Below header

ସୁଶାନ୍ତଙ୍କ ମୃତ୍ୟୁର ୧୪ ଦିନ ପରେ ବଡ଼ ପଦକ୍ଷେପ ନେଲେ ରିୟା ଚକ୍ରବର୍ତ୍ତୀ, ହଠାତ୍‌ କଲେ ଏହି କାମ

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ପୂରା ବଲିଉଡ୍‌ ସ୍ତବ୍ଧ ହୋଇଯାଇଛି। ଲୋକମାନେ ତାଙ୍କୁ ନ୍ୟାୟ ଦେବାକୁ ଦାବି କରୁଛନ୍ତି। ଏଥିସହ ନେପୋଟିଜମ୍‌କୁ ନେଇ ମଧ୍ୟ କେତେକ ସେଲିବ୍ରିଟିଙ୍କୁ ଟାର୍ଗେଟ୍‌ କରାଯାଉଛି। ଫଳରେ ବଡ଼ ବଡ଼ ଷ୍ଟାର ନିଜ ସୋସିଆଲ ମିଡିଆ ଆକାଉଣ୍ଟ ବନ୍ଦ କରି ଦେଇଛନ୍ତି। ସୁଶାନ୍ତଙ୍କ ମୃତ୍ୟୁର ୧୪ ଦିନ ପରେ ତାଙ୍କ ତଥାକଥିତ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ମଧ୍ୟ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି।

रिया चक्रवर्ती और सुशांत

ରିୟା ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟର ସେଟିଂକୁ ବଦଳାଇ ସେଥିରେ କମେଣ୍ଟକୁ ଅଫ୍‌ କରିଦେଇଛନ୍ତି। ଏବେ ଆଉ କେହି ତାଙ୍କ ପୋଷ୍ଟରେ କମେଣ୍ଟ ଦେଇପାରିବେ ନାହିଁ। ସୁଶାନ୍ତଙ୍କ ମୃତ୍ୟୁ ପରେ ରିୟାଙ୍କୁ ଲୋକଙ୍କ କଡ଼ା ପ୍ରଶ୍ନର ସାମ୍ନା କରିବାକୁ ପଡ଼ୁଥିବାରୁ ସେ ଏଭଳି ପଦକ୍ଷେପ ନେଇଥିବା କୁହାଯାଉଛି।

Sushant Singh Rajput gifts a platinum pendant to Rhea Chakraborty

ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ପୋଲିସ ଏବେ ଯାଏଁ ୨୬ ଜଣଙ୍କୁ ପଚରାଉଚରା କରିସାରିଲାଣି। ରିୟା ଚକ୍ରବର୍ତ୍ତୀଙ୍କୁ ମଧ୍ୟ ପୋଲିସ ପ୍ରାୟ ୯ ଘଣ୍ଟା ପଚରାଉଚରା କରିଥିଲା। ଏହି ସମୟରେ ରିୟା କେତେକ ପ୍ରଶ୍ନର ଉତ୍ତର ଦେଇଥିଲେ। ସେ ପୋଲିସକୁ କହିଥିଲେ ଯେ ଜୁନ୍‌ ୬ରେ ସେ ସୁଶାନ୍ତଙ୍କ ଘରକୁ ନିଜ ଇଚ୍ଛାରେ ଛାଡ଼ିକି ଯାଇନଥିଲେ ବରଂ ସୁଶାନ୍ତ ହିଁ ତାଙ୍କୁ ଚାଲିଯିବାକୁ କହିଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ ସୁଶାନ୍ତ ଦୀର୍ଘଦିନ ହେବ ଡିପ୍ରେସନରେ ଥିଲେ ଓ ତାଙ୍କ ଚିକିତ୍ସା ଚାଲିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.