ଏକଜିଟ ପୋଲ ପାଇଁ ବଢ଼ିଲା ସେନସେକ୍ସ, ଜାଣନ୍ତୁ କେତେ ଅଙ୍କ କଲା ପାର

ନୂଆଦିଲ୍ଲୀ : ରବିବାର ସନ୍ଧ୍ୟାରୁ ଲୋକସଭା ନିର୍ବାଚନ ୨୦୧୯ ମସିହାର ଏକଜିଟ ପୋଲ ରିପୋର୍ଟ ଆରମ୍ଭ ହୋଇଛି। ଲୋକସଭା ନିର୍ବାଚନର ଫଳାଫଳ ମେ ୨୩ରେ ବାହାରିବାକୁ ଯାଉଥିବା ବେଳେ ଏନେଇ ଦେଶରେ ଚାଞ୍ଚଲ୍ୟ ଦେଖାଯାଉଛି। ଏହାର ପ୍ରଭାବ ଖାଲି ରାଜନୈତିକ ମାହୋଲ ନୁହଁ ବରଂ ଶେୟାର ବଜାରରେ ମଧ୍ୟ ଦେଖିବାକୁ ମିଳୁଛି।

ସପ୍ତାହର ଆରମ୍ଭ ସୋମବାର ଦିନ ଶେୟାର ବଜାରରେ ଦେଖିବାକୁ ମିଳିଛି ସବୁଜ ସଂଙ୍କେତ। ବମ୍ବେ ଷ୍ଟକ ଏକ୍ସଚେଞ୍ଜରେ ପ୍ରମୁଖ ଇଣ୍ଡେକ୍ସ ସେନସେକ୍ସ ୮୧୧ ଅଙ୍କ ବଢ଼ିବା ସହ ୨.୧୪ ପ୍ରତିଶତ ବଢ଼ିବା ସହ ନିଫଟି ୨୪୨.୨୦ ଅଙ୍କ ଅର୍ଥାତ୍ ୨.୧୨ ବଢ଼ିଥିଲା। ବଢ଼ିବା ପରେ ଆଜି ଶେୟାର ବଜାରରେ ସେନସେକ୍ସ ୩୮୭୪୧.୭୭ ସ୍ତର ଛୁଇଁଥିବା ବେଳେ ନିଫଟି ରହିଥିଲା ୧୧୬୪୯.୩୦ ସ୍ତରରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.