Below header

ଭଦ୍ରକ : ଭାଇଚାରାର ସଦଭାବନା ନେଇ ହିନ୍ଦୁ ଏବଂ ମୁସଲିମ୍ ପାଳନକଲେ ଇଫତାର ପାର୍ଟି

ଭଦ୍ରକ(କେନ୍ୟୁଜ୍) :ଏବେ ଚାଲିଛି ପବିତ୍ର ରମଜାନ୍ ମାସ। ଏଥିପାଇଁ ପ୍ରତ୍ୟେକ ମୁସଲମାନ ଧର୍ମାଲମ୍ବୀମାନେ ଦିନରେ ରୋଜା ରଖି ସନ୍ଧ୍ୟାରେ ଉପାସକୁ ଶେଷ କରି ଇଫତାର ଗ୍ରହଣ କରିଥାନ୍ତି। ଏହି ଉପଲକ୍ଷେ ଭଦ୍ରକ ପୁରଣାବଜାରର ସ୍ବାଭିମାନ ମଂଚ ପକ୍ଷରୁ ଏକ ବିରାଟ ଇଫତାର ପାର୍ଟି, ମଦିନା ମଇଦାନରେ ଆୟୋଜିତ ହୋଇଥିଲା। ଏଥିରେ ଶହଶହ ସଂଖ୍ୟାରେ ମୁସଲମାନ ଧର୍ମାବଳମ୍ବୀମାନେ ଯୋଗ ଦେଇଥିବା ବେଳେ ସମସ୍ତ ରାଜନୈତିକ ଦଳର ପ୍ରାର୍ଥୀ ଏବଂ ନେତାମାନେ ମଧ୍ୟ ଯୋଗଦେଇ ଥିଲେ। ଇଫତାର ପାର୍ଟିରେ ରୋଜ ଖୋଲିବା ପରେ ପରସ୍ପରକୁ ଆଲିଙ୍ଗନ କରି ସମସ୍ତେ ଖୁସି ବାଣ୍ଟିଥିଲେ। ଏହି ଇଫତାର ପାର୍ଟିରେ ବହୁ ହିନ୍ଦୁମାନେ ଯୋଗ ଦେବା ସହ ଭାଇଚାରା ସଦଭାବନାର ଉଦାହରଣ ପ୍ରସ୍ତୁତ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.