Below header

କଣ ସତରେ ସନ୍ୟାସ ନେଉଛନ୍ତି ଯୁବରାଜ? ବିସିସିଆଇ ସାମ୍ନାରେ ରଖିଲେ ଏପରି ପ୍ରସ୍ତାବ

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ଦଳର ଜଣେ ସଫଳ କ୍ରିକେଟର ଭାବେ ପରିଚିତ ଯୁବରାଜ ସିଂ। ତେବେ ଏବେ ସେ ତାଙ୍କ ଅନ୍ତଃରାଷ୍ଟ୍ରୀୟ କ୍ରିକେଟରୁ ସନ୍ୟାସ ନେବା ବିଷୟରେ ଖୁବ ଗମ୍ଭୀରତାର ସହ ଚିନ୍ତା କରୁଛନ୍ତି ବୋଲି ଶୁଣିବାକୁ ମିଳୁଛି। କୁହାଯାଉଛି କି ଯୁବରାଜ ଏବେ ସ୍ବୀକାର କରିଛନ୍ତି କି ବର୍ତ୍ତମାନ ତାଙ୍କର ଭାରତ ତରଫରୁ ଖେଳିବାର ଆଉ ସମ୍ଭାବନା ରହିନାହିଁ । ଏମିତିରେ ପଞ୍ଜାବର ଏହି ଦମଦାର ଖେଳାଳି ଏବେ ବିସିସିଆଇକୁ ଏକ ଅନୁରୋଧ କରିବା ସହ ତାଙ୍କ ସ୍ବିକୃତିର ଅପେକ୍ଷାରେ ଅଛନ୍ତି। ଅର୍ଥାତ୍ କେଉଁ ପରିସ୍ଥିତିରେ ଯୁବରାଜ ଅନ୍ତଃରାଷ୍ଟ୍ରୀୟ ଖେଳରୁ ସନ୍ୟାସ ନେଇପାରନ୍ତି ତାହାର କିଛି ସମ୍ଭାବନା ରହିନାହିଁ।

yuvraj singh

ଯୁବରାଜ୍ ଚଳିତବର୍ଷ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ତରଫରୁ ଖେଳିଥିଲେ। କିନ୍ତୁ ତାଙ୍କୁ ନିଜର ଖେଳ ଦେଖାଇବାରୁ ଅଧିକ ମଉକା ମିଳିନଥିଲା। ବୋଧ ହୁଏ ଏହି କାରଣ ରହିଛି ସେ ତାଙ୍କ ଭବିଷ୍ୟତକୁ ନେଇ ଏବେ ଗମ୍ଭୀରତାର ସହ ଚିନ୍ତା କରୁଛନ୍ତି। ଏପରି କୁହାଯାଉଛି କି, ସନ୍ୟାସ ପରେ ଯୁବରାଜ ଆଇସିସିରେ ସ୍ବିକୃତି ପ୍ରାପ୍ତ ବିଦେଶୀ ଟି-୨୦ରେ ଫ୍ରିଲ୍ୟାନ୍ସର ଖେଳାଳି ଭାବେ ଖେଳିପାରନ୍ତି। ତେବେ ତାଙ୍କର ଆଶା ଚଳିତବର୍ଷ ବିଶ୍ବକପ ଖେଳିବାର ମଧ୍ୟ ରହିଥିଲା। କିନ୍ତୁ ସେହି ଇଛା ସ୍ବପ୍ନରେ ହିଁ ରହିଯାଇଥିଲା।

yuvraj-singh-

ବିସିସିଆଇ ଅନୁଯାୟୀ ଯଦି ଯୁବରାଜ ଫ୍ରିଲ୍ୟାନ୍ସର ଭାବେ ଖେଳିବାକୁ ଚାହୁଁଛନ୍ତି ତେବେ ତାଙ୍କୁ ଘରୋଇ ଏବଂ ଅନ୍ତଃରାଷ୍ଟ୍ରୀୟ କ୍ରିକେଟରୁ ବିଦାୟ ନେବାକୁ ପଡିବ। ଏହାପରେ ହିଁ ବିସିସିଆଇ ତାଙ୍କୁ ଟି-୨୦ ଲିଗରେ ଖେଳିବାକୁ ମଉକ ଦେବା ନେଇ କୌଣସି ନିର୍ଣ୍ଣୟ ନେଇପାରିବ। ଏବେ ଯୁବରାଜ ଏହି ସମ୍ବନ୍ଧୀୟ ବିବିଆଇର ନିଷ୍ପତ୍ତିକୁ ଅପେକ୍ଷା କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.