Below header

ଲୋକପ୍ରିୟତାରେ ସମସ୍ତଙ୍କୁ ଟପିଗଲେ କରୀନାଙ୍କ ଲାଡଲା, ଡଲ୍ ପରେ ଏବେ ମାର୍କେଟକୁ ଆସିଲା ତୈମୁର୍ ବିସ୍କୁଟ୍

ଲୋକପ୍ରିୟତାରେ ମା’ କରୀନା ଏବଂ ବାପା ସୈଫଙ୍କୁ ଟପିଗଲେଣି ତୈମୁର୍ । ଯେବେଠାରୁ ତୈମୁରଙ୍କ ଜନ୍ମ ହୋଇଛି ସେବେଠାରୁ ଲଗାତାର ହେଡଲାଇନ୍ ହୋଇ ରହିଛନ୍ତି । ଲୋକପ୍ରିୟତା ଏତେ ବଢିଯାଇଛି ଯେ ନିକଟରେ ତୈମୁରଙ୍କ ଡଲ୍ ମାର୍କେଟକୁ ଆସିଥିଲା । ଏବେ ତୈମୁର ନାଁରେ ବିସ୍କୁଟ୍ ମଧ୍ୟ ଆସିଗଲାଣି ।

କଷ୍ଟମାଇଜ୍ କୁକିଜ୍ ତିଆରି କରୁଥିବା ଏକ ବେକରୀରେ ତୈମୁର୍ ନାଁରେ ବିସ୍କୁଟ୍ ମଧ୍ୟ ମିଳୁଛି ।ଏହି ବେକରୀ ନିକଟରେ ଏକ ଆୱାର୍ଡ ଫଙ୍କସନରେ ଆସିଥିବା ଅତିଥିଙ୍କୁ ଏହି ତୈମୁର୍ କୁକିଜ୍ ମଧ୍ୟ ଗିଫ୍ଟ କରିଥିଲେ ।

taimur cookiesମିଡଆର ଡାର୍ଲିଂ ତୈମୁରଙ୍କର ଫ୍ୟାନ୍ ଫଲୋଇଙ୍ଗ୍ ମଧ୍ୟ ଖୁବ୍ । ତେଣୁ ତୈମୁରଙ୍କର ସମସ୍ତ ଫଟୋ ଏବଂ ଭିଡିଓ ସଙ୍ଗେ ସଙ୍ଗେ ଭାଇରାଲ୍ ହୋଇଯାଏ । କେବଳ ସେତିକି ନୁହେଁ ଏକ ଚାଟ୍ ସୋରେ ସୈଫ୍ ଅଲ୍ଲୀ ଖାନ୍ ମଧ୍ୟ ଖୁଲାସା କରିଥିଲେ ଯେ ତୈମୁରଙ୍କ ଫଟୋର ମୂଲ୍ୟ ଅନ୍ୟ ଲୋକପ୍ରିୟ ଷ୍ଟାରଙ୍କଠୁ ମଧ୍ୟ ଅଧିକ ।

ୟାହୁ ଯେତେବେଳେ ସବୁଠାରୁ ଚର୍ଚ୍ଚିତ ଭାରତୀୟଙ୍କ ତାଲିକା ଜାରି କରିଥିଲା ସେଥିରେ ଦୁଇ ବର୍ଷର ତୈମୁରର ନାଁ ମଧ୍ୟ ସାମିଲ୍ ଥିଲା । ଏହି ତାଲିକାରେ ପ୍ରଥମ ନାମ ମୋଦିଙ୍କର ଥିବା ବେଳେ ତୈମୁର୍ ଥିଲେ ୧୦ମ ସ୍ଥାନରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.