50 Years of YRF: ପୁରୁଣା ଫିଲ୍ମ ସହିତ ଦେଖାଯିବ ଆଗାମୀ ଫିଲ୍ମଗୁଡ଼ିକର ଝଲକ, ସ୍ପେଶାଲ ଶୋ’ ରିଲରେ ଦର୍ଶକଙ୍କୁ ମିଳିବ ସରପ୍ରାଇଜ୍‌

ପ୍ରଡକ୍ସନ କମ୍ପାନୀ ‘ୟଶ ରାଜ ଫିଲ୍ମସ(YRF)’ ତା’ର ୫୦ ବର୍ଷ ପୂରଣ ହେବା ମଉକାରେ ଏ ପର୍ଯ୍ୟନ୍ତ ରିଲିଜ୍‌ କରିଥିବା ଫିଲ୍ମଗୁଡ଼ିକର ସ୍ପେଶାଲ ଶୋ’ ରିଲ ପାଇଁ ପ୍ରସ୍ତୁତି ଚଳାଇଛି। ଏହି ଶୋ’ ରିଲରେ କମ୍ପାନୀ ନିଜର ଆଗାମୀ ଫିଲ୍ମଗୁଡ଼ିକ ବିଷୟରେ ଘୋଷଣା କରିବ, ଯେଉଁଥିରେ ସଲମାନ ଖାନ, କ୍ୟାଟ୍ରିନା କୈଫ୍‌, ଶାହରୁଖ ଖାନ, ଦୀପିକା ପାଦୁକୋନ, ଜନ୍‌ ଆବ୍ରାହମ, ଅଜୟ ଦେବଗନ ଓ ଭିକ୍କି କୌଶଲ ନଜର ଆସିବେ। ଏହି ଶୋ’ ରିଲ୍‌ ଭବ୍ୟ ତଥା ବଢ଼ିଆ ଭିଡିଓ ହେବ। ଏଥିରେ YRFର ଏ ପର୍ଯ୍ୟନ୍ତର ଯାତ୍ରା ଦେଖିବାକୁ ମିଳିବ ଏବଂ ନିଜ ଆଗାମୀ ଫିଲ୍ମଗୁଡ଼ିକର କିଛି ସିନ୍‌ ମଧ୍ୟ ଦେଖାଯିବ।

ଏହି ଶୋ’ ରିଲ୍‌ର ପ୍ରିମିୟର ସିନେମା ଘରେ ହେବ। ସୂଚନା ମୁତାବକ, ଏଥି‌ରେ ‘ପୃଥ୍ଵୀରାଜ’, ‘ଜୟେଶଭାଇ ଜୋରଦାର’ ଓ ‘ଶମଶେରା’ ଭଳି ଫିଲ୍ମର ସିନ୍‌ ନଜର ଆସିବ। ସିଦ୍ଧାର୍ଥ ଆନନ୍ଦଙ୍କ ଫିଲ୍ମ ‘ପଠାନ’କୁ ବି ସାମିଲ କରାଯିବ, ଯେଉଁଥିରେ ଶାହରୁଖ ଖାନ, ଦୀପିକା ପାଦୁକୋନ ଓ ଜନ୍‌ ଆବ୍ରାହମ ରହିଛନ୍ତି। ସେପଟେ ମନୀଷ ଶର୍ମାଙ୍କ ‘ଟାଇଗର ୩’ ମଧ୍ୟ ରହିବ। ଏହି ଫିଲ୍ମରେ ସଲମାନ ଖାନ୍‌ ଓ କ୍ୟାଟ୍ରିନା କେଫ୍‌ ଅଛନ୍ତି। ଏହାସହିତ ଆଉ ଦୁଇଟି ଅନଟାଇଟଲ୍ଡ ଫିଲ୍ମ ଅଛି, ଯେଉଁଥିରେ ଅଜୟ ଦେବଗନ, ଅହାନ ପାଣ୍ଡେ, ଭିକ୍କି କୌଶଲ ଓ ମାନୁଷୀ ଛିଲ୍ଲର ଅଛନ୍ତି।

କହି ରଖୁଛୁ, ‘ପଠାନ’ ଏବଂ ‘ଭିକ୍ଟର’ ଏବେ ଫ୍ଲୋରରେ ଥିବା ବେଳେ ‘ଟାଇଗର ୩’ ମାର୍ଚ୍ଚରେ ଫ୍ଲୋରକୁ ଆସିବାର ଆଶା ରହିଛି। ତେବେ କମ୍ପାନୀ ଏ ପର୍ଯ୍ୟନ୍ତ 50-year Film Slateକୁ ନେଇ କୌଣସି ଅଫିସିଆଲ ଘୋଶଣା କରିନି। କିନ୍ତୁ ଏହାରି ଭିତରେ ଏହି ପ୍ରମୁଖ ଖବର ସାମ୍ନାକୁ ଆସିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.