ଓଃ ମାଇଁ ଗଡ୍‌ ! ହ୍ଵିଲଚେୟାରରେ ପ୍ରାଚୀ ଦେଶାଇଙ୍କୁ ଦେଖି ଫ୍ୟାନ୍ସ ହେଲେ ଆଶ୍ଚର୍ଯ୍ୟ

ଛୋଟ ପରଦାରୁ ବଲିଉଡରେ ନିଜର ପରିଚୟ ସୃଷ୍ଟି କରିଥିବା ପ୍ରାଚୀ ଦେଶାଇ ଏବେ ଉଭୟେ ଛୋଟ ଏବଂ ବଡ ପରଦାରୁ ଦୂରେଇ ଯାଇଛନ୍ତି। ଶନିବାର ଦିନ ପ୍ରାଚୀଙ୍କୁ ମୁମ୍ବାଇ ଏୟାରପୋର୍ଟରେ ସ୍ପଟ କରାଯାଇଛି। ତାଙ୍କୁ ହେ୍ଵଲଚେୟାରରେ ସହିତ ଏୟାରପୋର୍ଟରେ ଯାଉଥିବା ଦେଖିବାକୁ ମିଳିଛି। ତେବେ ପ୍ରାଚୀଙ୍କୁ ଏମିତି ଅବସ୍ଥାରେ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

ପ୍ରାଚୀ ଦେଶାଇଙ୍କ ହ୍ଵିଲ୍‌ ଚେୟାର ଉପରେ ବସିବାର ଫଟୋ ଏବଂ ଭିଡିଓ ଦେଖି ଫ୍ୟାନ୍ସ ଚମକି ପଡିଛନ୍ତି। ଇଣ୍ଟରନେଟରେ ପ୍ରାଚୀଙ୍କର ଏହି ଭିଡିଓ ଖୁବ୍‌ ଭାଇରାଲ ହେଉଛି।

desaiତେବେ ଯାହା ଜଣାପଡିଛି ପ୍ରାଚୀ ଦେଶାଇଙ୍କ ଗୋଡରେ ଆଘାତ ଲାଗିଛି। ଯେଉଁ କାରଣରୁ ତାଙ୍କୁ ହ୍ଵିଲ୍‌ ଚେୟାରରେ ବସି ଏୟାରପୋର୍ଟ ଆସିବାକୁ ପଡିଛି। ଗୋଡରେ ଯନ୍ତ୍ରଣା ହେବା ପରେ ମଧ୍ୟ ତାଙ୍କ ଚେହେରାର ହସକୁ ସମସ୍ତଙ୍କ ହୃଦୟ ଜିତିନେଇଥିଲା।

ପ୍ରାଚୀ ଦେଶାଇଙ୍କ ଏହି ଭିଡିଓକୁ ଭାଇରାଲଭୟାନୀ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରାଯାଇଛି। ତେବେ ଆକ୍ଟ୍ରେସ ପ୍ରାଚୀ ଦେଶାଇଙ୍କ ଏପରି ଅବସ୍ଥା ଦେଖି ତାଙ୍କ ଫ୍ୟାନ୍ସ ବହୁତ ଚିନ୍ତିତ ହୋଇଯାଇଛନ୍ତି।

 

View this post on Instagram

 

A post shared by Viral Bhayani (@viralbhayani)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.