Below header

ବିବାହ ପୂର୍ବରୁ ଏମିତି ଡିମାଣ୍ଡ କରିବାରୁ ସମିତା ସେଟ୍ଟୀଙ୍କ ସହ ସମ୍ପର୍କ କାଟି ଦେଲେ ରାକେଶ ବାପଟ!

ରାକେଶ ବାପଟ୍‌ ଓ ସମିତା ସେଟ୍ଟୀ, ଏହି ଦୁଇଟି ନାଁ ସହ ଏବେ ପ୍ରାୟ ଲୋକ ପରିଚିତ ହୋଇସାରିବେଣି। ଏହି ଦୁଇ ସେଲିବ୍ରିଟିଙ୍କ ମଧ୍ୟରେ ବିଗ୍‌ବସ୍‌ରୁ ପ୍ରେମ ଆରମ୍ଭ ହୋଇଥିଲା। କିନ୍ତୁ ମାତ୍ର କିଛି ଦିନ ଭିତରେ ହିଁ ଏମାନଙ୍କ ପ୍ରେମ ସରିଯାଇଥିବା ନେଇ ଚର୍ଚ୍ଚା ହେଉଛି। ଉଭୟଙ୍କ ବ୍ରେକ୍‌ ଅପ୍‌ ଖବର ଫ୍ୟାନ୍‌ଙ୍କୁ ଦୋହଲାଇ ଦେଇଛି। ରାକେଶ ଓ ସମିତାଙ୍କ ଭିତରେ ସବୁ କିଛି ଠିକ୍‌ନଥିବା ଖବର ଶୁଣିବାକୁ ମିଳୁଛି। କିନ୍ତୁ ନିକଟରେ ଉଭୟେ ସୋସିଆଲ ମିଡିଆରେ ପୋଷ୍ଟ କରି କହିଛନ୍ତି ଯେ ତାଙ୍କ ଭିତରେ ସବୁ କିଛି ଠିକ୍‌ ଅଛି।

 

View this post on Instagram

 

A post shared by Raqesh Bapat (@raqeshbapat)

ତାଜା ରିପୋର୍ଟ ମୁତାବକ, ରାକେଶ ଓ ସମିତାଙ୍କ ମଧ୍ୟରେ ବଡ଼ ଝଗଡ଼ା ହୋଇଛି। କୁହାଯାଉଛି ଯେ ସମିତା ଓ ରାକେଶ ପରସ୍ପରର ସମ୍ପର୍କରେ ବି ନାହାନ୍ତି। ରାକେଶ ବାପଟ ଓ ସମିତା ସେଟ୍ଟୀଙ୍କ ମଧ୍ୟରେ ପାଟି ତୁଣ୍ଡର କାରଣ ଅତି ସାଧାରଣ ବୋଲି କୁହାଯାଉଛି। ସମିତା ସେଟ୍ଟୀ ଚାହୁଁଛନ୍ତି ଯେ ରାକେଶ ପୁନେରୁ ମୁମ୍ବାଇ ସିଫ୍ଟ ହୋଇଯାଆନ୍ତୁ। ରାକେଶ ସ୍ତ୍ରୀ ରିଦ୍ଦି ଡୋଗରାଙ୍କ ଠାରୁ ଛାଡ଼ପତ୍ର ପପେ ପୁନେ ପଳାଇଥିଲେ। ଏବେ ସମିତା କହୁଛନ୍ତି ଯେ ସେ ପୁଣିଥରେ ମୁମ୍ବାଇ ଚାଲି ଆସନ୍ତୁ। ଏହି କଥାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଛି ଓ ଦୂରତା ବଢ଼ିଛି। କୁହାଯାଉଛି ଯେ ଏବେ କେହି କାହା ସହ ଆଉ କଥା ବି ହେଉ ନାହାନ୍ତି।

ଆହୁରି ମଧ୍ୟ କୁହାଯାଉଛି ଯେ ରାକେଶ ସମିତାଙ୍କ ପ୍ରତି ନିଜ ଭାବନାକୁ କେବେ ବି ପରିପ୍ରକାଶ କରି ନାହାନ୍ତି। ବିଗ୍‌ବସ୍‌ରେ ବି ସେମାନେ ଏ ନେଇ ଆଲୋଚନା କରିଥିଲେ। ଉଭୟଙ୍କ ମଧ୍ୟରେ ଅନେକ କଥାରେ ଭିନ୍ନ ମତ ଥିବାରୁ ଏବେ ଉଭୟେ ଅଲଗା ହୋଇଛନ୍ତି ବୋଲି ଚର୍ଚ୍ଚା ହେଉଛି।

Also Read: ଜୁନ୍‌ରୁ ଆରମ୍ଭ ହେବ ହ୍ରିତିକଙ୍କ ‘କ୍ରିସ୍‌-୪’ର ସୁଟିଂ, ପ୍ରସ୍ତୁତି ଆରମ୍ଭ କରି ଦେଲେଣି ରାକେଶ ରୋଶନ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.