Below header

ନୂଆବର୍ଷରେ ଫ୍ୟାନ୍‌ଙ୍କୁ ବଡ଼ ଉପହାର ହେଲେ ଶାହାରୁଖ ଖାନ୍‌, ୨୦୨୧ରେ ସିଲଭର ସ୍କ୍ରିନ୍‌ରେ ଆସିବାକୁ କଲେ ଘୋଷଣା

ବଲିଉଡ୍‌ର ବାଦ୍‌ଶାହ ଅର୍ଥାତ୍‌ ଶାହାରୁଖ ଖାନ୍‌ଙ୍କୁ ବିଗ୍‌ ସ୍କ୍ରିନ୍‌ରେ ପୁଣିଥରେ ଦେଖିବାକୁ ଦର୍ଶକମାନେ ବହୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ତେବେ ଦର୍ଶକଙ୍କର ଏହି ପ୍ରତୀକ୍ଷାକୁ ଖୁବ୍‌ଶୀଘ୍ର ଅନ୍ତ କରିବାକୁ ଯାଉଛନ୍ତି ଶାହାରୁଖ। ଏନେଇ କିଙ୍ଗ୍‌ ଖାନ୍‌ ନିଜେ ଘୋଷଣା କରିଛନ୍ତି। ସେ ନୂଆବର୍ଷରେ ଫ୍ୟାନ୍‌ଙ୍କୁ ଶୁଭକାମନା ଜଣାଇବା ପାଇଁ ଏକ ଭିଡିଓ ପୋଷ୍ଟ ସେୟାର କରିଛନ୍ତି। ଉକ୍ତ ଭିଡିଓର ସେ ନିଜ ନୂଆ ଫିଲ୍ମକୁ ନେଇ ହିଣ୍ଟସ୍‌ ଦେଇଛନ୍ତି। ଏହା ଜାଣିବା ପରେ ଶାହାରୁଖଙ୍କ ଫ୍ୟାନ୍‌ମାନେ ବେଶ୍‌ ଖୁସି ଅଛନ୍ତି ଓ ଟ୍ଵିଟରରେ ହ୍ୟାସ୍‌ଟ୍ୟାଗ୍‌ ପଠାନ୍‌ ଟ୍ରେଣ୍ଡ୍‌ କରୁଛି।

ଶାହାରୁଖ ନୂଆବର୍ଷରେ ଏକ ଭିଡିଓ ସେୟାର କରିଥିଲେ। ସେଥିରେ ସେ ଗତ ବର୍ଷ କରୋନା ଯୋଗୁ ସାମ୍ନା କରିଥିବା ସମସ୍ତ ସମସ୍ୟା ବିଷୟରେ କହିଥିଲେ। ସେ କହିଥିଲେ, ୨୦୨୦ ଏବେ ଅତୀତ ହୋଇଯାଇଛି ଓ ଆମକୁ ନୂଆବର୍ଷକୁ ନୂଆ ଆଶା ଆକାଂକ୍ଷା ସହ ସ୍ୱାଗତ କରିବାକୁ ହେବ। ଏହା ପରେ ସେ କହିଥିଲେ, ୨୦୨୧ରେ ଦେଖା ହେବା ବିଗ୍‌ ସ୍କ୍ରିନ୍‌ରେ।


ଶାହାରୁଖଙ୍କ ଏହି ଟ୍ଵିଟ୍‌ ପରେ ଫ୍ୟାନ୍‌ମାନେ ବେଶ୍‌ ଖୁସି ଥିବା ଜଣାଇଛନ୍ତି। ଶାହାରୁଖଙ୍କ ଆଗାମୀ ଫିଲ୍ମ ପଠାନ୍‌ ଦେଖିବାକୁ ଫ୍ୟାନ୍‌ମାନେ ବହୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି, ଯାହା ସେମାନଙ୍କ ଟ୍ଵିଟ୍‌ରୁ ହିଁ ସ୍ପଷ୍ଟ ବୁଝାପଡ଼ୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.