ୟୁଟ୍ୟୁବରେ ସବୁ ରେକର୍ଡ ଭାଙ୍ଗିଲା ଏହି ଭିଡିଓ, ଯାହାର ଦିୱାନା ହେଲା ସାରା ଦୁନିଆ

ଏପରି ବହୁତ କମ ହୋଇଥାଏ ଯେତେବେଳେ କୌଣସି ଗୀତ କିମ୍ବା ଭିଡିଓ ୟୁଟ୍ୟୁବରେ ଅପଲୋଡ୍ ହେଉ ହେଉ ସମଗ୍ର ବିଶ୍ୱ ତାର ଦିୱାନା ପାଲଟି ଯାଇଥାଏ କିନ୍ତୁ ବର୍ତ୍ତମାନ ଠିକ ଏମିତି ଏକ ଘଟଣା ଘଟିଛି । ୟୁଟ୍ୟୁବ୍ ଇତିହାସରେ ଏମିତି ଏକ ରେକର୍ଡ ସୃଷ୍ଟି ହୋଇଛି ଯାହା ଆଜି ପର୍ଯ୍ୟନ୍ତ କେହି କରିପାରିନାହାଁନ୍ତି । ପ୍ରକୃତରେ ୟୁଟ୍ୟୁବରେ ଏକ ନୂଆ ଭିଡିଓ ଅପଲୋଡ୍ ହୋଇଥିଲା ଏବଂ ମାତ୍ର ଚବିଶ ଘଣ୍ଟା ମଧ୍ୟରେ ଏହି ଗୀତକୁ ଏତେ ସଂଖ୍ୟକ ଲୋକ ଦେଖିଛନ୍ତି ଯେ ଏହା ଏକ ଜବରଦସ୍ତ ରେକର୍ଡ ସୃଷ୍ଟି କରିଛି ।

ସୂଚନା ଅନୁଯାୟୀ, କୋରିଆନ ପପ୍-ବ୍ୟାଣ୍ଡ ବିଟିଏସ୍ ସେମାନଙ୍କର ଲାଟେଷ୍ଟ ଟ୍ରାକ୍ ଡାଇନାମାଇଟର ମ୍ୟୁଜିକ୍ ଭିଡିଓ ୟୁଟ୍ୟୁବରେ ଅପଲୋଡ୍ କରିଛି । ଯୁବପିଢିଙ୍କ ଦ୍ୱାରା ଅଧିକ ଲୋକପ୍ରିୟ ହୋଇଥିବା K-POPର ଏହି ଭିଡିଓ ଚବିଶ ଘଣ୍ଟା ମଧ୍ୟରେ 100 ମିଲିୟନ୍ ଭିୟୁର ଏକ ନିଆରା ରେକର୍ଡ ସୃଷ୍ଟି କରିଛି । ତେବେ ଏହାପୂର୍ବରୁ ୟୁଟ୍ୟୁବରେ ବ୍ଲାକପିଙ୍କ ସର୍ବାଧିକ ଭିୟୁ ହୋଇଥିବା ରେକର୍ଡ ସୃଷ୍ଟି କରିଥିଲା । ଏହି ବ୍ୟାଣ୍ଡର ଭିଡିଓ “How You Like That” 24 ଘଣ୍ଟା ମଧ୍ୟରେ 86.3 ମିଲିୟନ ଲୋକ ଦେଖିଥିଲେ ।

ଆଜିକାଲି ଯୁବପିଢ଼ିଙ୍କ ମଧ୍ୟରେ କୋରିଆନ୍ ପପ୍ ବ୍ୟାଣ୍ଡ ବହୁତ ଲୋକପ୍ରିୟ । ଏହି କୋରିଆନ ବ୍ୟାଣ୍ଡର ଗୀତକୁ ବହୁତ ଲୋକ ପସନ୍ଦ କରିଥାନ୍ତି । ତେବେ କୋରିଆନ ପପ୍-ବ୍ୟାଣ୍ଡ ବିଟିଏସର ନୂତନ ଗୀତ ଡାଇନାମାଇଟ୍ ହିଟ୍ ହେବ ବୋଲି ପୂର୍ବରୁ ହିଁ ଆଶା କରାଯାଉଥିଲା । ବାସ୍ତବରେ ଏହି ଗୀତର ଏକ ଟିଜର ଭିଡିଓ କିଛି ଦିନ ପୂର୍ବରୁ ସେୟାର କରାଯାଇଥିଲା ଯାହାକୁ ୟୁଟ୍ୟୁବରେ 60 ମିଲିୟନରୁ ଅଧିକ ଥର ଦେଖାଯାଇଛି ।

ବର୍ତ୍ତମାନ ପର୍ଯ୍ୟନ୍ତ ଡାଇନାମାଇଟ୍ ଗୀତଗୁଡିକ ୟୁଟ୍ୟୁବରେ 191 ମିଲିୟନ୍ ଭିୟୁ ପାଇଛି । 2020 MTV Video Music Awardsରେ BTS ଟିଭିରେ ପ୍ରଥମ ଥର ପାଇଁ ନୃତ୍ୟ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିବ ଯାହାକି ଅଗଷ୍ଟ 30 ରେ ପ୍ରସାରିତ ହେବାକୁ ଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.