ଲଞ୍ଚ ହେଲା ଦୁନିଆର ପ୍ରଥମ AI ସଫ୍ଟୱେୟାର ଇଞ୍ଜିନିୟର, କ୍ଷଣିକରେ ଡେଭଲପ୍‌ କରିପାରିବ ଆପ୍‌

ଡେଭିନ ନାମକ ଏକ AI ସଫ୍ଟୱେୟାର ଇଞ୍ଜିନିୟର ଲଞ୍ଚ କରାଯାଇଛି, ଯାହା କିଛି ମିନିଟରେ କୋଡିଂ କରିପାରିବ । ଏହା କୌଣସି ଆପ୍ କୁ ସହଜରେ ଡେଭଲପ୍‌ କରିପାରିବ ଏବଂ ଏହି ସଫ୍ଟୱେୟାର ଇଞ୍ଜିନିୟର ସମସ୍ତ କାର୍ଯ୍ୟ କରିବାରେ ସକ୍ଷମ ।

ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା AI ମଣିଷକୁ ସବୁ କ୍ଷେତ୍ରରେ ସାହାଯ୍ୟ କରୁଛି । AI ଆସିବା ପରେ କାର୍ଯ୍ୟ କରିବାର ଟେକନିକ ମଧ୍ୟ ବଦଳି ଯାଇଛି । କିନ୍ତୁ ବର୍ତ୍ତମାନ ଦେଖାଯାଉଛି ଯେ AI ମଣିଷକୁ ବଦଳାଉଛି । ଆମେ ଏଭଳି କହିବାର କାରଣ ହେଉଛି ବର୍ତ୍ତମାନ ସମୟରେ ଆମେ AI ଶିକ୍ଷକ ଠାରୁ ଆରମ୍ଭ କରି AI ମଡେଲ ପର୍ଯ୍ୟନ୍ତ ସବୁକିଛି ଦେଖି ସାରିଛୁ ଏବଂ ବର୍ତ୍ତମାନ AI ସଫ୍ଟୱେୟାର ଇଞ୍ଜିନିୟର ମଧ୍ୟ ଲଞ୍ଚ କରାଯାଇଛି ।

ଡେଭିନ ନାମକ ଏକ AI ସଫ୍ଟୱେୟାର ଇଞ୍ଜିନିୟର ଲଞ୍ଚ କରାଯାଇଛି, ଯାହା କିଛି ମିନିଟରେ କୋଡିଂ କରିପାରିବ । ଏହା କୌଣସି ଆପ୍ କୁ ସହଜରେ ଡେଭଲପ୍‌ କରିପାରିବ ଏବଂ ଏହି ସଫ୍ଟୱେୟାର ଇଞ୍ଜିନିୟର ସମସ୍ତ କାର୍ଯ୍ୟ କରିବାରେ ସକ୍ଷମ ।

ଡେଭିନ୍‌ କୁ କଗ୍ନିସନ୍ ଲ୍ୟାବ୍ ଦ୍ୱାରା ଡେଭଲପ୍‌ କରାଯାଇଛି । କମ୍ପାନୀ ଦାବି କରିଛି ଯେ ଡେଭିନ୍ ଏକ ଇଞ୍ଜିନିୟରର ପ୍ରାକ୍ଟିକାଲ୍‌ ଇଣ୍ଟରଭ୍ୟୁକୁ ପାସ କରିଛି । ଡେଭିନ୍ ଯେ କୌଣସି ୱେବସାଇଟ୍ ପ୍ରସ୍ତୁତ କରିପାରିବ, ଆପ୍ ଡେଭଲପ୍‌ କରିପାରିବ, କୌଣସି ସାଇଟର ସମସ୍ୟାକୁ ସମାଧାନ କରିପାରିବ । ଏବଂ ଏହା AI ଟୁଲକୁ ମଧ୍ୟ ସହଜରେ ଡେଭଲପ୍‌ କରିପାରିବ । ଏହା ବ୍ୟତୀତ ଏହା AI ଟୁଲକୁ ମଧ୍ୟ ଟ୍ରେନିଂ ଦେଇପାରିବ ।

ଏଣ୍ଡ ଟୁ ଏଣ୍ଡ ଏନକ୍ରିପସନ୍ ଦ୍ୱାରା ଏହା ଯେକୌଣସି ଆପ୍ ଡିଜାଇନ୍ କରିପାରିବ । ଏହା ବ୍ୟତୀତ ଏହା ସମସ୍ତ ଭୁଲକୁ ମଧ୍ୟ ଠିକ କରିପାରିବ । କିନ୍ତୁ ବର୍ତ୍ତମାନ ଆପଣ ଡେଭିନ୍ କୁ ବ୍ୟବହାର କରିପାରିବେ ନାହିଁ କିମ୍ବା ଏହାକୁ ଟେଷ୍ଟ କରିପାରିବେ ନାହିଁ, କାରଣ ଏପର୍ଯ୍ୟନ୍ତ ଏହା ଲୋକଙ୍କ ପାଇଁ ଉପଲବ୍ଧ ହୋଇନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.