Below header

ସିଙ୍ଗର ସିଦ୍ଧୁ ମୁସେଓ୍ଵାଲାଙ୍କ ଘରେ ଖୁସିର ମାହୋଲ, ମା’ ଚରଣ କୌର ୫୮ ବର୍ଷ ବୟସରେ ଜନ୍ମ ଦେଲେ ପୁତ୍ର ସନ୍ତାନ

ସିଦ୍ଧୁଙ୍କ ମା’ ଚରଣ କୌର ୫୮ ବର୍ଷ ବୟସରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି । ତେବେ ମୁସେଓ୍ଵାଲାଙ୍କ ବାପା ବଲକୌର ସିଂ ନିଜେ ସୋସିଆଲ ମିଡିଆରେ ଏହି ସୂଚନା ଦେଇଛନ୍ତି । ତେବେ ମୁସେଓ୍ଵାଲାଙ୍କ ବାପା ତାଙ୍କ ଅଫିସିଆଲ୍ ଫେସବୁକ୍ ପେଜ୍‌ରେ ପୋଷ୍ଟ କରିଛନ୍ତି ଯେ ମୁସେଓ୍ଵାଲାଙ୍କଙ୍କୁ ତାଙ୍କ ସାନଭାଇ ଭାବରେ ପାଇଥିବାରୁ ସେ ବହୁତ ଖୁସି ଅଛନ୍ତି ଏବଂ ଏହା ଭଗବାନଙ୍କ ଆଶୀର୍ବାଦ ।

ପଞ୍ଜାବୀ ଦିବଙ୍ଗତ ଲୋକପ୍ରିୟ ସିଙ୍ଗର ସିଦ୍ଧୁ ମୁସେଓ୍ଵାଲାଙ୍କ ଘରେ ଖୁସିର ମାହୋଲ ରହିଛି । ସିଦ୍ଧୁଙ୍କ ମା’ ଚରଣ କୌର ୫୮ ବର୍ଷ ବୟସରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି । ତେବେ ମୁସେଓ୍ଵାଲାଙ୍କ ବାପା ବଲକୌର ସିଂ ନିଜେ ସୋସିଆଲ ମିଡିଆରେ ଏହି ସୂଚନା ଦେଇଛନ୍ତି । ସିଦ୍ଧୁ ମୁସେଓ୍ଵାଲାଙ୍କ ବାପା ବଲକୌର ସିଂ ତାଙ୍କ ଛୋଟ ପୁଅର ଫଟୋ ସୋସିଆଲ ମିଡିଆରେ ସେୟାର କରି ଲେଖିଛନ୍ତି, ‘ଶୁଭଦୀପଙ୍କୁ ଭଲ ପାଉଥିବା ଲକ୍ଷ ଲକ୍ଷ ଆତ୍ମାର ଆଶୀର୍ବାଦରେ ଅନନ୍ତ ଭଗବାନ ଶୁଭଙ୍କ ସାନଭାଇକୁ ଆମ କୋଳରେ ଦେଇଛନ୍ତି । ଭଗବାନଙ୍କ ଆଶୀର୍ବାଦରେ ପରିବାର ସୁସ୍ଥ ଏବଂ ସମସ୍ତ ଶୁଭେଚ୍ଛୁମାନଙ୍କ ଅସୀମ ଭଲପାଇବା ପାଇଁ ମୁଁ କୃତଜ୍ଞ’ ।

