Below header

କରୋନା ସଂକ୍ରମିତଙ୍କ ପାଇଁ ସୋନୁ ଖୋଲିଦେଲେ ମୁମ୍ବାଇସ୍ଥିତ ବଙ୍ଗଳା, ଚିକିତ୍ସା କର୍ମୀ କରିପାରିବେ ଆରାମ

ସମଗ୍ର ବଲିଉଡ କରୋନା ଭାଇରସର ମୁକାବିଲା କରିବାକୁ ଆଗକୁ ଆଗେଇ ଆସିଥିବା ଦେଖାଯାଇଛି। ଅକ୍ଷୟ କୁମାର, ବରୁଣ ଧଓ୍ଵନ, କ୍ୟାଟ୍ରିନା କୈଫଙ୍କ ପରେ ଏବେ ବଲିଉଡ୍‌ ଗାୟକ ସୋନୁ ନିଗମ ଏ କ୍ଷେତ୍ରରେ ନିଜର ସହଯୋଗ ଦେଇଛନ୍ତି। ଏବେ ସେ ଦେଶ ବାହାରେ ଅର୍ଥାତ୍‌ ଦୁବାଇରେ ଥାଇ ମଧ୍ୟ ଭାରତରେ କରୋନା ସଂକ୍ରମିତଙ୍କ ଚିକିତ୍ସା ଓ ସ୍ୱାସ୍ଥ୍ୟକର୍ମୀଙ୍କ ରହିବା ଲାଗି ତାଙ୍କ ମଡ ଆଇଲ୍ୟାଣ୍ଡରେ ଥିବା ଘରକୁ ଖୋଲିଦେବେ ବୋଲି କହିଛନ୍ତି।

flat

ସୋନୁ କହିଛନ୍ତି ଇଟାଲୀ, ସ୍ପେନ, ଆମେରିକାରେ କରୋନା ସଂକ୍ରମଣ ବୃଦ୍ଧି ପାଇଛି ସତ। ହେଲେ ଏହାର ମୁକାବିଲା କରିବା ପାଇଁ ସେମାନେ ମାଇଲ ମାଇଲ ଦୂର ପର୍ଯ୍ୟନ୍ତ ଆପାତକାଳୀନ ଶିବିର ଖୋଲି ଦେଉଛନ୍ତି। ତେଣୁ ଯେଉଁମାନଙ୍କର ଘର ଖାଲି ରହିଛି ସେମାନେ ଏହି ସମୟରେ କରୋନା ସଂକ୍ରମିତଙ୍କ ଚିକିସା ପାଇଁ ଏହାକୁ ଖୋଲି ଦେବାକୁ ସେ ଅପିଲ କରିଛନ୍ତି। ସୂଚନାଯୋଗ୍ୟ, ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ ହଜାର ଛୁଇଁବାକୁ ଯାଉଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ଆଗକୁ ଯେମିତି ଏହାକୁ ନିୟନ୍ତ୍ରଣ କରାଯାଇ ପାରିବ ସେଥିପାଇଁ ସବୁ ସ୍ତରରେ ପ୍ରୟାସ ଜାରି ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.