ଯାଜପୁରର ନୂଆ ୪ ପଜିଟିଭଙ୍କ ପୂରା ତଥ୍ୟ ଦେଲେ ଜିଲ୍ଲାପାଳ, ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ପୁରୁଷ, ୩ ଜଣ ମହିଳା,ସମସ୍ତେ କୋଲକାତା ଫେରନ୍ତା ପୂର୍ବ ଆକ୍ରାନ୍ତଙ୍କ ପରିବାର ଲୋକ

ଯାଜପୁର ଟାଉନ(କେନ୍ୟୁଜ): ଆଜି ଯାଜପୁର ଜିଲ୍ଲାରେ ଆଉ ୪ ଜଣ କୋରୋନା ପଜିଟିଭ ରେ ଆକ୍ରାନ୍ତ ହୋଇଛନ୍ତି।ସେମାନଙ୍କ ମଧ୍ୟରେ ୩ଜଣ ଯାଜପୁର ବ୍ଲକ ର ଏବଂ ଜଣେ ଦଶରଥପୁର ବ୍ଲକ ଅଞ୍ଚଳ ର ବୋଲି ଜଣାପଡିଛି। ୪ଜଣଙ୍କ ମଧ୍ୟରୁ ୩ଜଣ ମହିଳା ଏବଂ ଜଣେ ପୁରୁଷ ବୋଲି ଜଣାପଡ଼ିଛି। ଏହି ଆକ୍ରାନ୍ତ ମାନେ କଲିକତା ଫେରନ୍ତା ଙ୍କ ସଂସ୍ପର୍ଶରେ ଆସିଛନ୍ତି ବୋଲି ଯାଜପୁର ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଆକ୍ରାନ୍ତ ଙ୍କ ଅଂଚଳ ଗୁଡିକୁ ପୂର୍ବରୁ କଣ୍ଟେନମେଣ୍ଟ ଅଞ୍ଚଳ ବୋଲି ଘୋଷଣା କରାଯାଇଛି। ତେବେ ଆଜି ସେହି ଆକ୍ରାନ୍ତ ମାନଙ୍କୁ ଚିକିତ୍ସା ପାଇଁ ଟାଟା ମେଡିକା କୋବିଡ଼ ହସ୍ପିଟାଲ ରେ ଭର୍ତ୍ତି କରାଯିବ ବୋଲି ଯାଜପୁର ଜିଲ୍ଲାପାଳ ସୂଚନା ଦେଇଛନ୍ତି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.