Below header

ଏଣ୍ଡୁଅ ରଙ୍ଗ ବଦଳାଏ କାହିଁକି? ଜାଣନ୍ତୁ ପ୍ରାକୃତିକ ଓ ବୈଜ୍ଞାନିକ କାରଣ

ଏଣ୍ଡୁଅ ରଙ୍ଗ ବଦଳାଉଥିବା ନେଇ ଆମେ ପିଲାଦିନୁ କେବଳ ଶୁଣିନେ ଦେଖି ଆସିଛେ ମଧ୍ୟ। ଏହି ଗୁଣ ଯୋଗୁଁ ଅନ୍ୟ ଜୀବଜନ୍ତୁଙ୍କ ତୁଳନାରେ ଏହା ଅଧିକ ଜଣାଶୁଣା। କିନ୍ତୁ କେବେ ଚିନ୍ତା କରିଛନ୍ତି କି ଏଣ୍ଡୁଅ ପ୍ରକୃତରେ କାହିଁକି ରଙ୍ଗ ବଦଳାଏ! ଆଜି ଆସନ୍ତୁ ଜାଣିବା ଏଣ୍ଡୁଅ ନିଜ ଶରୀର ରଙ୍ଗ ପରିବର୍ତ୍ତନ କରିବାର କାରଣ କ’ଣ…

Know Interesting Facts About Lizard Changes Color - आखिर ...

ପ୍ରାକୃତିକ କାରଣ:

ପ୍ରତ୍ୟେକ ଜୀବ ପାଖରେ କିଛି ସ୍ୱତନ୍ତ୍ର ଗୁଣ ରହିଛି, ଯାହା ତାକୁ ଅନ୍ୟମାନଙ୍କଠାରୁ ଭିନ୍ନ ଦର୍ଶାଇଥାଏ। ସେହିପରି ଏଣ୍ଡୁଅ ପାଖରେ ଶରୀରର ରଙ୍ଗ ବଦଳାଇବା ଗୁଣ ରହିଛି। କୁହାଯାଏ ଯେ ସୁରକ୍ଷା ହିସାବରେ ଏଣ୍ଡୁଅ ନିଜ ରଙ୍ଗ ବଦଳାଇଥାଏ। ଶିକାରୀଙ୍କଠାରୁ ନିଜକୁ ରକ୍ଷା କରିବା ପାଇଁ ଏଣ୍ଡୁଅ ଯେଉଁଠାରେ ବସିଥାଏ ସେହି ସ୍ଥାନ ଅନୁସାରେ ନିଜ ରଙ୍ଗକୁ ବଦଳାଇ ଦିଅ। ଫଳରେ ଶିକାରୀ କବଳରୁ ନିଜକୁ ବଞ୍ଚାଇପାରେ।

Chameleon Changing Color - YouTube

ଏଥିସହ ଶିକାର କରିବା ପାଇଁ ମଧ୍ୟ ଏଣ୍ଡୁଅ ନିଜ ରଙ୍ଗ ବଦଳାଏ। ଶିକାର କରିବା ବେଳେ ସେ ରଙ୍ଗ ବଦଳାଏ ଏହାଦ୍ୱାରା ଶିକାର ନିଜେ ମଧ୍ୟ ଜାଣିପାରେ ନାହିଁ ଯେ ତା ନିକଟରେ ଶତ୍ରୁ ରହିଛି। ଫଳରେ ଏଣ୍ଡୁଅ ସହଜରେ ଖାଦ୍ୟ ସଂଗ୍ରହ କରିପାରେ।

Chameleons of rare species worth crores recovered from Malda ...

ବୈଜ୍ଞାନିକ କାରଣ:

ନିକଟରେ ହୋଇଥିବା ଏକ ରିସର୍ଚ୍ଚ ମୁତାବକ ଏଣ୍ଡୁଅ ନିଜ ଭାବନା ଅନୁସାରେ ରଙ୍ଗ ପରିବର୍ତ୍ତନ କରିଥାଏ। ରାଗିବା, ଆକ୍ରମଣାତ୍ମକ, ପରସ୍ପର ସହ କଥା ହେବା ବେଳେ ସେ ନିଜ ମନ ଅନୁସାରେ ରଙ୍ଗ ବଦଳାଏ। ରିସର୍ଚ୍ଚ ଅନୁସାରେ ଏଣ୍ଡୁଅ କେବଳ ନିଜ ରଙ୍ଗ ନୁହେଁ ଚମକ ମଧ୍ୟ ବଦଳାଇବାରେ ମାହିର। ବିପଦର ଆଭାସ ହେଲେ ସେ ନିଜ ରଙ୍ଗ ସହ ଆକାର ମଧ୍ୟ ବଦଳାଇ ଦିଏ। ଏଣ୍ଡୁଅ ନିଜ ଇଚ୍ଛା ଅନୁସାରେ ବଡ଼ ଓ ସାନ ହୋଇପାରେ।

କେମିତି ବଦଳାଏ ରଙ୍ଗ:

ଏଣ୍ଡୁଅର ଶରୀରରେ ଫଟୋନିକ କ୍ରିଷ୍ଟାଲ ନାମକ ଏକ ଆସ୍ତରଣ ରହିଛି, ଯାହା ସ୍ଥାନ କାଳ ଦେଖି ରଙ୍ଗ ପରିବର୍ତ୍ତନ କରେ। ଏହା ଆଲୋକ ସହ ରାସାୟନିକ ପରିବର୍ତ୍ତନ କରି ରଙ୍ଗ ବଦଳାଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.