ଚିଲିକା ବିଧାୟକ ବିଜେଡିରେ ନାହାନ୍ତି, ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେଉ: ସସ୍ମିତ ପାତ୍ର

ଭୁବନେଶ୍ୱର (କେନ୍ୟୁଜ): ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବିଜେଡିରେ ନାହାନ୍ତି । ବାଣପୁରରେ ବିଜେପି ଶୋଭାଯାତ୍ରା ବେଳେ ଲୋକଙ୍କ ଉପରେ ଗାଡ଼ି ଚଢ଼ାଇ ଦେବା ଘଟଣାରେ ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେଉ । ଆଜି ପ୍ରେସମିଟରେ ଏକଥା ସ୍ପଷ୍ଟ କରିଛନ୍ତି ବିଜେଡି ରାଷ୍ଟ୍ରୀୟ ମୁଖପାତ୍ର ସସ୍ମିତ ପାତ୍ର । ସେ କହିଛନ୍ତି, କାଲି ଏକଥା କହିଥିଲୁ ଓ ଆଜି ବି ସେହି କଥା କହୁଛୁ । ଅଭିଯୁକ୍ତ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେଉ କହିଛି ବିଜେଡି ।

ଦାବି ସତ୍ତ୍ୱେ ବିଜେପି ଏହାକୁ ରାଜନୀତିକରଣ କରୁଛି । ଏହି ଘଟଣାରେ ଟଣାଓଟାରି କରି ବିଜେଡିକୁ ଆଣିବା ପାଇଁ ଚେଷ୍ଟା କରାଯାଉଛି । ଏଭଳି ସ୍ପର୍ଶକାତର ଘଟଣାରେ ରାଜନୀତିକରଣ କରା ନଯାଉ । ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କୁ ଟାର୍ଗେଟ୍‌ କରି ସସ୍ମିତ କହିଛନ୍ତି, ବିଜେପି ଶାସିତ ରାଜ୍ୟରେ ପୂର୍ବରୁ ବାଣପୁର ଭଳି ସମାନ ଘଟଣା ଘଟିଥିଲା । ବିଜେପି ସମାନ ଘଟଣାରେ ସମାନ ପ୍ରତିକ୍ରିୟା ପ୍ରକାଶ କରୁ । ଏବେ କାହିଁକି ଦୋମୁହାଁ ଆଭିମୁଖ୍ୟ ଗ୍ରହଣ କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ସସ୍ମିତ ପାତ୍ର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.