Below header

୧୬ ବର୍ଷ ସାନ ମମତାଜଙ୍କୁ ବିବାହ କରିବାକୁ ଚାହୁଁଥିଲେ ଶମ୍ମି କପୁର, ଏଇ ସର୍ତ୍ତ ପାଇଁ ଅଭିନେତ୍ରୀ କରିଦେଲେ ନା

ହିନ୍ଦି ସିନେମାରେ ୬୦ ଓ ୭୦ ଦଶକରେ ନିଜର ସୌନ୍ଦର୍ଯ୍ୟ ଓ ସୁନ୍ଦର ଅଭିନୟ ପାଇଁ ଦର୍ଶକଙ୍କ ହୃଦୟରେ ରାଜ କରୁଥିବା ଅଭିନେତ୍ରୀ ମମତାଜ ଓ ଶମ୍ମି କପୁର ଯୋଡ଼ିଙ୍କୁ କିଏ ନ ଜାଣେ । ସେତେବେଳେ ରିଲ୍‌ ଓ ରିୟଲ ଲାଇଫରେ ଏହି କଳାକାରଙ୍କ ପ୍ରେମ କାହାଣୀ ବଡ଼ ଚର୍ଚ୍ଚାରେ ରହିଥିଲା ।

shammi and mumtaz.
photo credit: IBTimes India

ବଲିଉଡରେ ଶମ୍ମୀ କପୁର ଓ ମମ୍‌ତାଜ ଉଭୟେ ହିନ୍ଦି ସିନେମାର ସେ ସମୟର ବଡ଼ ଷ୍ଟାର ଥିଲେ । ଉଭୟେ ୧୯୬୮ ରେ ଫିଲ୍ମ ‘ବ୍ରହ୍ମଚାରୀ’ ରେ କାମ କରୁ କରୁ ଉଭୟଙ୍କୁ ପ୍ରେମ କରି ବସିଲେ । ଖାଲି ସେତିକି ନୁହେଁ ଶମ୍ମି କପୁର ମମ୍‌ତାଜଙ୍କୁ ବିବାହ ମଧ୍ୟ କରିବାକୁ ଚାହୁଁଥିଲେ । ହେଲେ ତାଙ୍କର ଏହି ସ୍ୱପ୍ନ ପୂରଣ ହୋଇ ପାରିଲା ନାହିଁ ।

 

View this post on Instagram

 

A post shared by SHAMMI KAPOOR (@shammikapoorfp)

ଶମ୍ମି କପୁର ଓ ମମ୍‌ତାଜଙ୍କ ଉପରେ କରାଯାଇଥିବା ଗୀତ ‘ଆଜ୍‌ କାଲ୍‌ ତେରେ ମେରେ ପ୍ୟାର୍‌ କି ଚର୍ଚ୍ଚେ ହର୍‌ ଯୁବାନ ପର’ ଆଜି ବି ଲୋକଙ୍କ ହୃଦୟକୁ ଆନ୍ଦୋଳିତ କରେ । ରିୟଲ ଲାଇଫରେ ମଧ୍ୟ ଶମ୍ମି ଓ ମମ୍‌ତାଜ ଉଭୟେ ଉଭୟଙ୍କୁ ବହୁତ ପ୍ରେମ କରୁଥିଲେ । ରିପୋର୍ଟ ଅନୁଯାୟୀ ମମ୍‌ତାଜଙ୍କ ବୟସ ୧୬ ଥିବାବେଳେ ଶମ୍ମି ତାଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ ।

 

View this post on Instagram

 

A post shared by SHAMMI KAPOOR (@shammikapoorfp)

ହେଲେ ଶମ୍ମିଙ୍କ ସର୍ତ୍ତ ଥିଲା ଯେ ବିବାହ ପରେ ମମ୍‌ତାଜ ଫିଲ୍ମ କରିବେ ନାହିଁ । ମମ୍‌ତାଜଙ୍କୁ ଶମ୍ମିଙ୍କ ଏହି ସର୍ତ୍ତ ଆଦୌ ମଞ୍ଜୁର ନଥିଲା । କାରଣ ସେତେବେଳେ ମମ୍‌ତାଜ ତାଙ୍କ କ୍ୟାରିଅର ଶୀର୍ଷ ସ୍ଥାନରେ ଥିଲେ । ଏହି କାରଣରୁ ମମ୍‌ତାଜ କପୁର ବଂଶର ବୋହୂ ହେବାକୁ ମନା କରିଦେଇଥିଲେ । ମମତାଜଙ୍କ ଠାରୁ ଅଲଗା ହେବା ପରେ ଶମ୍ମି କପୁର ଅଭିନେତ୍ରୀ ଗୀତା ବାଲିଙ୍କୁ ବିବାହ କଲେ । ମମ୍‌ତାଜ ଖ୍ୟାତନାମା ବ୍ୟବସାୟୀ ମୟୁର ବଧାନୀଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେଲେ । ବିବାହ ପରେ ମମତାଜ ବଲିଉଡ୍‌ ଠାରୁ ଦୂରେଇ ଯାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.