Below header

ସୁଶାନ୍ତଙ୍କ ଆତ୍ମହତ୍ୟା ପରେ ଆଲିଆଙ୍କୁ ଅନ୍‌ଫଲୋ କଲେ ୧.୫ ମିଲିୟନ୍‌ ୟୁଜର, କରନ୍‌ ବି ବାଦ୍‌ ପଡ଼ିନାହାନ୍ତି

ଫିଲ୍ମ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ପରେ ପୁଣି ଥରେ ବଲିଉଡ୍‌ରେ ନେପୋଟିଜମ୍‌ କଥା ଉଠିଛି। ଏହାର ପ୍ରଭାବ କେତେକ ବଲିଉଡ୍‌ ଷ୍ଟାରଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ବି ପଡ଼ିଛି। କରନ୍‌ ଜୋହର, ଆଲିଆ ଭଟ୍ଟଙ୍କ ଭଳି କଳାକାରଙ୍କ ଅନ୍‌ଲାଇନ ଲୋକପ୍ରିୟତା ପ୍ରଭାବିତ ହୋଇଛି। ରିପୋର୍ଟ ମୁତାବକ କରନ୍‌ ଜୋହରଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଫଲୋୟର୍ସ ସଂଖ୍ୟା ୧୧ ମିଲିୟନ୍‌ରୁ ଖସି ୧୦.୫ ମିଲିୟନ୍‌ ହୋଇଛି।

karan

ଅନ୍ୟପଟେ କରନ ଜୋହର ମଧ୍ୟ ନିଜ ଟ୍ଵିଟରରେ ଅନ୍ୟମାନଙ୍କୁ ଅନ୍‌ଫଲୋ କରିଛନ୍ତି। ଏବେ କରଣ ଟ୍ଵିଟରରେ ମାତ୍ର ୮ ଜଣଙ୍କୁ ହିଁ ଫଲୋ କରିଛନ୍ତି। ଏହି ୮ ଜଣଙ୍କ ମଧ୍ୟରେ ଅମିତାଭ ବଚ୍ଚନ, ଶାହାରୁଖ ଖାନ୍‌, ଅକ୍ଷୟ କୁମାର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଛନ୍ତି। ଅନ୍ୟ ଆକାଉଣ୍ଟ ମଧ୍ୟରେ ଜୋହରଙ୍କ ପ୍ରଡକ୍ସନ୍‌ ଓ ଧର୍ମା ପ୍ରଡକ୍ସନ୍‌ ରହିଛି।

ତେବେ କେବଳ କରନ୍‌ ନୁହେଁ, ଆଲିଆ ଭଟ୍ଟଙ୍କ ଇନ୍‌ଷ୍ଟାଗ୍ରାମ୍‌ ଫଲୋୟର୍ସ ମଧ୍ୟ କମିଛନ୍ତି। ପୂର୍ବରୁ ଆଲିଆଙ୍କ ଫଲୋୟର୍ସଙ୍କ ସଂଖ୍ୟା ୪୮.୯ ମିଲିୟନ୍‌ ଥିବା ବେଳେ ଏବେ ତାହା କମି ୪୭.୪ ମିଲିୟନ୍‌ ହୋଇଛି।

alia

ଅନ୍ୟପଟେ ଏବେ ସୁଶାନ୍ତ ସିଂହ ରାଜପୁତଙ୍କ ଫଲୋୟର୍ସ ସଂଖ୍ୟା ବଢ଼ିଛି। ସୁଶାନ୍ତଙ୍କ ଫଲୋୟର୍ସ ସଂଖ୍ୟା ୯ ମିଲିୟନ୍‌ରୁ ବଢ଼ି ୧୧.୮ ମିଲିୟନ୍‌ ହୋଇଛି।

sus

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ଏବେ ସାରା ଦେଶବାସୀ ଶୋକରେ ବୁଡ଼ି ରହିଛନ୍ତି। ଏହି ଘଟଣାରେ କରନ ଜୋହରଙ୍କ ବିପକ୍ଷରେ ବିହାରରେ ଏକ କେସ୍‌ ବି ଦିଆଯାଇଛି। କରନଙ୍କ ବ୍ୟତୀତ ଆଉ ୮ଜଣଙ୍କ ନାଁରେ ମାମଲା ରୁଜୁ ହୋଇଛି। ସୂଚନାଯୋଗ୍ୟ ଯେ ଗତ ୭ ମାସ ମଧ୍ୟରେ ସୁଶାନ୍ତଙ୍କ ହାତରୁ ୭ଟି ଫିଲ୍ମ ଚାଲିଯାଇଥିଲା। ଏଥିପାଇଁ ସେ ଡିପ୍ରେସନ୍‌ରେ ଥିଲେ। ଏହି କାରଣରୁ ସେ ଆତ୍ମହତ୍ୟା କରିଥିବା କୁହାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.