Below header

ବଡ଼ମ୍ବା ଥାନା ବନ୍ଦ ପରେ ଏବେ ସେଠି ଆଇନ୍ ଶୃଙ୍ଖଳା ରକ୍ଷା ହେବ କେମିତି ?

କଟକ (କେ ନ୍ୟୁଜ୍‌) : ବଡ଼ମ୍ବା ଥାନା ଏବେ ଚାଲିବ ଫାଣ୍ଡିରେ । କାରଣ ଏହାର ଅଧିକାରୀ ଓ କର୍ମଚାରୀ କୋଭିଡ୍ ପଜିଟିଭ୍ ଜଣାପଡ଼ିବା ପରେ ପୂରା ଥାନାକୁ ସଟ୍‌ଡାଉନ୍ କରି କଣ୍ଟେନମେଣ୍ଟ କରାଯାଇଛି । କର୍ମଚାରୀ ସବୁ କ୍ୱାରେଣ୍ଟାଇନ୍‌ରେ ।
ଏପଟେ ଥାନା ବନ୍ଦ ଯୋଗୁଁ ସେହି ଅଞ୍ଚଳରେ ଆଇନ୍ ଶୃଙ୍ଖଳା ରକ୍ଷା ପାଇଁ କଣ କରାଯିବ ? ଏ ନେଇ ଚର୍ଚ୍ଚା ଚାଲିଛି । ତେବେ ବିଭାଗ ସୂତ୍ରରୁ ଯାହା ଖବର ମିଳିଛି ପାଖ ଫାଣ୍ଡିରେ ଚାଲିବ ବଡ଼ମ୍ବା ଥାନା । ଅନ୍ୟ ଥାନାର କର୍ମଚାରୀମାନେ ଆସି ରୋଟେସନ୍‌ରେ ଦାହିତ୍ୱ ନେବେ । ଲୋକଙ୍କ ଅଭିଯୋଗ ରଖିବା ପାଇଁ ଏହି ବ୍ୟବସ୍ଥା କରାଯାଇଛି ।

ସତରେ କରୋନା କିଭଳି ସମୟ ଆମକୁ ଦେଖାଉଛି ଏଥିରୁ ଅନୁମାନ କରି ନିଅନ୍ତୁ । ତେଣୁ ସତର୍କ ଓ ସଚେତନ ହୁଅନ୍ତୁ । କାରଣ କରୋନା ଯୋଦ୍ଧା କୁହାଯାଉଥିବା ପୋଲିସ୍ ବି ଏହା ଆକ୍ରମଣରୁ ବାଦ୍ ପଡୁନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.