପରେ ସର୍ଭ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.