IRCTCର ଏହି ଖାସ ସର୍ଭିସ, ବୁକିଂ କରିବା ସମୟରେ ହିଁ ଜାଣିପାରିବେ ଟ୍ରେନ ଟିକେଟ୍ କନଫର୍ମ ହେବ ନା ନାହିଁ

ଟ୍ରେନରେ ଯାତ୍ରା କରିବାକୁ ହେଲେ ପ୍ରଥମେ ଦରକାର ପଡିଥାଏ ରିଜର୍ଭେସନ ଟିକେଟ। ଏଥିପାଇଁ ଇଣ୍ଡିଆନ କ୍ୟାଟରିଂ ଏଣ୍ଡ ଟୁରିଜିମ୍ କର୍ପୋରେସନ(IRCTC) ଏକ ସର୍ଭିସ ଅଫର କରିଛି। ଯାହାଦ୍ବାରା ଯାତ୍ରୀମାନଙ୍କୁ ୱେଟଲିଷ୍ଟେଡ୍ ଟ୍ରେନ ଟିକେଟ କନଫର୍ମ ହେବାର ସୁଯୋଗ ମିଳିବ। IRCTC ଯାତ୍ରୀଙ୍କୁ ନିଜ ୱେବସାଇଟ ଏବଂ ମୋବାଇଲ ଆପ୍ ଜରୀଆରେ ଟ୍ରେନ ଟିକେଟ ଅନଲାଇନ ବୁକ୍ କରିବାର ସୁବିଧା ପ୍ରଦାନ କରୁଛି। IRCTC ର CNF ପ୍ରୋବାବିଲିଟୀ ଫିଚର ଅନୁଯାୟୀ ଟ୍ରେନ ଟିକେଟ ବୁକିଂ କରିବା ସମୟରେ ୱେଟିଂ ଲିଷ୍ଟେଡ୍ ଟିକେଟକୁ କନଫରମେସନ ହେବାର ଚାନ୍ସ ବିଷୟରେ ଜାଣିବା ଏବଂ ରିଜର୍ଭେସନ ଏଗେନଷ୍ଟ କ୍ୟାନସଲ ବିଷୟରେ ଜାଣିବା ପାଇଁ ସାହାଯ୍ୟ କରିବ।

କେମିତି କନଫର୍ମ କରିବେ ସୂଚନା

-ଟ୍ରେନ ଟିକେଟ କନଫରମେସନ ହେବାର ଚାନ୍ସକୁ ଯାଞ୍ଚ କରିବା ପାଇଁ ରେଜିଷ୍ଟର୍ଡ ୟୁଜର IRCTC ୱେବସାଇଟ୍ https://www.irctc.co.in/nget/train-search ରେ ଲଗ ଇନ କରନ୍ତୁ।

-ଏହାପରେ ଟ୍ରେନ,କ୍ଲାସ, ଯାତ୍ରାର ତାରିଖ ଏବଂ ଅନ୍ୟ ସୂଚନା ପରେ ଆଗକୁ ବଢ଼ନ୍ତୁ। ଯେତେବେଳେ ଯାତ୍ରୀ କୌଣସି ଟ୍ରେନକୁ ଚୟନ କରିବା ଜାଗାରେ ‘ଚେକ ଆବିଲେବିଲିଟୀ ଆଣ୍ଡ ପ୍ରାଇସ୍’ ଅପସନ ଉପରେ କ୍ଲିକ କରନ୍ତୁ। ତେବେ ଆଗାମୀ ପେଜରେ ପ୍ରୋବାବିଲିଟୀ ଟ୍ୟାବ୍ ଦେଖାଯିବ।

-ଆଇଆରସିଟିସି ପୋର୍ଟାଲ ୟୁଜରଙ୍କୁ ପରବର୍ତ୍ତୀ ପେଜକୁ ପଠାଇଦେଇଥାଏ। ଯାହା କୌଣସି ଖାସ ଟ୍ରେନର ଆବିଲିବିଲିଟୀ ଷ୍ଟାଟସ ବିଷୟରେ ସୂଚନା ଦେଖାଇଥାଏ।। ଯାତ୍ରୀଙ୍କୁ ଆବିଲିବିଲିଟୀ ସେକସନ ଭିତରେ ପ୍ରୋବାବିଲିଟୀ ଅପସନ ମିଳିପାରେ।

-ତାହା ଉପରେ କ୍ଲିକ କରି ବ୍ୟକ୍ତି ଯାତ୍ରାର ସେହି ବିଶେଷ ଦିନ ପାଇଁ ଚୟନ କରିଥିବା ଟ୍ରେନ ପାଇଁ ରିଜର୍ଭେସନ ଏଗେନଷ୍ଟ କ୍ୟାନସଲେସନ କିମ୍ବା କନଫରମେସନ ଚାନ୍ସ ବିଷୟରେ ଜାଣିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.