Below header

କପିଳଙ୍କ ୪୦ ବର୍ଷର ରେକର୍ଡ଼ ଭାଙ୍ଗିଲେ ଋଷଭ ପନ୍ତ, ଜାଣନ୍ତୁ କେଉଁ ରେକର୍ଡ଼

ବେଙ୍ଗାଲୁରୁ : ଶ୍ରୀଲଙ୍କା ବିପକ୍ଷ ବେଙ୍ଗାଲୁରୁ ଟେଷ୍ଟରେ ଋଷଭ ପନ୍ତଙ୍କ ନୂଆ ରେକର୍ଡ । ୨୮ ବଲ୍ରେ କଲେ ଅର୍ଦ୍ଧ ଶତକ । ଏହା ସହ ପୂର୍ବତନ ଅଧିନାୟକ କପିଲ ଦେବଙ୍କ ୪୦ ବର୍ଷ ପୁରୁଣା ରେକର୍ଡକୁ ଭାଙ୍ଗିଛନ୍ତି ଭାରତୀୟ କ୍ରିକେଟ୍ ଦଳର ଏହି ଯୁବ ତାରକା । ୧୯୮୨ରେ ପାକିସ୍ତାନ ବିପକ୍ଷ ଏକ ମ୍ୟାଚରେ ୩୦ ବଲରେ କପିଲ ଅର୍ଦ୍ଧଶତକ ପୂରା କରିଥିଲେ । ଏବେ ଜୋରଦାର ଫର୍ମରେ ଥିବା ଓ୍ଵିକେଟ୍‌ କିପର ଋଷଭ ପନ୍ତ ଶ୍ରୀଲଙ୍କା ସହ ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସ୍‌ରେ ୩୯ ରନ୍‌ କରିଥିବା ବେଳେ ଦ୍ୱିତୀୟ ଇନିଂସ୍‌ରେ ଠିକ୍‌ ୫୦ ରନ୍‌ କରି ଆଉଟ୍‌ ହୋଇଛନ୍ତି।

ଶ୍ରୀଲଙ୍କାକୁ ମାତ୍ର ୧୦୯ ରନ୍‌ରେ ଆଉଟ୍‌ କରି ପ୍ରଥମ ପାଳିରେ ୧୪୩ ରନ୍‌ରେ ଆଜୁଆ ରହିଥିଲା ଭାରତୀୟ ଦଳ । ପରେ ଦ୍ୱିତୀୟ ପାଳି ଜାରି ରଖିଛି । ଏଥିରେ ମାତ୍ର ୨୨ ରନ କରି ଆଉଟ୍ ହୋଇଥିଲେ ଓପନର ମୟଙ୍କ ଅଗ୍ରଓ୍ଵାଲ । ମୟଙ୍କ ଶ୍ରୀଲଙ୍କା ବୋଲର ଲସିଥ ଏମ୍ବୁଲଡେନିୟାଙ୍କ ଶିକାର ହୋଇଥିଲେ । ଏହା ପରେ ଅଧିନାୟକ ରୋହିତ ଶର୍ମା ଏବଂ ହନୁମା ବିହାରୀଙ୍କ ଯୋଡି ୧୧୯ ବଲରେ ୫୬ ରନ୍ ସାଉଁଟିଥିଲେ । ବଡ ସଟ୍ ଖେଳିବାକୁ ଯାଇ କ୍ୟାଚ୍ ଆଉଟ ହୋଇଥିଲେ ରୋହିତ ଶର୍ମା । ୪୬ ରନ କରି ପାଭିଲିଅନ ଫେରିଲେ । ପରେ ୭୯ଟି ବଲରେ ୩୫ ରନ କରି ଆଉଟ୍‌ ହୋଇଥିଲେ ହନୁମା ବିହାରୀ ।

ତେବେ ପୁଣି ଫ୍ଲପ୍‌ ସୋ ଦେଖିବାକୁ ମିଳିଥିଲା ବିରାଟ କୋହଲିଙ୍କର । ସେ ମାତ୍ର ୧୩ ରନ୍‌ କରି ପ୍ରବୀଣ ଜୟବିକ୍ରମାଙ୍କ ବଲ୍‌ରେ ଆଉଟ୍‌ ହୋଇଥିଲେ । ପ୍ରଥମ ପାଳିରେ ସେ ୨୩ ରନ୍‌ କରିଥିଲେ । ଫଳରେ ଗତ ପାଞ୍ଚ ବର୍ଷ ମଧ୍ୟରେ ପ୍ରଥମଥର ଟେଷ୍ଟ କ୍ରିକେଟ୍‌ରେ କୋହଲିଙ୍କ ରନ୍‌ ହାର ୫୦ ପ୍ରତିଶତରୁ ତଳକୁ ଖସିଛି । ଏହାପରେ ଶ୍ରେୟସ ଆୟର ଏବଂ ରବୀନ୍ଦ୍ର ଜାଡେଜା ବ୍ୟାଟିଂ କରୁଥିଲେ । ସେତେବେଳେ ଭାରତ ୫ ଓ୍ଵିକେଟ୍‌ରେ ୨୦୩ ରନ୍‌ କରିଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.