ଜାଣନ୍ତୁ ଭାରତରେ କଣ ରହିଛି ଗୁମ୍ଫାର ମହତ୍ବ

ମନୁଷ୍ୟ, ମୁନି-ଋଷି, ଏବଂ ସାଧକମାନେ ଗୁମ୍ଫାରେ ସର୍ବଦା ଧ୍ୟାନ କରିବାକୁ ପସନ୍ଦ କରିଥାନ୍ତି। ଆଜି ମଧ୍ୟ ସାଧକମାନେ ଉତ୍ତର ଭାରତର ହିମାଳୟର କେଦାରନାଥରେ ଧ୍ୟାନ ମଗ୍ନ ରହିଛନ୍ତି। ଆପଣମାନେ ଜାଣିଛନ୍ତି କି ପ୍ରାଚୀନ ଭାରତରେ କଣ ରହିଛି ଗୁମ୍ଫାର ମହତ୍ବ।
ପ୍ରଥମେ ଗୁମ୍ଫା ମଧ୍ୟରେ ଏକାନ୍ତ ଏବଂ ଶାନ୍ତ ବାତାବରଣ ମିଳିଥାଏ, ଯାହା ଦ୍ବାରା ସାଧକମାନେ ବହୁତ ଜଲଦି ପ୍ରକୃତି ସହ ଯୋଡି ହୋଇଥାନ୍ତି। ଏହା ବ୍ୟତୀତ ଗୁମ୍ଫା ମଧ୍ୟରେ ଧ୍ୟାନ କେନ୍ଦ୍ରିତ କରିବା ଖୁବ୍ ସହଜ ହୋଇଥାଏ। ଯଦି ଗୁମ୍ଫା ମଧ୍ୟରେ କିଛି ଶବ୍ଦ ଉଚ୍ଚାରଣ କରାଯାଇଥାଏ ତେବେ ତାହା ବାହ୍ୟ ପ୍ରତିବନ୍ଧକ ବିନା ପ୍ରତିଧ୍ୱନିତ ହୋଇ ପୁନର୍ବାର ଶୁଣାଯାଇଥାଏ। ଏହା ବ୍ୟତୀତ ଧ୍ୟାନ କରିବା ସମୟରେ ଯେଉଁ ଶକ୍ତି ମିଳିଥାଏ ତାହା ଗୁମ୍ଫାରେ ସଂଗୃହୀତ ହୋଇ ରହିଥାଏ। ଏହି କାରଣରୁ ସଂଗୃହୀତ ଶକ୍ତି ଦ୍ବିତୀୟ ଥର ଧ୍ୟାନ କରିବାରେ ସହାୟକ ହୋଇଥାଏ। ତେଣୁ ଗୁମ୍ଫା ମଧ୍ୟରେ ଧ୍ୟାନ କରିବା ଦ୍ବାରା ଅଲୌକିକ ଅନୁଭୂତି ପ୍ରାପ୍ତ ହୋଇଥାଏ । କାରଣ ଗୁମ୍ଫା ମଧ୍ୟରେ ସକ।ରାତ୍ମକ ଶକ୍ତି ରହିଥାଏ।

