ଟୋକିଓ ଅଲମ୍ପିକ୍ସ ପାଇଁ ନୂଆ ତାରିଖ ହେଲା ଘୋଷଣା, ଏହିଦିନରୁ ଆରମ୍ଭ ହେବ ଖେଳ

କରୋନା ଭାଇରସ ସଂକ୍ରମଣ ଭୟ ଯୋଗୁଁ ଚଳିତବର୍ଷ ହେବାଥିବା ଟୋକିଓ ଅଲମ୍ପିକ୍ସ ଖେଳକୁ ଘୁଞ୍ଚାଇଦିଆଯାଇଥିଲା। କିନ୍ତୁ ଟୋକିଓ ଅଲିମ୍ପିକ୍ସ ଆସନ୍ତା ବର୍ଷ ଜୁଲାଇ ୨୩ରେ ଆରମ୍ଭ ହେବ ବୋଲି ଆୟୋଜକଙ୍କ ପକ୍ଷରୁ ଘୋଷଣା କରାଯାଇଛି। କରୋନା ଭାଇରସ୍‌ କାରଣରୁ ଏକ ଐତିହାସିକ ନିଷ୍ପତ୍ତି କ୍ରମେ ଗେମ୍ସକୁ ୨୦୨୧ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଥିଲା। ୨୦୨୦ ଗେମ୍ସ ଚଳିତ ବର୍ଷ ଯେଉଁ ସମୟରେ ହୋଇଥାନ୍ତା, ଆସନ୍ତାବର୍ଷ ମଧ୍ୟ ମଧ୍ୟ ସେହିସମୟରେ ହିଁ ହେବ। ଟୋକିଓ ୨୦୨୦ ମୁଖ୍ୟ ୟୋଶିରୋ ମୋରିଙ୍କ ସୂଚନା ଅନୁସାରେ ଉଦ୍‌ଘାଟନୀ ଉତ୍ସବ ୨୦୨୧ ଜୁଲାଇ ୨୩ ତାରିଖରେ ହେବ ଏବଂ ଅଗଷ୍ଟ ୮ରେ ଉଦ୍‌ଯାପନ ହେବ।

olympic

ସେହିପରି ପାରା ଅଲିମ୍ପିକ୍ସ ଅଗଷ୍ଟ ୨୪ରୁ ସେପ୍ଟେମ୍ବର ୫ପର୍ଯ୍ୟନ୍ତ ହେବ। କରୋନା ଭାଇରସ୍‌ ସଂକ୍ରମଣ ଆଶଙ୍କାରେ ଅନ୍ତର୍ଜାତୀୟ ଅଲିମ୍ପିକ କମିଟି (ଆଇଓସି) ଓ ଜାପାନର ଆୟୋଜକଗଣ ଗତ ସପ୍ତାହରେ ଗେମ୍ସକୁ ୨୦୨୧ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଥିଲେ। ପୂର୍ବନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ଏହି ବର୍ଷ ଅଲିମ୍ପିକ୍ସ ଜୁଲାଇ ୧୪ରେ ଆରମ୍ଭ ହୋଇ ଅଗଷ୍ଟ ୯ରେ ଶେଷ ହୋଇଥାନ୍ତା। ଆଇଓସି ସହିତ ଏକ ଜରୁରିକାଳୀନ ଟେଲିକନ୍‌ଫରେନ୍ସ ଜରିଆରେ ନୂଆ ତାରିଖ ଚୂଡ଼ାନ୍ତ ହୋଇଥିବା ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ମୋରି ପ୍ରକାଶ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.