ସୋରରେ ଥମୁନି ସଡ଼କ ଦୁର୍ଘଟଣା, ବାଇକ୍ ଦୁର୍ଘଟଣାରେ ଜଣେ ମୃତ ଓ ଦୁଇ ଆହତ

ସୋର (କେନ୍ୟୁଜ୍) : ବାଲେଶ୍ବର ଜିଲ୍ଲା ସୋର-କୁପାରୀ ରାସ୍ତାରେ ବାଇକ୍ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି। ମୃତକଙ୍କ ନାଁ ରାକେଶ ବେହେରା। ସେ କୁପାରୀ ଷ୍ଟେଟ୍‌ ବ୍ୟାଙ୍କ ଶାଖାରେ ସିକ୍ୟୁରିଟୀ ଗାର୍ଡ ଭାବେ କାମ କରୁଥିଲେ । ଗତକାଲି ବିଳମ୍ବିତ ରାତିରେ ବିବାହ ଭୋଜି ଖାଇ ଫେରୁଥିବା ବେଳେ ବ୍ରାହ୍ମଣ ପୋଖରୀ ଠାରେ ତାଙ୍କ ବାଇକଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣା ପରେ ଖଇରା ଦମକଳ ବାହିନୀ ଆହତ ସ୍ତଙ୍କୁ ଖଇରା ମେଡିକାଲକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ଶବକୁ ଜବତ କରିଛି। ଦୁର୍ଘଟଣାର କାରଣ ଜଣାପଡ଼ି ନାହିିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.