cavesଏଭଳି ଏକ ଅଲୌକିକ କଥା ରହିଛି ଯାହା ଅନେକ ସାଧକମାନେ ଅନୁଭବ କରିଥାନ୍ତି । ଯେତେବେଳେ କୌଣସି ବ୍ୟକ୍ତି କିମ୍ବା ସାଧକ ଗୁମ୍ଫାରେ ନିଜର ସାଧନା ସ୍ଥଳ ତିଆରି କରିଥାନ୍ତି, ସେହି ସମୟରେ ଗୁମ୍ଫାରେ ତାଙ୍କ ବ୍ୟତୀତ ତାଙ୍କୁ ଆଉ କିଏ ଥିବାର ଅନୁଭବ ହୋଇଥାଏ। ଅନେକ ସମୟରେ ଗୁମ୍ଫାରେ ଆବଶ୍ୟକ ଜିନିଷ ଏବଂ ଖାଦ୍ୟ ସାମଗ୍ରୀ ଆଦି ସ୍ବତଃ ପ୍ରାପ୍ତ ହୋଇଥାଏ। ଏହାର ଅର୍ଥ ହେଉଛି ଗୁମ୍ଫାରେ ସାଧକଙ୍କ ବ୍ୟତୀତ ଅନ୍ୟ ସିଦ୍ଧ ପୁରୁଷମାନେ ମଧ୍ୟ ଅଦୃଶ୍ୟ ରୂପରେ ସାଧନା କରିଥାନ୍ତି। ‘ଲିଭିଙ୍ଗ ଓ୍ଵିଥ୍‌ ହିମାଳୟ ମାଷ୍ଟର’ ର ଲେଖକ ସିଦ୍ଧ ସନ୍ଥ ସ୍ବାମୀ ରାମ ଏଭଳି ଘଟଣା ନିଜ ପୁସ୍ତକରେ ବର୍ଣ୍ଣନା କରିଛନ୍ତି।
ଗୁମ୍ଫା ମଧ୍ୟରେ ସାଧନା କରିବା ଲାଭ ଦାୟକ ହୋଇଥିଲେ ମଧ୍ୟ ଅନ୍ୟ ପକ୍ଷରେ କଷ୍ଟକର ମଧ୍ୟ । ଯେପରି ଗୁମ୍ଫାରେ ସାପ ଏବଂ ବିଛାଙ୍କ ଭୟ ରହିଥାଏ। ଏହି କାରଣରୁ ସାଧକମାନେ ଗୁମ୍ଫାକୁ ସର୍ବଦା ସଫା ରଖିଥାନ୍ତି ବା ଜଙ୍ଗଲୀ ଜୀବଜନ୍ତୁମାନଙ୍କୁ ଦୂରରେ ରଖିବା ପାଇଁ ସାବର ମନ୍ତ୍ର ପ୍ରୟୋଗ କରିଥାନ୍ତି।

modiନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଏବଂ ଆଧ୍ୟାତ୍ମ୍ୟର ସ୍ଥଳ ହିମାଳୟର କନ୍ଦରାଓରେ ବସି ଧ୍ୟାନ କରିଥିଲେ । ପ୍ରାୟ ୧୭ ଘଣ୍ଟା ଧରି ରହିଥିଲେ ଗୁମ୍ଫା ଭିତରେ । ୩୩ ବର୍ଷ ପୂର୍ବରୁ ମଧ୍ୟ ମୋଦି ସାଧନା କରିଥିଲେ। ଚଳିତ ବର୍ଷ କେଦାରନାଥ ଧାମରେ ରୁଦ୍ର ନାମକ ଗୁମ୍ଫାରେ ସାଧନା କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପହଞ୍ଚିଥିଲେ। ଚଳିତ ବର୍ଷ ମହାରାଷ୍ଟ୍ରର ଜୟ ଶାହଙ୍କ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଗୁମ୍ଫାରେ ରହିଥିଲେ। ପ୍ରଧାନମନ୍ତ୍ରୀ ଯେଉଁ ଗୁମ୍ଫାରେ ସାଧନା କରିବାକୁ ପହଞ୍ଚିଥିଲେ ତାହା ପ୍ରାକୃତିକ ନୁହେଁ ଭୂମିଗତ ଅଟେ। ଏହି ଗୁମ୍ଫାରେ ଯୋଗ, ଧ୍ୟାନ ଏବଂ ଆଧ୍ୟାତ୍ମିକ ଶାନ୍ତି ପାଇଁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦିଆଯାଇଛି। ଗୁମ୍ଫାରେ ଶୌଚାଳୟ, ବିଜୁଳି ଏବଂ ଟେଲିଫୋନ ଭଳି ଆଧୁନିକ ସୁବିଧା ମଧ୍ୟ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.