Below header

ଜାଣନ୍ତୁ କଣ କହୁଛି ଏକଜିଟ୍ ପୋଲ୍ ରିପୋର୍ଟ, କେଉଁ ରାଜ୍ଯରେ ହେବ କାହାର ରାଜୁତି

ଦେଶରେ ସପ୍ତମ ପର୍ଯ୍ୟାୟ ତଥା ଶେଷ ପର୍ଯ୍ୟାୟ ମତଦାନ ପରେ ବିିଭିନ୍ନ ସଂସ୍ଥା ପକ୍ଷରୁ ଏଗଜିଟ ପୋଲ ରିପୋର୍ଟ ପ୍ରକାଶ ପାଇଛି । ପଶ୍ଚିମବଙ୍ଗ ଉପରେ ନଜର ରଖିଥିଲା ବିଜେପି । ଏକଜିଟ୍ ପୋଲ୍ ମୁତାବକ, ୨୦୧୪ ତୁଳନାରେ ବିଜେପି ଭଲ ପ୍ରଦର୍ଶନ କରୁଛି । ପଶ୍ଚିମବଙ୍ଗରେ ଟାଇମ୍ସ ନାଓ ବିଜେପିକୁ ୧୧, କଂଗ୍ରେସକୁ ୨, ଟିଏମସିକୁ ୨୮ ଓ ଅନ୍ୟଙ୍କୁ ଗୋଟିଏ ସିଟ୍ ମିଳିବ । ସି-ଭୋଟର ମୁତାବକ ବିଜେପିକୁ ୧୧, କଂଗ୍ରେସକୁ ୨ ଓ ଟିଏମ୍ସିକୁ ୨୯ ଆସନ ମିଳିବ । ରିପବ୍ଲିକ-ଜନକି ବାତ୍ ମୁତାବକ ବିଜେପିକୁ ୧୮ରୁ ୨୬, କଂଗ୍ରେସକୁ ୩ ଓ ଟିଏମ୍ସିକୁ ୧୩ରୁ ୨୧ ସିଟ୍ ମିଳିବ । ସିଏନ୍ଏକ୍ସ ମୁତାବକ ବିଜେପିକୁ ୧୪, କଂଗ୍ରେସକୁ ୨ଟି ଓ ଟିଏମ୍ସିକୁ ୨୬ଟି ଆସନ ମିଳିବ । ଇଣ୍ଡିଆ ନ୍ୟୁଜ ମୁତାବକ ବିଜେପିକୁ ୧୪, କଂଗ୍ରେସକୁ ୨ ଓ ଟିଏମ୍ସିକୁ ୨୬ ଆସନ ମିଳିପାରେ । ନିଲସନ ମୁତାବକ ବିଜେପିକୁ ୧୬, କଂଗ୍ରେସକୁ ୨ ଓ ଟିଏମସିକୁ ଅନ୍ୟ ୨୪ଟି ସିଟ୍ ମିଳିବ ।

Exit-Poll

ଏକଜିଟ୍ ପୋଲ ମୁତାବକ ଉତ୍ତର ପ୍ରଦେଶରେ ମହାମେଣ୍ଟ ଯୋଗୁଁ ବିଜେପିକୁ କ୍ଷତି ହେଉଛି । ଟାଇମ୍ସ ନାଓ-ଭିଏମଆର ମୁତାବକ ବିଜେପିକୁ ୫୮, ମହାମେଣ୍ଟକୁ ୨୦, କଂଗ୍ରେସକୁ ୨ଟି ଆସନ ମିଳିବ । ଏବିପି ନିଲସନ ମୁତାବକ ବିଜେପିକୁ ୨୨, ମହାମେଣ୍ଟକୁ ୫୬, କଂଗ୍ରେସକୁ ୨ଟି ସିଟ୍ ମିଳିବ । ରିପବ୍ଲିକ ସର୍ଭେରେ ବିଜେପିକୁ ୪୬ରୁ ୫୭, ମହାମେଣ୍ଟକୁ ୨୧ରୁ ୩୨, କଂଗ୍ରେସକୁ ୨ରୁ ୪ଟି ସିଟ୍ ମିଳିପାରେ । ନ୍ୟୁଜ୍ ଏକ୍ସ ମୁତାବକ ବିଜେପିକୁ ୩୪, ମହାମେଣ୍ଟକୁ ୪୨ ଓ କଂଗ୍ରେସକୁ ୪ଟି ସିଟ୍ ମିଳିପାରେ ।

