Below header

ରାଜ୍ୟରେ ବଢ଼ୁଛି ତାତି: ବିଭିନ୍ନ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ ବଢୁଛି ତାତି । ହିଟ୍‌ୱେଭ ସମ୍ଭାବନା । ଆଗାମୀ ୨ ଦିନ ପରେ ଦିନର ତାପମାତ୍ରା ଆହୁରି ବୃଦ୍ଧି ପାଇବ । ୩ରୁ ୪ ଡିଗ୍ରୀ ସେଲସିୟସ ଯାଏ ଦିନର ତାପମାତ୍ରା ବଢ଼ିବ । ଆସନ୍ତା ୧୬ ଓ ୧୭ ତାରିଖରେ କିଛି ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ରହିଛି। ଏହି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ରାଜ୍ୟକୁ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ-ଉତ୍ତପ୍ତ ବାୟୁ ପ୍ରବାହ ଶକ୍ତିଶାଳୀ ହେବା ସହ ତାପମାତ୍ରା ବଢ଼ିବ ।

b6c2a324-0c53-462b-a06b-2303bda84358

ଏଥିଯୋଗୁ କିଛି ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ରହିଛି । ୧୬ ତାରିଖରେ ବଲାଙ୍ଗୀର, ସୋନପୁର ଓ ବୌଦ୍ଧରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ୧୭ ତାରିଖରେ ବଲାଙ୍ଗୀର, ସୋନପୁର, ବୌଦ୍ଧ, ଅନୁଗୁଳ, ନୟାଗଡ଼ ଓ ଖୋର୍ଦ୍ଧାରେ ହିଟ୍‌ ୱେଭ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଆଜି ସମ୍ବଲପୁରରେ ସର୍ବୋଚ୍ଚ ତାପମାତ୍ରା ୩୬.୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ସେହିପରି ଝାରସୁଗୁଡାରେ ୩୬. ୪ଡିଗ୍ରୀ, ହୀରାକୁଦ ରେ ୩୫.୮ ଡିଗ୍ରୀ, ବାଲେଶ୍ୱରରେ ୩୫.୨ ଡିଗ୍ରୀ ମ ଚାନ୍ଦବାଲିରେ ୩୪. ୦ ଡିଗ୍ରୀ, ଗୋପଳପୁରରେ ୩୩. ୪ ଡିଗ୍ରୀ ସେଲସିୟସ, କେନ୍ଦୁଝରରେ ୩୩. ୦ ଡିଗ୍ରୀ, ପୁରୀରେ ୩୧ .୨ ଡିଗ୍ରୀ ସେଲସିୟସ ରହିଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ୩୬ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.