Below header

ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ମାଗଣାରେ ଦିଆଯିବ ବୁକଲେଟ୍‌ ‘ପରୀକ୍ଷା ଦର୍ପଣ’, ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ

ଭୁବନେଶ୍ବର: ମାଟ୍ରକି ପରୀକ୍ଷାର୍ଥୀଙ୍କ ମାଗଣାରେ ଦିଆଯିବ ବୁକଲେଟ୍‌ । ‘ପରୀକ୍ଷା ଦର୍ପଣ’ ନାମକ ଏକ ପୁସ୍ତିକା ସମସ୍ତ ପରୀକ୍ଷାର୍ଥୀଙ୍କୁ ଦିଆଯିବ । ୬ ଲକ୍ଷ ୨୦ ହଜାର ୫୦୮ ଛାତ୍ରଛାତ୍ରୀଙ୍କୁ ଦିଆଯିବ । ୭୦୦ ପୃଷ୍ଠାର ବହି ଦିଆଯିବ । ମାର୍ଚ୍ଚ ୧୭ ତାରିଖରୁ କୋଭିଡ ମହାମାରୀ ଯୋଗୁଁ ସ୍କୁଲ ବନ୍ଦ ହୋଇଥିଲା ।

ଏହି ସମୟରେ ଅନଲାଇନ୍‌ ଶିକ୍ଷା ବ୍ୟବସ୍ଥା କରାଯାଇଥିଲା । ପିଲାମାନଙ୍କୁ ସୁବିଧା ପାଇଁ ୩୦ ପ୍ରତିଶତ ସିଲାବସ ହ୍ରାସ କରାଯାଇଥିବା କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ୭୦ପ୍ରତିଶତ ସିଲାବସକୁ ନେଇ ପରୀକ୍ଷା ଦର୍ପଣ ଛପା ହେବ। ଛାତ୍ରଛାତ୍ରୀଙ୍କୁ ଚାପମୁକ୍ତ କରିବା ପାଇଁ ବିଭାଗ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.