ଟାଇମ୍ସ ନାଓ ମୁତାବକ କର୍ଣ୍ଣାଟକରେ ଏନ୍ଡିଏକୁ ୨୧, କଂଗ୍ରେସକୁ ୭ ସିଟ୍ ମିଳିପାରେ । ଇଣ୍ଡିଆ ଟିଭି ପୋଲରେ ବିଜେପିକୁ ୨୩, ୟୁପିଏକୁ ୪ ଓ ଅନ୍ୟକୁ ଗୋଟିଏ ଆସନ ମିଳିବ । ନ୍ୟୁଜ୍ ନେସନ ମୁତାବକ ଏନଡିଏକୁ ୧୮, ୟୁପିଏକୁ ୧୦ ସିଟ୍ ମିଳିବ । ଚାଣକ୍ୟ ଅନୁସାରେ ଏନଡିଏକୁ ୨୩ ଓ ୟୁପିଏକୁ ୫ଟି ସିଟ୍ ମିଳିବ । ନ୍ୟୁଜ୍ ୧୮ ଓ ଇପସସ ମୁତାବକ ଏନଡିଏକୁ ୨୨ ଓ ୟୁପିଏକୁ ୬ ସିଟ୍ ମିଳିବ ।
ଇଣ୍ଡିଆ ଟିଭି ମହାରାଷ୍ଟ୍ରରେ ଏନ୍ଡିଏକୁ ୩୪, ୟୁପିଏକୁ ୧୪ ଆସନ ମିଳିପାରେ । ଟାଇମ୍ସ ନାଓ ମୁତାବକ ଏନ୍ଡିଏକୁ ୩୮ ଓ ୟୁପିଏକୁ ୧୦ଟି ଆସନ ମିଳିପାରେ । ରିପବ୍ଲିକ ସି ଭୋଟର ଅନୁଯାୟୀ ଏନଡିଏକୁ ୩୪, ୟୁପିଏକୁ ୧୪ ସିଟ୍ ମିଳିପାରେ । ରିପବ୍ଲିକ ଜନକି ବାତ୍ ଅନୁଯାୟୀ ଏନଡିଏକୁ ୩୭, ୟୁପିଏକୁ ୧୦ ଓ ଅନ୍ୟକୁ ଗୋଟିଏ ସିଟ୍ ମିଳିପାରେ । ନିଲସନ ମୁତାବକ ଏନ୍ଡିଏକୁ ୩୪ ଓ ୟୁପିଏକୁ ୧୪ଟି ସିଟ୍ ମିଳିପାରେ । ମାଇ ଏକ୍ସିସ୍ ମୁତାବକ ଏନଡିଏକୁ ୪୦ ଓ ୟୁପିଏକୁ ୮ଟି ସିଟ୍ ମିଳିପାରେ।

exitpoll2019

 

ଟାଇମ୍ସ ନାଓ ଭିଏମଆର ମୁତାବକ ବିହାରରେ ଏନଡିଏକୁ ୩୦, ୟୁପିଏକୁ ୧୦ଟି ସିଟ୍ ମିଳିପାରେ। ରିପବ୍ଲିକ ଜନ୍ କି ବାତ୍ ଅନୁଯାୟୀ ଏନଡିଏକୁ ୨୯, ୟୁପିଏକୁ ୧୦ ଓ ଅନ୍ୟକୁ ଗୋଟିଏ ଆସନ ମିଳିପାରେ। ରିପବ୍ଲିକ ସି ଭୋଟର ମୁତାବକ ଏନ୍ଡିଏକୁ ୩୩ ଓ ୟୁପିଏକୁ ୭ଟି ସିଟ୍ ମିଳିପାରେ।

ଟାଇମ୍ସ ନାଓ ଭିଏମ୍ଆର ଏକ୍ଜିଟ ପୋଲ ମୁତାବକ ଡିଏମ୍କେ-କଂଗ୍ରେସ ମେଣ୍ଟକୁ ୨୯ ଆସନ ମିଳିବ। ବିଜେପି ଏଆଇଏଡିଏମ୍କେ ମେଣ୍ଟକୁ ୯ଟି ଆସନ ମିଳିବ। ନ୍ୟଜ୍ ୧୮ ମୁତାବକ ଏନ୍ଡିଏକୁ ୧୪ରୁ ୧୬ ଓ ୟୁପିଏକୁ ୨୨ରୁ ୨୪ ଆସନ ମିଳିପାରେ। ଇଣ୍ଡିଆ ଟିଭି ଏକ୍ଜିଟ୍ରେ ପୋଲରେ ଏନ୍ଡିଏକୁ ୧୦, ୟୁପିଏକୁ ୨୩ ଓ ଅନ୍ୟକୁ ୫ଟି ଆସନ ମିଳିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.