Below header

ଆଡଲ୍ଟ ଜୀବନକୁ ନେଇ ସନ୍ନିଙ୍କର ବଡ ଖୁଲାସା : “ମୁଁ ପୁର୍ବରୁ ଖୁସି ଥିଲି ଆଜି ମଧ୍ଯ ଖୁସି ଅଛି”

ଏହି କିଛି ଦିନ ହେବ ବଲିଉଡ ଅଭିନେତ୍ରୀ ସନ୍ନି ଲିଓନିଙ୍କର ମିଡିଆ ଖୁବ୍ ଚର୍ଚ୍ଚା ଦେଖିବାକୁ ମିଳିଛି। ପର୍ଣ୍ଣ ଇଣ୍ଡଷ୍ଟ୍ରିରୁ ଆସି ବଲିଉଡରେ ନିଜର ଭିନ୍ନ ପରିଚୟ ପ୍ରସ୍ତୁତ କରିବାରେ ତାଙ୍କୁ ଅନେକ ସମୟ ଲାଗିଥିଲା। ପାଖାପାଖି ତାଙ୍କର ୭ ବର୍ଷ ହେବ ସେ ବଲିଉଡ ସହ ଜଡ଼ିତ ଅଛନ୍ତି। ଏହି କାରଣରୁ ସନ୍ନିଲିଓନିଙ୍କୁ ତାଙ୍କ ଅତୀତକୁ ନେଇ ମିଡ଼ିଆ ମାଧ୍ୟମରେ କିଛି ପ୍ରଶ୍ନ ପଚରାଯାଇଛି। ଯାହାର ଖୁବ ସୁନ୍ଦର ଉତ୍ତର ଦେଇଛନ୍ତି ସନ୍ନି।

sunnyମିଡିଆରେ ତାଙ୍କୁ ସାଙ୍ଗମାନଙ୍କ ସହ ଅଧିକ ପାର୍ଟି ନକରିବା ନେଇ ପ୍ରଶ୍ନ କରାଯାଇଥିଲା। ଏହା ବ୍ୟତୀତ ତାଙ୍କୁ ଏହି ପ୍ରଶ୍ନ ମଧ୍ୟ ପଚରା ଯାଇଥିଲା କି ଆପଣ ବର୍ତ୍ତମାନ କିଛି ଲୋକଙ୍କ ସହ କଥା ହେଉଛନ୍ତି କିନ୍ତୁ ଆପଣଙ୍କୁ କଣ ଲାଗୁଛି ବର୍ତ୍ତମାନ ମଧ୍ୟ ଆପଣଙ୍କର ବିତିଯାଇଥିବା ଜୀବନ କାରଣରୁ ଲୋକମାନେ ଆପଣଙ୍କୁ ଜଜ୍ କରୁଛନ୍ତି ଏବଂ କଣ ଆପଣ ଏହି କାରଣରୁ ଆଜି ମଧ୍ୟ ଲଜ୍ୟା ଅନୁଭବ କରୁଛନ୍ତି।

ଏହି ପ୍ରଶ୍ନର ଉତ୍ତରରେ ସନ୍ନିଲିଓନି କହିଛନ୍ତି, “ମୁଁ ମୋର ସାଙ୍ଗମାନଙ୍କ ସହ ନିର୍ଦ୍ଦିଷ୍ଟ ସୀମାରେଖା ମଧ୍ୟରେ ରହିବାକୁ ପସନ୍ଦ କରେ। ମୁଁ ବାଇକ୍ ରେ ବେଶୀ ବାହାରକୁ ଯାଇନଥାଏ ଏବଂ ପାର୍ଟି ମଧ୍ୟ କରେନାହିଁ। ଏହି କାରଣରୁ ମୋ ଜୀବନରେ ସାଙ୍ଗମାନଙ୍କ ସଂଖ୍ୟା ଖୁବ ସିମୀତ। ମତେ ଜଣା ନାହିଁ ଆଜି ମଧ୍ୟ ଲୋକମାନେ ମୋ ଅତୀତକୁ ନେଇ ଜଜ୍ କରୁଛନ୍ତି କି ନାହିଁ। କିନ୍ତୁ ଯାହା ମଧ୍ୟ ହେଉ ମୁଁ ପୂର୍ବରୁ ଖୁସି ଥିଲି ଏବଂ ବର୍ତ୍ତମାନ ମଧ୍ୟ ଖୁସି ଅଛି।”

sunny-ରିପୋର୍ଟ ଅନୁଯାୟୀ ସନ୍ନଲିଓନି ବହୁତ ଜଲଦି ସାଉଥ ଇଣ୍ଟଷ୍ଟ୍ରୀରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଡେବ୍ଯୁ ଫିଲ୍ମର ନାଁ ‘ଭିରାମଦେବୀ’ ରହିଛି। ଏହା ଏକ ଐତିହାସିକ ଡ୍ରାମା ଫିଲ୍ମ ଉପରେ ଆଧାରିତ। ଶୁଣାଯାଉଛି ଏହି ଫିଲ୍ମର ବଜେଟ୍ ୧୦୦ କୋଟି ରହିଛି। ଏହି ଫିଲ୍ମରେ ନବଦୀପ, ଶ୍ରୀନାଥ, ନାସର ଚରିତ୍ର ରହିଛି। ହିନ୍ଦୀ ଫିଲ୍ମ ଜିସ୍ମ 2‘ ବ୍ୟତୀତ ସନ୍ନିଲିଓନି ‘ରାଗିନୀ mms 2’,‘ୱାନ ନାଇଟ ଷ୍ଟାଣ୍ଡ’,‘ଏ ପେହେଲୀ ଲୀଲା’,‘କୁଛ୍ କୁଛ୍ ଲୋଚା ହେ’ ଭଳି ଅନେ ଫିଲ୍ମରେ ନଜର ଆସିଛନ୍ତି।

ସନ୍ନଲିଓନି ୧୯ ବର୍ଷ ବୟସରେ ଆଡଲ୍ଟ ଫିଲ୍ମରେ କାମ କରିଥିଲେ। ଆଡଲ୍ଟ ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ରଖିବା ପୂର୍ବରୁ ସନ୍ନି ସର୍ତ ରଖିଥିଲେ କି ସେ କେବଳ ମହିଳାମାନଙ୍କ ସହ ଆଡଲ୍ଟ ଫିଲ୍ମ କରିବେ। ସନ୍ନିଲିଓନିଙ୍କର ବର୍ତ୍ତମାନ ତିନୋଟି ସନ୍ତାନ ରହିଛି, ଯାହା ମଧ୍ୟରେ ସେ ଗୋଟେ ପିଲାକୁ ଜନ୍ମ କରିଥିଲେ ଏବଂ ଆଉ ଦୁଇଜଣ ସରୋଗେସୀରେ ଜନ୍ମ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.