Below header

ଲକ ଡାଉନ: ଘର ଭିତରେ କ୍ରିକେଟ ଖେଳର ମଜା ନେଲେ ଦୁଇ ପାଣ୍ଡ୍ୟା ଭାଇ, ଭିଡିଓ ହେଲା ଭାଇରାଲ

ଟିମ ଇଣ୍ଡିଆର ସମସ୍ତ ଖେଳାଳି ଦେଶ ବ୍ୟାପୀ ଲକଡାଉନ ଘୋଷଣା କାରଣରୁ ସମସ୍ତ ଖେଳାଳି ଏବେ ନିଜ ଘରେ ଭିନ୍ନ ଭିନ୍ନ ଅନ୍ଦାଜରେ ସମୟ କାଟୁଛନ୍ତି । କରୋନା ଭାଇରସ ଭୟରେ ବିସିସିଆଇ ସମସ୍ତ ଖେଳ ଗୁଡିକୁ ବାତିଲ କରିଦେଇଛି । କିନ୍ତୁ ଭାରତୀୟ ଟିମ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଓ କୄନାଲ ପାଣ୍ଡ୍ୟା କ୍ରିକେଟ ଖେଳର ଘର ଭିତରେ କ୍ରିକେଟ ଖେଳର ମଜା ଉଠାଇବା ପାଇଁ ଏକ ଭିନ୍ନ ଅନ୍ଦାଜ ବାହାର କରିଛନ୍ତି । କହି ରଖିବା ଉଚିତ ହେବକି, ଅଂଟା ଅପରେସନ ପରେ ହାର୍ଦ୍ଦିକ ସମସ୍ତ ପ୍ରକାର ଅନ୍ତରାଷ୍ଟ୍ରୀୟ କ୍ରିକେଟ ଖେଳରୁ ଦୂରେଇ ରହିଥିଲେ ।

ସୁସ୍ଥ ହେବା ପରେ ସାଉଥ ଆଫ୍ରିକା ବିରୋଧୀ ଏକ ଦିବସୀୟ ମ୍ୟାଚ ପାଇଁ ତାଙ୍କୁ ଚୟନ କରାଯାଇଥିଲା । କିନ୍ତୁ ପରେ କରୋନା ମହାମାରୀ କାରଣରୁ ଏହି ମ୍ୟାଚକୁ ସ୍ଥଗିତ ରଖା ଯାଇଥିଲା । ନିକଟରେ ହିଁ ପାଣ୍ଡ୍ୟା ଭ୍ରାତା ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି । ସେୟାର ହୋଇଥିବା ଏହି ଭିଡିଓ ଟିରେ ଦୁଇ ଭ୍ରାତାଙ୍କ ବ୍ୟତୀତ ଘରର ଅନ୍ୟମାନେ ବି ସେମାନଙ୍କ ସହ କ୍ରିକେଟ ଖେଳୁଥିବାର ନଜର ଆସୁଛନ୍ତି । ଭିଡିଓ ଟିର ତଳ କ୍ୟାପ୍ସନରେ ଲେଖାଯାଇଛିଯେ, ଘରେ ବି ଆମେ ଖୁବ ମଜା ଉଠାଇପାରିବା । ଏହିଥିରେ ଦୁଇ ଭାଇ ରୁମ ଭିତରେ ହିଁ କ୍ରିକେଟ ଖେଳୁଥିବାର ନଜର ଆସୁଛନ୍ତି ।

hardik

ଖେଳ ପରେ ହାର୍ଦ୍ଦିକ ଓ କୄନାଲ ସାଧାରଣ ଲୋକଙ୍କୁ ସତର୍କତାର ବାର୍ତ୍ତା ଦେଇ ଲେଖିଛନ୍ତିଯେ, ‘ଘରେ ରୁହନ୍ତୁ ଓ ସୁସ୍ଥ ରୁହନ୍ତୁ’ । ଆପଣ ମାନେ ବି ଘରେ ଆମ ପରିବାର ପରି ମଜା ଉଠାଇପାରିବେ । ଆମେ ସମସ୍ତଙ୍କ ନିକଟରେ ଅପିଲ କରୁଚୁକି ସମସ୍ତେ ଲକ ଡାଉନକୁ ଗମ୍ଭୀରତାର ସହ ନିଅନ୍ତୁ ଓ ଏହି ମାରାତ୍ମକ ଭାଇରସ ପ୍ରକୋପରୁ ନିଜକୁ ସୁରକ୍ଷିତ ରଖନ୍ତୁ । ହାର୍ଦ୍ଦିକ ଓ ପାଣ୍ଡ୍ୟା ଉଭୟ ଆଇପିଏଲ ସିରିଜରେ ମୁମ୍ବାଇ ଇଂଡିଆନ୍ସ ତରଫରୁ ହିଁ ଖେଳନ୍ତି । ରୋହିତ ଶର୍ମାଙ୍କ କ୍ୟାପଟେନ ସିପରେ ଏଯାବତ ମୁମ୍ବାଇ ଇଂଡିଆନ୍ସ ସର୍ବାଧିକ ଥର ଆଇପିଏଲ ଚମ୍ପିୟାନ ହୋଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.