ଯୁବକଙ୍କୁ ମେସିନ୍ ସହିତ ସେଲ୍ଫି ଉଠାଇ ସୋସିଆଲ ମିଡିଆରେ ସେୟାର କରିବା ପଡିଲା ମହଙ୍ଗା, ଘରୁ ଉଠାଇନେଲା ପୋଲିସ

ଯଦି ଆପଣଙ୍କୁ ମଧ୍ୟ କଥା-କଥାରେ ସେଲ୍ଫି ଉଠାଇବା ଅଭ୍ୟାସ ଥାଏ ତେବେ ଆପଣଙ୍କର ଏହି ଅଭ୍ୟାସ ଆପଣଙ୍କୁ କାଠଗଡା ପାଖକୁ ନେଇଯିବ। ପଞ୍ଜାବରେ ସେଲ୍ଫି କାରଣରୁ ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ପଞ୍ଜାବର ଲୁଧିୟାନାରେ ଜଣେ ଯୁବକ ଭୋଟ ଦେବା ସମୟରେ ଇଭିଏମ୍ ମେସିନ ସହିତ ସେଲ୍ଫି ନେଇ ତାକୁ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି।

କୌଣସି ଜଣେ ବ୍ୟକ୍ତି ପୋଲିସ ପାଖରେ ଅଭିଯୋଗ କରିଥିଲେ କି ଶହନାଦ ଆଲମ ନାମକ ଜଣେ ବ୍ୟକ୍ତି ସୋସିଆଲ ମିଡିଆରେ ଇଭିଏମ୍ ସହିତ ସେଲ୍ଫି ପୋଷ୍ଟ କରିଛନ୍ତି। ଯେଉଁଥିରେ ସେ କୌଣସି ଖାସ ଆଶୟୀ ପ୍ରାର୍ଥିଙ୍କୁ ଭୋଟ ଦେଉଥିବାର ଦେଖାଯାଉଛି। ଅଭିଯୋଗ ଆଧାରରେ ପୋଲିସ ଯୁବକଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଯାଞ୍ଚ କରି ତାଙ୍କୁ ପୋଲିସ ହେପାଜତକୁ ନେଇଛି।

evmଇଭିଏମ୍ ସହିତ ସେଲ୍ଫି ନେବାର ଅଭିଯୋଗ ସବୁଠୁ ଅଧିକ ଚଣ୍ଡିଗଡକୁ ମିଳିଛି। ରିପୋର୍ଟ ଅନୁଯାୟୀ ଗିରଫ ହୋଇଥିବା ଯୁବକ ଲୁଧିୟାନାରେ ଭୋଟ ଦେବାକୁ ଯାଇଥିଲେ। ସେହିଭଳି ଗିରଫ ପରେ ପୋଲିସ ସାଇବର ସେଲ ଏହି କଥା ଉପରେ ଯାଞ୍ଚ କରୁଛନ୍ତି। ଅଭିଯୁକ୍ତ ନିଜେ ଏହାକୁ ସେୟାର କରିଛନ୍ତି ନା ତାଙ୍କ ଆକାଉଣ୍ଟରେ ଆଉ କେହି ପୋଷ୍ଟ କରିଥିଲେ।

ଜଣାଇବାକୁ ଚାହିଁବୁ ଯେ ପୂର୍ବରୁ ଜିଲ୍ଲା ନିର୍ବାଚନ ଅଧିକାରୀ ଚେତାବନୀ ଦେଇଥିଲେ ଯେ ଯଦି କୌଣସି ବ୍ୟକ୍ତି ମତଦାନ ସମୟରେ ଫଟୋ କ୍ଲିକ କରି ସୋସିଆଲ ମିଡିଆରେ ସେୟାର କରନ୍ତି ତେବେ ତାଙ୍କ ବିରୋଧରେ ଦ୍ରୁଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.