Below header

ଭାଇରଲ ହେଉଛି କିଆରା ଆଡ଼ଭାନୀଙ୍କ ପିଲାବେଳର ଥ୍ରୋବ୍ୟାକ ଭିଡିଓ, ଇନଷ୍ଟାଗ୍ରାମରେ ସେୟାର କରି ଏପରି ଲେଖିଲେ ଅଭିନେତ୍ରୀ

ଲକଡାଉନ୍ ସମୟରେ ଅଧିକାଂଶ ଫିଲ୍ମ ଷ୍ଟାରମାନେ ସୋସିଆଲ୍ ମିଡିଆ ମାଧ୍ୟମରେ ନିଜ ଫ୍ୟାନ ମାନଙ୍କ ସହ ଯୋଡି ହୋଇ ରହୁଛନ୍ତି । ତେବେ ଏହା ମଧ୍ୟରେ ଅଭିନେତ୍ରୀ କିଆରା ଆଡଭାନୀ ମଧ୍ୟ ମଙ୍ଗଳବାର ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଥ୍ରୋବ୍ୟାକ୍ ଭିଡିଓ ସେୟାର କରିଛନ୍ତି । ସେୟାର ହୋଇଥିବା ଥ୍ରୋବ୍ୟାକ୍ ଭିଡିଓରେ କୁନି ଆଲିଆ (କିଆରାଙ୍କ ପ୍ରକୃତ ନାମ) ତାଙ୍କ ପ୍ରିୟ ସିଣ୍ଡ୍ରୋଲା କପରୁ ପାଣି ପିଇଥିବାର ଦେଖିବାକୁ ମିଳିଛି । ଏହି ଭିଡିଓ ସେୟାର କରିବା ସହ ଅଭିନେତ୍ରୀ ଲେଖିଛନ୍ତି, “କ୍ଷୀର କ୍ଷୀର, ପାଣି ପାଣି .. ଏବଂ ସିଣ୍ଡ୍ରୋଲା (ପ୍ରାଚୀନ ଲୋକନୃତ୍ୟର ଚରିତ୍ର) ପ୍ରତି ମୋର ଉତ୍ସାହ” ।

 

View this post on Instagram

 

#thewonderyears 🍼🌈🍭🧸 doodh ka doodh, paani ka paani.. and my obsession with Cinderella 👧🏼

A post shared by KIARA (@kiaraaliaadvani) on


ଅନ୍ୟ ଏକ ଭିଡିଓରେ କିଆରା ଏକ ବଲେରୀନା ପୋଷାକରେ ଭାରତନାଟ୍ୟମ୍ କରିବାକୁ ଚେଷ୍ଟା କରୁଥିବାର ଦେଖିବାକୁ ମିଳିଥିଲା । ଯେଉଁଥିରେ ତାଙ୍କ ମା କିଆରାଙ୍କର ଏହି ଭିଡିଓକୁ ସୁଟ କରୁଥିବା ଦେଖିବାକୁ ମିଳିଛି ।

 

View this post on Instagram

 

When mom thought I would join the Bolshoi ballet but I chose Bollywood instead💁🏻‍♀️ #thewonderyears 🌈👯‍♀️👧🏼🥰

A post shared by KIARA (@kiaraaliaadvani) on


ତେବେ ଏଥିରେ କିଆରା ଲେଖିଛନ୍ତି ଯେ “ମମି ଭାବିଥିଲେ ମୁଁ ବୋଲଶୋଇ ବାଲେଟରେ ଯୋଗଦେବି କିନ୍ତୁ ମୁଁ ବଲିଉଡକୁ ବାଛିଲି” । ଫିଲ୍ମ କବୀର ସିଂର ଅଭିନେତା ଶାହିଦ କପୁରଙ୍କ ପତ୍ନୀ ମୀରା କପୁର ତାଙ୍କର ଏହି କପ ଉପରେ କମେଣ୍ଟ ଦେଇଛନ୍ତି ଯେ “ମୋତେ ଏହି କପଗୁଡିକ ମନେ ଅଛି” । ସୂଚନା ଅନୂଯାୟୀ କିଆରା ନିକଟରେ ଆନିସ୍ ବାଜମିଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ଭୁଲ ଭୁଲେୟା 2’ ରେ ନଜର ଆସିବାକୁ ଯାଉଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.