Below header

କୋଟି କୋଟି ଟଙ୍କାର ଘର କିଣିବାରେ ବ୍ୟସ୍ତ ଅଛନ୍ତି ବଲିଉଡ୍‌ର ଏହି ସେଲିବ୍ରିଟି, ହ୍ରିତିକ୍‌ଙ୍କ ଆପାର୍ଟମେଣ୍ଟର ଦାମ୍‌ ରହିଛି ୧୦୦ କୋଟି

ବଲିଉଡ୍‌ ସେଲିବ୍ରିଟିମାନେ ଏବେ ଆପାର୍ଟମେଣ୍ଟ କିଣିବାରେ ବ୍ୟସ୍ତ ଅଛନ୍ତି। କିଏ ନୂଆ ଆପାର୍ଟମେଣ୍ଟ କିଣୁଛି ତ ଆଉ କିଏ ବିକ୍ରି କରୁଛି। ଅଭିନେତ୍ରୀ କରିସ୍ମା କପୁର ଓ ତାଙ୍କ ମା’ ବବିତା ନିଜର ଏକ ଆପାର୍ଟମେଣ୍ଟକୁ ୧୦.୧୧ କୋଟି ଟଙ୍କାରେ ବିକ୍ରି କରିଛନ୍ତି। ଏଥିପାଇଁ ତାଙ୍କୁ ମୋଟା ଅଙ୍କର ଷ୍ଟାମ୍ପ ଡ୍ୟୁଟି ଶୁଳ୍କ ଭରିବାକୁ ପଡ଼ିଛି। ଆପାର୍ଟମେଣ୍ଟ ବିକ୍ରି କରିବାକୁ ସେ ୨୦ ଲକ୍ଷ ୨୨ ହଜାର ଟଙ୍କାର ଷ୍ଟାମ୍ପ ଶୁଳ୍କ ଦେଇଛନ୍ତି। କରିସ୍ମାଙ୍କର ମୁମ୍ବାଇ ଖାର ଏରିଆରେ ଏକ ବିଲ୍ଡିଂର ୧୦ମ ତାଲାରେ ଏକ ଆପାର୍ଟମେଣ୍ଟ ଥିଲା। ଏହି ଆପାର୍ଟମେଣ୍ଟକୁ ସେ ୨୪ ଡିସେମ୍ବର ୨୦୨୦ରେ ବିକ୍ରି କରିଛନ୍ତି। ଏହାକୁ ଆଭା ଦମାନୀ ନାମ୍ନୀ ଜଣେ ମହିଳା କିଣିଛନ୍ତି।

ଅନ୍ୟପଟେ ଶ୍ରୀଦେବୀ ତନୟା ଜାହ୍ନବୀ କପୁର ମଧ୍ୟ ମୁମ୍ବାର ଜୁହୁରେ ୩୯ କୋଟି ଟଙ୍କାର ପ୍ରପର୍ଟି କିଣିଛନ୍ତି। ଏଥିପାଇଁ ସେ ୨୩ କୋଟିର ବ୍ୟାଙ୍କ ଲୋନ୍‌ ନେଇଛନ୍ତି। ଏହି ଆପାର୍ଟମେଣ୍ଟ ପାଇଁ ତାଙ୍କୁ ୭୮ ଲକ୍ଷ ଟଙ୍କାର ଷ୍ଟାମ୍ପ ଡ୍ୟୁଟି ଦେବାକୁ ପଡ଼ିଛି। ସେ ବିଲ୍ଡିଂର ୧୪, ୧୫ ଓ ୧୬ ଅର୍ଥାତ୍‌ ୩ଟି ଫ୍ଲୋର କିଣିଛନ୍ତି।

ସେହିପରି ହ୍ରିତିକ୍‌ ରୋଶନ ମଧ୍ୟ ଅକ୍ଟୋବର ୨୦୨୦ରେ ଦୁଇଟି ଆପାର୍ଟମେଣ୍ଟ କିଣିଛନ୍ତି। ଏହାର ଦାମ୍‌ ୧୦୦ କୋଟି ହେବ। ଏହି ପ୍ରପର୍ଟି ଜୁହୁ-ବର୍ସୋବା ଲିଙ୍କ୍‌ ରୋଡରେ ଅବସ୍ଥିତ। ଏଥିରେ ଗୋଟିଏ ପ୍ରାଇଭେଟ୍‌ ଏଲିଭେଟର ଓ ୧୦ଟି ପାର୍କିଂ ସ୍ଲଟ୍‌ ରହିଛି।

ମହେଶ ଭଟ୍ଟଙ୍କ ଝିଅ ଆଲିଆ ଭଟ୍ଟ ମଧ୍ୟ ନଭେମ୍ବର ୨୦୨୦ରେ ଏକ ୨୪୬୦ ସ୍କୋୟାର ଫୁଟ୍‌ର ଆପାର୍ଟମେଣ୍ଟ କିଣିଛନ୍ତି। ଏହାର ଦାମ୍‌ ୩୨ କୋଟି ରହିଛି। ଏହା ବାନ୍ଦ୍ରା ପାଲୀ ହିଲ ବାସ୍ତୁ ବିଲ୍ଡିଂରେ ଅବସ୍ଥିତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.