ସୂଚନାଯୋଗ୍ୟ ଯେ ପଞ୍ଜାବରେ ସିଦ୍ଧୁ ମୁସେଓ୍ଵାଲାଙ୍କ ହତ୍ୟା ହେବାର ପ୍ରାୟ ଦୁଇ ବର୍ଷ ପରେ ରବିବାର ଦିନ ବଲକୌର ସିଂଙ୍କ ଘରେ ଖୁସିର ମାହୋଲ ରହିଛି । ତେବେ ମୁସେଓ୍ଵାଲାଙ୍କ ବାପା ତାଙ୍କ ଅଫିସିଆଲ୍ ଫେସବୁକ୍ ପେଜ୍‌ରେ ପୋଷ୍ଟ କରିଛନ୍ତି ଯେ ମୁସେଓ୍ଵାଲାଙ୍କଙ୍କୁ ତାଙ୍କ ସାନଭାଇ ଭାବରେ ପାଇଥିବାରୁ ସେ ବହୁତ ଖୁସି ଅଛନ୍ତି ଏବଂ ଏହା ଭଗବାନଙ୍କ ଆଶୀର୍ବାଦ । ତେବେ ଏହି ପୋଷ୍ଟ ସେୟାର ହେବା ମାତ୍ରେ ସୋସିଆଲ ମିଡିଆ ୟୁଜର ଏହାକୁ ନେଇ ବିଭିନ୍ନ ପ୍ରକାରର କମେଣ୍ଟ କରିଚାଲିଛନ୍ତି ।

ପୂର୍ବ ଏହା ସୂଚନା ଥିଲା ଯେ ବଲକୌର ସିଂ ୫୮ ବର୍ଷ ବୟସରେ ତାଙ୍କ ପତ୍ନୀଙ୍କ ଗର୍ଭବତୀ ଥିବା ଖବରକୁ ଅସ୍ୱୀକାର କରିଥିଲେ ଏବଂ ଏହି ଗୁଜବକୁ ବିଶ୍ୱାସ ନକରିବାକୁ ସମସ୍ତଙ୍କୁ ଅନୁରୋଧ କରିଥିଲେ । ତେବେ ସେ କହିଥିଲେ ଯେ ‘ସିଦ୍ଧୁଙ୍କ ଫ୍ୟାନ୍ସଙ୍କୁ ଆମେ କୃତଜ୍ଞତା, ଯେଉଁମାନେ ଆମ ପରିବାର ବିଷୟରେ ଚିନ୍ତା କରୁଛନ୍ତି । କିନ୍ତୁ ଆମେ ଅନୁରୋଧ କରୁଛୁ ପରିବାର ବିଷୟରେ ଏତେଗୁଡ଼ିଏ ଗୁଜବ ଅଛି ଯାହାକୁ ବିଶ୍ୱାସ କରାଯାଇପାରିବ ନାହିଁ । ଏହା ସହ ଏପରି ମଧ୍ୟ କହିଥିଲେ ଯେ ଯଦି ଏପରି କିଛି ବି ହେବ, ତାହେଲେ ଆପଣମାନଙ୍କୁ ଆମ ପରିବାର ସଦସ୍ୟ ନିଶ୍ଚତ ଭାବେ ସେୟାର କରିବେ ।

ସୂଚନା ମୁତାବକ, ମୁସେଓ୍ଵାଲାଙ୍କ ମା ଆଇଭିଏଫ୍ ଟେକ୍ନିକ୍ ଜରିଆରେ ନିଜ ଦ୍ୱିତୀୟ ସନ୍ତାନକୁ ଜନ୍ମ ଦେଇଛନ୍ତି । ତେବେ ୨୮ ବର୍ଷିୟ ସିଦ୍ଧୁ ମୁସେଓ୍ଵାଲାଙ୍କୁ ମେ ୨୯, ୨୦୨୨ରେ ଗୁଳି କରି ହତ୍ୟା କରାଯାଇଥିଲା । ଏହା ସହ ଏହି ପଞ୍ଜାବୀ ଗାୟକଙ୍କୁ ବହୁତ ପାଖରୁ ଗୁଳି କରାଯାଇଥିଲା । ତେବେ ଆକ୍ରମଣକାରୀମାନେ ମୁସେଓ୍ଵାଲାଙ୍କ ଉପରେ ୩୦ ରୁ ଅଧିକ ରାଉଣ୍ଡରେ ଗୁଳି କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.