Below header

ଲକଡାଉନରେ ବାହାରେ ବୁଲୁଥିଲେ ଦୁଇ ଯୁବକ ପୋଲିସ ଲାଠି ଚାର୍ଜ ବଦଳରେ କଲା ଆରତୀ, ଆଉ ତାପରେ କଣ ହେଲା ଦେଖନ୍ତୁ

ଭାରତରେ ୨୧ ଦିନର ଲକଡାଉନ ଘୋଷଣା ହୋଇଛି। କାରୋନା ଭାଇରସ ପ୍ରକୋପରୁ ରକ୍ଷା ପାଇବା ପାଇଁ ଏବଂ କାରୋନା ସହ ଲଢ଼େଇ କରିବାକୁ କାହାକୁ ବି ବାହାରକୁ ନ ବାହାରିବାକୁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଛନ୍ତି। କିନ୍ତୁ ଲକଡାଉନ ସମୟରେ ଅନେକ ଲୋକ ରାସ୍ତାରେ ବୁଲୁଥିବା ଦେଖିବାକୁ ମିଳୁଛି। ସରକାର ବିନା କାରଣରେ ବୁଲୁଥିବା ଲୋକଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି।

pujaଏମିତିରେ ପୋଲିସ ମଧ୍ୟ ଆକ୍ସନ ମୋଡ଼ରେ ରହୁଛନ୍ତି। ସୋସିଆଲ ମିଡିଆରେ ପୋଲିସର ଲାଠି ଚାର୍ଜ ଭିଡ଼ିଓ ଖୁବ ଭାଇରଲ ହେଉଥିଲାବେଳେ ଏବେ ପୋଲିସଙ୍କର ଆଉ ଏକ ଭିଡିଓ ଖୁବ ଭାଇରଲ ହେଉଛି। ଏହି ଭିଡ଼ିଓରେ ପୋଲିସ ଲକଡାଉନ ଉଲଂଘନକାରୀଙ୍କୁ ଆରତୀ କରୁଥିବା ଦେଖିବାକୁ ମିଳୁଛି। ଯାହାଦ୍ୱାରା ଲୋକ ଲଜ୍ଜିତ ଅନୁଭବ କରି ଘରେ ରହିବେ।


ସୋସିଆଲ ମିଡିଆରେ ଏହି ଭିଡିଓ ଖୁବ ଭାଇରଲ ହେଉଛି। ଭିଡିଓରେ ପୋଲିସ ଲକଡାଉନରେ ନିୟମ ଉଲଂଘନ କରିଥିବା ଦୁଇ ଜଣ ଯୁବକଙ୍କୁ ଆରତୀ କରୁଛନ୍ତି। ଯାହାକୁ ଦେଖି ଯୁବଜା ଲଜ୍ଜିତ ଅନୁଭବ କରି ହାତ ଯୋଡ଼ିଦେଲେ।

ଭିଡ଼ିଓକୁ ସପ୍ନା ମଦନ ନାମକ ଜଣେ ଟ୍ଵିଟର ୟୁଜର ସେୟାର କରିଛନ୍ତି। ଯାହାକୁ ଏବେ ପର୍ଯ୍ୟନ୍ତ ୪ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି। ତେଣୁ ଆପଣ ବି ଲକଡାଉନ ନିୟମ ମାନି ନିଜର ତଥା ନିଜ ପରିବାର ଲୋକଙ୍କ ସ୍ୱାସ୍ଥ୍ୟକୁ ଧ୍ୟାନରେ ରଖି ବାହାରକୁ ବାହାରନ୍ତୁ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.