ସୁଶାନ୍ତଙ୍କୁ ନ୍ୟାୟ ଦେବା ଅଭିଯାନରେ ସାମିଲ ହେଲା ଶ୍ରୀଲଙ୍କା, ରାସ୍ତାରେ ଲାଗିଲା ବଡ଼ ବଡ଼ ହୋର୍ଡିଂ; ଦେଖନ୍ତୁ ଫଟୋ

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ୪ ମାସ ପୂରିଥିଲେ ମଧ୍ୟ ଏଯାଏଁ ତାଙ୍କ ଫ୍ୟାନ୍‌ ଓ ପରିବାର ଲୋକ ଏହି ଦୁଃଖକୁ ଭୁଲିପାରିନାହାନ୍ତି। ସୁଶାନ୍ତଙ୍କ ଫ୍ୟାନ୍‌ମାନେ ଏବେ ବି ତାଙ୍କୁ ନ୍ୟାୟ ଦେବାକୁ ଲାଗିପଡ଼ିଛନ୍ତି। ଏଣୁ ପ୍ରତିଦିନ ସୋସିଆଲ ମିଡିଆରେ ସୁଶାନ୍ତଙ୍କୁ ନେଇ ବିଭିନ୍ନ ପୋଷ୍ଟ ସେୟାର କରୁଛନ୍ତି। ଏଥିରେ ସୁଶାନ୍ତଙ୍କ ଭଉଣୀ ଶ୍ୱେତା ଭରପୁର ସହଯୋଗ କରୁଛନ୍ତି।

ନିକଟରେ ଶ୍ୱେତା ଶ୍ରୀଲଙ୍କାରେ ଲାଗିଥିବା ସୁଶାନ୍ତଙ୍କ ବିଲବୋର୍ଡ୍ସର ଫଟୋ ସେୟାର କରିଛନ୍ତି। ଏହି ଫଟୋ ସେୟାର କରି ସେ ଫ୍ୟାନ୍‌ଙ୍କ ମନୋବଳ ବଢ଼ାଇଛନ୍ତି। ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଶ୍ୱେତା ଏହି ଫଟୋ ସେୟାର କରିଛନ୍ତି। ଏସବୁ ବୋର୍ଡ ଶ୍ରୀଲଙ୍କାର ଭିନ୍ନ ଭିନ୍ନ ସ୍ଥାନରେ ଲାଗିଛି। ଏହି ଫଟୋ ସେୟାର କରି ଶ୍ୱେତା ଲେଖିଛନ୍ତି ‘ଧନ୍ୟବାଦ ଶ୍ରୀଲଙ୍କା #Justice4SushantSinghRajput’।

 

View this post on Instagram

 

Thanks Sri Lanka 🇱🇰🙏❤️🙏 #Justice4SushantSinghRajput

A post shared by Shweta Singh kirti (SSK) (@shwetasinghkirti) on

ସୂଚନାଯୋଗ୍ୟ ଯେ ଏହା ପୂର୍ବରୁ ମଧ୍ୟ ଶ୍ୱେତା ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଦୁନିଆର ଭିନ୍ନ ଭିନ୍ନ ସ୍ଥାନରେ ସୁଶାନ୍ତଙ୍କୁ ନ୍ୟାୟ ଦେବାକୁ ଲାଗିଥିବା ପୋଷ୍ଟର ଫଟୋ ସେୟାର କରିଥିଲେ। ଏସବୁ ଫଟୋ ସେୟାର କରି ସେ ସୁଶାନ୍ତଙ୍କୁ ନ୍ୟାୟ ଦେବାକୁ ଲୋକମାନେ ଚଳାଇଥିବା ଅଭିଯାନ ପାଇଁ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି।