ଦିଲ୍ଲୀ ମଦ ଦୁର୍ନୀତି ମାମଲା : ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ୯ମ ଥର ସମନ ପଠାଇଲା ଇଡି, ୨୧ ମାର୍ଚ୍ଚରେ ହାଜର ହେବାକୁ ନୋଟିସ୍‌

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ୯ମ ଥର ପାଇଁ କେଜ୍ରିଓ୍ଵାଲଙ୍କୁ ସମନ ପଠାଇଛି । ଇଡି ପଚରାଉଚରା ପାଇଁ ୨୧ ମାର୍ଚ୍ଚରେ ହାଜର ହେବାକୁ କହିଛି । ଶନିବାର ଦିନ ତାଙ୍କୁ ଦିଲ୍ଲୀର ମଦ ଦୁର୍ନୀତି ମାମଲା ସହ ଜଡିତ ମନି ଲଣ୍ଡ୍ରରିଂ ମାମଲାରେ ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟରୁ ଆଶ୍ୱସ୍ତି ମିଳିଥିଲା ।

ଦିଲ୍ଲୀ ମଦ ଦୁର୍ନୀତି ମାମଲା ସହ ଜଡିତ ମନି ଲଣ୍ଡ୍ରରିଂ ମାମଲାରେ ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସମସ୍ୟା ବଢିବାରେ ଲାଗିଛି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ୯ମ ଥର ପାଇଁ କେଜ୍ରିଓ୍ଵାଲଙ୍କୁ ସମନ ପଠାଇଛି । ଇଡି ପଚରାଉଚରା ପାଇଁ ୨୧ ମାର୍ଚ୍ଚରେ ହାଜର ହେବାକୁ କହିଛି । ଶନିବାର ଦିନ ତାଙ୍କୁ ଦିଲ୍ଲୀର ମଦ ଦୁର୍ନୀତି ମାମଲା ସହ ଜଡିତ ମନି ଲଣ୍ଡ୍ରରିଂ ମାମଲାରେ ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟରୁ ଆଶ୍ୱସ୍ତି ମିଳିଥିଲା । ତେବେ ଏଥର ଇଡି ସାମ୍ନାରେ କେଜ୍ରିଓ୍ଵାଲ ହାଜର ହେଉଛନ୍ତି କି ନାହିଁ, ତାହା ଦେଖିବାକୁ ବାକି ରହିଲା ।

ଆପ୍‌ କହିଛି, ଲୋକସଭା ନିର୍ବାଚନ ପୂର୍ବରୁ ଇଡି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ଏକ ନୂଆ କେସ ଖୋଲିଛି । ଇଡିର ମୁଖ୍ୟ ଉଦ୍ଦେଶ୍ୟ କେଜ୍ରିୱାଲଙ୍କୁ ଗିରଫ କରିବା । ଏହା ପୂର୍ବରୁ ଆପ୍‌ ପକ୍ଷରୁ ଅନେକ ଥର କୁହାଯାଇଥିଲା ଯେ, ଇଡି କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ କାମ କରୁଛି । ସେ ନିଜ ଶକ୍ତିର ଅପବ୍ୟବହାର କରୁଛି ।

ସୂଚନାଯୋଗ୍ୟ, ଶନିବାର ଦିନ ରାଉସ ଆଭେନ୍ୟୁ କୋର୍ଟ ୫ ହଜାର ଟଙ୍କା ବଣ୍ଡ ଏବଂ ଏକ ଲକ୍ଷ ଟଙ୍କାର ବ୍ୟକ୍ତିଗତ ବଣ୍ଡ ଉପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଜାମିନ ପ୍ରଦାନ କରିଥିଲେ । ଏହା ପୂର୍ବରୁ ଏହି ମାମଲାରେ ଇଡି ପକ୍ଷରୁ ହାଜର ହେବା ପାଇଁ କେଜ୍ରିୱାଲଙ୍କୁ ଏପର୍ଯ୍ୟନ୍ତ ୮ ଥର ସମନ ଜାରି କରାଯାଇଥିଲା । କେଜ୍ରିଓ୍ଵାଲଙ୍କୁ ୨୭ ଫେବୃଆରୀ, ୨୬ ଫେବୃଆରୀ, ୨୨ ଫେବୃଆରୀ, ୨ ଫେବୃଆରୀ, ୧୭ ଜାନୁଆରୀ, ୩ ଜାନୁଆରୀ, ୨୧ ଡିସେମ୍ବର ୨୦୨୩, ୨ ନଭେମ୍ବର ୨୦୨୩ରେ ସମନ ପଠାଯାଇଥିଲା । ତେବେ ଏଥର ଇଡି ସାମ୍ନାରେ କେଜ୍ରିଓ୍ଵାଲ ହାଜର ହେଉଛନ୍ତି କି ନାହିଁ ତାହା ଦେଖିବାକୁ ବାକି ରହିଲା । ତେବେ ଏହି ମାଲାରେ କେଜ୍ରିଓ୍ଵାଲ କ୍ୟାବିନେଟର ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏବଂ ପାର୍ଟିର ରାଜ୍ୟସଭା ସଦସ୍ୟ ସଂଜୟ ସିଂ ଜେଲରେ ବନ୍ଦ ରହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.