Below header

କୋଲକାତା କଲେଜର ମେରିଟ ଲିଷ୍ଟରେ ସନ୍ନି ଲିଓନି ଟପ୍ପର

କୋଲକାତାର ଏକ କଲେଜରେ ସ୍ନାତକୋତ୍ତର ପାଠ୍ୟକ୍ରମରେ ଆଡମିଶନ ପାଇଁ ଗୁରୁବାର ପ୍ରକାଶିତ ମେରିଟ୍ ଲିଷ୍ଟର ଶୀର୍ଷରେ ବଲିଉଡ ଅଭିନେତ୍ରୀ ସନ୍ନି ଲିଓନଙ୍କ ନାମ ଦେଖିବାକୁ ମିଳିଥିଲା ।

କୋଲକାତାର ଆଶୁତୋଷ କଲେଜରେ ଇଂଲିଶ ବିଏ (ଅନର୍ସ) ରେ ଆଡମିଶନ ପାଇଁ ଜାରି କରାଯାଇଥିବା ପ୍ରଥମ ତାଲିକାରେ ଏହି ଅଭିନେତ୍ରୀଙ୍କ ନାମ ଶୀର୍ଷରେ ରହିଥିଲା । ତେବେ ଏହି ତାଲିକାରେ ନାମ ସହିତ ଆବେଦନ ଆଇଡି, ରୋଲ ନମ୍ବର, ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଶ୍ରେଷ୍ଠ ଚାରୋଟି ବିଷୟଗୁଡ଼ିକରେ ମିଳିଥିବା ମାର୍କ ମଧ୍ୟ ଦିଆଯାଇଥିଲା ।

କଲେଜର ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ , ଏହା କୌଣସି ଚାଲାକ ଛାତ୍ରର କାମ । କାରଣ କେହି ଜଣେ ସୁଚିନ୍ତିତ ଭାବେ ସନ୍ନି ଲିଓନିଙ୍କ ନାମରେ ଏକ ଭୁଲ ଆବେଦନ ଦାଖଲ କରିଛନ୍ତି । ଏହାକୁ ସଂଶୋଧନ କରିବାକୁ ଆମେ ଆଡମିଶନ ବିଭାଗକୁ କହିଛୁ। ଆମେ ମଧ୍ୟ ଏହି ଘଟଣାର ଅନୁସନ୍ଧାନ କରିବୁ। ତେବେ ଏହି ଘଟଣା ଶିକ୍ଷାବିତଙ୍କ ମଧ୍ୟରେ ମଧ୍ୟରେ ଅନଲାଇନ୍ ଆଡମିଶନ ପ୍ରକ୍ରିୟାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.