Below header

ଅଡୁଆରେ ସମ୍ବିତ ପାତ୍ର, ବିନା ଅନୁମତିରେ ରାଲି କରିଥିବାରୁ କାରଣ ଦର୍ଶାଇ ନୋଟିସ୍

ପୁରୀ : ବଢୁଛି ସମ୍ବିତ ପାତ୍ରଙ୍କ ଅଡୁଆ । ପୁରୀ ଲୋକସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ରଙ୍କୁ ନୋଟିସ୍‌ । ପୁରୀ ଜିଲ୍ଲାପାଳ ତାଙ୍କୁ କାରଣ ଦର୍ଶାଅ ନୋଟିସ୍‌ କରିଛନ୍ତି। ନିର୍ବାଚନ ଆଚରଣବିଧି ଉଲଘଂନ ଅଭିଯୋଗରେ ଏହି ନୋଟିସ୍‌ ଜାରି ହୋଇଛି। ଶୋଭାଯାତ୍ରା ପାଇଁ ଅନୁମତି ନନେଇ ଶୋଭାଯାତ୍ରା କରିଥିବାରୁ ନୋଟିସ୍‌ ଜାରି କରିଛି। ରୋଡ୍‌ ଶୋରେ ଜଗନ୍ନାଥଙ୍କୁ ଧରି ପ୍ରଚାର କରିଥିଲେ ସମ୍ବିତ । ଯାହା ଆଦର୍ଶ ଆଚରଣ ବିଧିର ଉଲ୍ଲଂଘନ ବୋଲି ଅଭିଯୋଗ ହୋଇଥିଲା। ଖୋଲା ଜିପ୍‌ରେ ମହାପ୍ରଭୁଙ୍କୁ ଧରି ପ୍ରଚାର କରିବା ଭକ୍ତଙ୍କ ଭାବନାକୁ ମଧ୍ୟ ଆଘାତ ଦେଇଥିବା ବିଜେଡି ଅଭିଯୋଗ କରି ପୁରୀ ସିଂହଦ୍ୱାର ଥାନାରେ ଏତଲା ଦେଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.