Below header

ନିଜ ନାମରେ ମଟନ ଦୋକାନ ଦେଖି ଚମକି ପଡ଼ିଲେ ସୋନୁ ସୁଦ, ଉତ୍ତର ରଖି କହିଲେ, ‘ମୁଁ ଶାକାହାରୀ’

ବଲିଉଡ ଅଭିନେତା ସୋନୁ ସୁଦ ଏକ ଖବର ଉପରେ ପ୍ରତିକ୍ରିୟା ଦେଇ କହିଛନ୍ତି କି, ତାଙ୍କ ନାମରେ ଏକ ମଟନ ଦୋକାନର ନାଁ ରଖାଯାଇଛି, ଯେତେବେଳେ କି ସେ ନିଜେ ହେଉଛନ୍ତି ଶାକାହାରୀ। ସେ କହିଛନ୍ତି, ତେଲେଙ୍ଗାନାର କରୀମନଗରରେ ତାଙ୍କ ନାମରେ ଏକ ମଟନ ଦୋକାନ ଖୋଲାଯାଇଛି।

ଟ୍ୱିଟରରେ ମଜାଳିଆ ଢ଼ଙ୍ଗରେ ଏହାକୁ ଦର୍ଶାଇ ସୋନୁ ଲେଖିଛନ୍ତି, ‘ମୁଁ ଶାକାହାରୀ। ମୋ ନାମରେ ମଟନ ଦୋକାନ? କ’ଣ ମୁଁ କିଛି ଶାକାହାରୀ ଦୋକାନ ଖୋଲିବାରେ ତାଙ୍କୁ ସାହାଯ୍ୟ କରିପାରିବି କି’?

ସୂଚନାଥାଉ କି, କୋଭିଡ ଦ୍ଵିତୀୟ ଲହରୀ ଭିତରେ ସୋନୁ ସୁଦ କରୋନା ରୋଗୀଙ୍କ ପାଇଁ ଅକ୍ସିଜେନ କନସେଟ୍ରେଟର ଏବଂ ଅନ୍ୟାନ୍ୟ ଆବଶ୍ୟକ ଉପକରଣର ବ୍ୟବସ୍ଥା କରୁଛନ୍ତି। ସୋନୁ ନିକଟରେ ସୋସିଆଲ ମିଡିଆରେ ଘୋଷଣା କରିଥିଲେ ଯେ ସେ ଜୁନରେ ଆନ୍ଧ୍ର ପ୍ରଦେଶରେ କିଛି ଅକ୍ସିଜେନ ପ୍ଲାଣ୍ଟ ସ୍ଥାପନ କରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.