ହୃଦଘାତରେ ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ରଜତ ପ୍ରତିହାରୀଙ୍କ ପରଲୋକ

ହୃଦଘାତରେ ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ତଥା ପୂର୍ବତନ ପରିଚାଳନା କମିଟି ସଦସ୍ୟ ରଜତ ପ୍ରତିହାରୀଙ୍କ ଦେହାନ୍ତ । ମୁମ୍ବାଇର ଏକ ବେସରକାରୀ ହସପିଟାଲରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ହୋଇଛି । ଶ୍ରୀଜଗନ୍ନାଥଙ୍କର ପ୍ରତିହାରୀ ସେବକ ଓ ଗରାବଡୁ ଓ ହଡପନାୟକ ସେବା ଯୋଗାଉଥିଲେ ରଜତ ପ୍ରତିହାରୀ ।

ପୁରୀ (କେନ୍ୟୁଜ): ହୃଦଘାତରେ ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ତଥା ପୂର୍ବତନ ପରିଚାଳନା କମିଟି ସଦସ୍ୟ ରଜତ ପ୍ରତିହାରୀଙ୍କ ଦେହାନ୍ତ । ମୁମ୍ବାଇର ଏକ ବେସରକାରୀ ହସପିଟାଲରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ହୋଇଛି । ଶ୍ରୀଜଗନ୍ନାଥଙ୍କର ପ୍ରତିହାରୀ ସେବକ ଓ ଗରାବଡୁ ଓ ହଡପନାୟକ ସେବା ଯୋଗାଉଥିଲେ ରଜତ ପ୍ରତିହାରୀ ।

ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାର ପଣ୍ଡା ଭାବେ ରଜତଙ୍କ ବେଶ ଖ୍ୟାତି ରହିଥିଲା । ବିଭିନ୍ନ ସମୟରେ ତେଲୁଗୁ ବସବାସୀ ଓ ଦେଶର ଉଚ୍ଚ ପଦ ପଦବୀରେ ଥିବା ବ୍ୟକ୍ତି ବିଶେଷଙ୍କୁ ସ୍ବାଗତ କରିବା ସହ ତେଲୁଗୁ ଭାଷାରେ ଶ୍ରୀମନ୍ଦିର ଓ ଶ୍ରୀଜଗନ୍ନାଥଙ୍କ ମହିମା ସମ୍ପର୍କରେ ବୁଝାଇପାରୁଥିଲେ। ରଜତ ପ୍ରତିହାରୀ ତିନୋଟି ନିଯୋଗର ମୁଖ୍ୟ ଭାବରେ କାମ କରି ସେବାୟତ କଲ୍ୟାଣ ଦିଗରେ ଅନେକ କାମ କରିଛନ୍ତି। ତାଙ୍କ ବିୟୋଗରେ ସେବାୟତ କୂଳ ଓ ପୁରୀ ସହରରେ ଶୋକର ଛାୟା ଖେଳିଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.