ମାତ୍ର ଗୋଟିଏ ଭୁଲ ଏବଂ ଖାଲି ହୋଇଯିବ ଆପଣଙ୍କ ଆକାଉଣ୍ଟ, ଠାକମୀରୁ ବଞ୍ଚିବା ପାଇଁ ରଖନ୍ତୁ ଏହି କଥାର ଧ୍ୟାନ

ଭାରତରେ କିଛି ବର୍ଷ ହେଲା ଡିଜିଟାଲ ନେଣଦେଣର ମାତ୍ରା ବଢ଼ିବାରେ ଲାଗିଛି। ଏପରିକି ୨୦୨୧ମସିହା ପର୍ଯ୍ୟନ୍ତ ସାରାଦେଶ ଡିଜିଟାଲ ହୋଇଯିବ ବୋଲି ମଧ୍ୟ ଆଶା କରାଯାଉଛି। ଲୋକଙ୍କ ମଧ୍ୟରେ ଇଣ୍ଟରନେଟର ବ୍ୟବହାର ଏବଂ ଡିଜିଟାଲ ପେମେଣ୍ଟର ବଢ଼ିଥିବା ବେଳେ ବଢ଼ିଛି ଏନେଇ ଠକାମୀ। ତେବେ କିଛି ଜିନିଷ ଉପରେ ଖାସ ଧ୍ୟାନ ଦେବା ଦ୍ବାରା ଆପଣ ଏଥିରୁ ବଞ୍ଚିପାରିବେ। ଯଦି ଏନେଇ ଆପଣ ସାବଧାନତା ନଆପଣାନ୍ତି ତେବେ ଆପଣଙ୍କ ଆକାଉଣ୍ଟ ଖାଲି ହେବାର ମଧ୍ୟ ସମ୍ଭାବନା ରହିଛି। ଆଜି ଏନେଇ ଆମେ ଆପଣଙ୍କୁ କିଛିଟା ସାବଧାନତା ବିଷୟରେ କହିବାକୁ ଯାଉଛୁ।

online-banking

-ପ୍ରଥମତଃ ଅନଲାଇନ ଠକାମୀରୁ ବଞ୍ଚିବାକୁ ଚାହୁଁଥିଲେ ନେଟ ବ୍ୟାଙ୍କିଂର ବ୍ୟବହାର କୌଣସି ଅସୁରକ୍ଷିତ ୱାଇଫାଇରୁ କରନ୍ତୁ ନାହିଁ। ଏପରି କରିବା ଦ୍ବାରା ଆପଣଙ୍କ ଆକାଉଣ୍ଟ ଜଡିତ ସୂଚନା ଲିକ ହେବାର ସମ୍ଭାବନା ରହିଥାଏ। ଏଣୁ ଭୁଲରେ ମଧ୍ୟ ନେଟବ୍ୟାଙ୍କିଂର ବ୍ୟବହାର କରୁଥିବା ବେଳେ ସାର୍ବଜନୀକ ନେଟ ବ୍ୟବହାର କରନ୍ତୁ ନାହିଁ।

-ନେଟବ୍ୟାଙ୍କିଂ ପାଇଁ ଭେରିଫାଏଡ ଏବଂ ବିଶ୍ବାସନୀୟ ବ୍ରାଉଜର ହିଁ ବ୍ୟବହାର କରନ୍ତୁ। ଯଦି ଅନଅଥୋରାଇଜ୍ ସାଇଟରୁ ଆପଣ କୌଣସି ଆପ ଡାଉନଲୋଡ କରୁଛନ୍ତି ତେବେ ଆପଣଙ୍କ ଡାଟା ଚୋରୀ ହେବାର ସମ୍ଭାବନା ରହିଥାଏ।

online-shopping 2

-ସବୁବେଳେ ମୋବାଇଲ ବା ସିଷ୍ଟମକୁ ଭାଇରସ ଫ୍ରି ରଖନ୍ତୁ। ଏଥିପାଇଁ ଆପଣ ଭଲ ଆଣ୍ଟି ଭାଇରସର ବ୍ୟବହାର କରିବା ମଧ୍ୟ ନିହାତି ଆବଶ୍ୟକ। କାରଣ ସିଷ୍ଟମ ବା ମୋବାଇଲରେ ଭାଇରସ ଥିବା ଦ୍ବାର ବଗ୍ ହେବାର ଅଧିକ ସମ୍ଭାବନା ରହିଥାଏ।

-ଇଣ୍ଟରନେଟ ବ୍ୟାଙ୍କିଂର ଠକାମୀରୁ ବଞ୍ଚିବାର ସବୁଠାରୁ ଭଲ ଉପାୟ ହେଉଛି ପାସୱାର୍ଡକୁ ସୁରକ୍ଷିତ ରଖିବା। କାରଣ ପାସୱାର୍ଡ ହ୍ୟାକ ହେବାର ସବୁଠାରୁ ଅଧିକ ସମ୍ଭାବନା ରହିଥାଏ। ଏଣୁ ସମୟ ବ୍ୟବଧାନରେ ନିଜ ଆକାଉଣ୍ଟ ସମ୍ବନ୍ଧୀୟ ପାସୱାର୍ଡକୁ ବଦଳୁଥାନ୍ତୁ।

online

-ସମସ୍ତ ବ୍ୟାଙ୍କ ତରଫରୁ ସୂଚନା ଦିଆଯିବା ସହ ବିଭିନ୍ନ ସାର୍ବଜନୀନ ସ୍ଥାନରେ ମଧ୍ୟ କୁହାଯାଇଥାଏ। ଯେକୌଣସି ଆକାଉଣ୍ଟ ସମ୍ବନ୍ଧୀୟ ଠକାମୀରୁ ବଞ୍ଚିବା ପାଇଁ ଆପଣଙ୍କ ପାସୱାର୍ଡ, ଓଟିପି, କାର୍ଡ ଭେରିଫିକେସନ୍ କୋର୍ଡ (ସିଭିଭି) ଏବଂକ ୟୁପିଆ ପିନ୍ ଶେୟାର କରନ୍ତୁ ନାହିଁ।

-ଆଜିକାଲି ପ୍ରାୟତଃ ସମସ୍ତ ବ୍ୟକ୍ତି ଅନଲାଇନ ସାଇଟ ଗୁଡିକର ବ୍ୟବହାର କରୁଥିବା ସମୟରେ ଫାଷ୍ଟ ପେମେଣ୍ଟ ପାଇଁ ନିଜର ବ୍ୟାଙ୍କିଂ ଡିଟେଲ୍ସ ସେଭ କରିଦେଇଥାନ୍ତି। ଯାହା ଫଳରେ ଆକାଉଣ୍ଟରୁ ଟଙ୍କା ଚୋରୀ ହେବାର ଖୁବ ସମ୍ଭାବନା ରହିଥାଏ। ଏଣୁ କେବେ ମଧ୍ୟ କୌଣସି ସାଇଟରେ ଆପଣଙ୍କ ଆକାଉଣ୍ଟ ସମ୍ବନ୍ଧୀୟ ସୂଚନାକୁ ସେଭ ରଖନ୍ତୁ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.